୨୦୨୪ ଚାଇନାରେ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍‌,ହୋଣ୍ଡା ରେସିଂ ଇଣ୍ଡିଆ ଚାଳକମାନେ ରାଉଣ୍ଡ-୨ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର: ଥାଇଲ୍ୟାଣ୍ଡରେ ୨୦୨୪ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପରେ ଡେବ୍ୟୁରେ ଉଚ୍ଚକୋଟିର ପ୍ରଦର୍ଶନ ପରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ର ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଦଳ ରାଉଣ୍ଡ -୨ ପାଇଁ ଉନ୍ନିତ ହୋଇଛି । ଏହି ସପ୍ତାହ ଶେଷରେ ଚାଇନାର ଜୁହାଇ ଇଣ୍ଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହେବ । ଆଇଡେମିସୁ

ଏସିଆ ୨୫୦ ସିସି (ଏପି ୨୫୦ସିସି) ବର୍ଗରେ ୨୦୨୪ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ ର ଉଦ୍ଘାଟନୀ ରାଉଣ୍ଡରେ ଏକ ଉତ୍ସାହଜନକ ଆରମ୍ଭ କରିବା ପରେ ଭାରତୀୟ ଟୁ-ହ୍ୟୁଲର ରେସିଂଗ ଦଳ ମୋଟ ୫ ପଏଣ୍ଟ ସହିତ ଆଗାମୀ ରାଉଣ୍ଡରେ ପ୍ରବେଶ କରିଛି ।

ଆଗାମୀ ରାଉଣ୍ଡ ବିଷୟରେ ସୂଚନା ଦେଇ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମଥୁର କହିଛନ୍ତି, “୨୦୨୪ ଆରଆରସିର ପ୍ରଥମ ରାଉଣ୍ଡ ଆମର ଚାଳକ କାଭିନ ଏବଂ ମୋହସିନ୍ ଅନ୍ତର୍ଜାତୀୟ ରେସିଂରେ ଶକ୍ତିଶାଳୀ ପ୍ରଦର୍ଶନ କରି ସେମାନଙ୍କ ରେସିଂ ଶକ୍ତିର ପରିଚୟ ଦେଇଥିଲେ । ୨୦୨୪ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ ର ଉଦଘାଟନୀ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ପ୍ରଦର୍ଶନ ଏହି କଠିନ ପ୍ରତିଯୋଗିତାରେ ସଫଳ ହେବା ପାଇଁ ଉତ୍କର୍ଷତା ଏବଂ ସଂକଳ୍ପ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଯେହେତୁ ଆମର ଆରୋହୀମାନେ ରାଉଣ୍ଡ-୨ ପାଇଁ ଚୀନ୍ ଅଭିମୁଖେ ଯାଉଛନ୍ତି, ଦଳ ପ୍ରେରଣା ସହିତ ଉତ୍ସାହିତ ଅଛନ୍ତି ଏବଂ ଆମର ଆରୋହୀମାନେ ସମ୍ପୂର୍ଣ୍ଣ ଫର୍ମରେ ଅଛନ୍ତି । ଆମେ ନିଶ୍ଚିତ ଯେ ସେମାନେ ନିଜର ଉତ୍ତମ ପ୍ରଦର୍ଶନ ସହ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିବେ ।

ଥାଇଲ୍ୟାଣ୍ଡର ଚାଙ୍ଗ ଇଣ୍ଟରନ୍ୟାସନାଲ ସର୍କିଟରେ ରାଉଣ୍ଡ -୧ ର ଏପି ୨୫୦ ଶ୍ରେଣୀ ରେସ୍ ୨ ରେ ଦଳ ଚାଳକ କାଭିନ କ୍ୱିଣ୍ଟାଲ, ଚେନ୍ନାଇ (ତାମିଲନାଡୁ) ରେସିଂରେ ଏକ ସମ୍ମାନଜନକ ପଦବୀ ହାସଲ କରି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ୩ ପଏଣ୍ଟ ହାସଲ କରାଇଥିଲେ । ରାଉଣ୍ଡ -୧ ରେ ତାଙ୍କର ଦୃଢ଼ ପ୍ରଦର୍ଶନ ତାଙ୍କ ପ୍ରତିଭା ଏବଂ ନିଷ୍ଠାର ପ୍ରମାଣ ଦେଇଥିଲା । ୧୮ ବର୍ଷୀୟ ଚାଳକ ମୋଟ ୩ ପଏଣ୍ଟ ସହିତ ରାଉଣ୍ଡ -୨ ରେ ପ୍ରବେଶ କରିଛନ୍ତି ଏବଂ ବର୍ତ୍ତମାନ ସ୍କୋରବୋର୍ଡରେ ୧୫ ତମ ସ୍ଥାନରେ ରହିଛନ୍ତି ।

ତାଙ୍କ ସାଥୀ ଚାଳକ ମୋହସିନ୍ ପି, ମଲାପୁରମ୍ (ତାମିଲନାଡୁ) ର ଯୁବକ ବାଳକ ଆଅର୍ାରସିରେ ଦ୍ୱିତୀୟ ସିଜନରେ ୨ ପଏଣ୍ଟ ସହ ୧୬ ତମ ସ୍ଥାନରେ ରହିଛନ୍ତି ।

କାଭିନ କ୍ୱିଣ୍ଟାଲ କହିଛନ୍ତି, “ଏସିଆ ରୋଡ ରେସିଂ ଚାମ୍ପିଅନସିପର ଉଦଘାଟନୀ ରାଉଣ୍ଡରେ ଆମର ପ୍ରଦର୍ଶନକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଦଳ ପାଇଁ ପଏଣ୍ଟ ଯୋଗଦାନ ବହୁତ ଭଲ ଲାଗିଲା । ଯେହେତୁ ଆମେ ରାଉଣ୍ଡ-୨ ପାଇଁ ଚୀନ୍ ଅଭିମୁଖେ ଯାଉଛୁ, ମୁଁ ନିଶ୍ଚିତ ଯେ ଆମର ଖେଳ ଜାରି ରଖିବା ଏବଂ ଆହୁରି ଭଲ ଫଳାଫଳ ପାଇଁ ଲକ୍ଷ୍ୟ ରଖିଛୁ । ନିରନ୍ତର ସମର୍ଥନ ପାଇଁ ହୋଣ୍ଡା ଦଳକୁ ଧନ୍ୟବାଦ, ତା’ ବିନା ଆମେ ଏତେ ଦୂର ପହଂଚି ପାରିନଥା’ନ୍ତୁ!”

ଦ୍ୱିତୀୟ ରାଉଣ୍ଡକୁ ଅପେକ୍ଷା କରି ମୋହସିନ୍ ପାରମ୍ବାନ୍ କହିଛନ୍ତି, “ରାଉଣ୍ଡ -୧ ନିଜସ୍ୱ ଚ୍ୟାଲେଞ୍ଜ ସହିତ ଆସିଛି, ଦଳର ଉଦ୍ୟମ ଏବଂ ସ୍ଥିରତା ପାଇଁ ମୁଁ ଗର୍ବିତ । ଏହା ଏକ ଭଲ ଶିକ୍ଷଣୀୟ ଅଭିଜ୍ଞତା ଥିଲା ଏବଂ ମୁଁ ସେହି ଶିକ୍ଷାଗୁଡ଼ିକୁ ରାଉଣ୍ଡରେ ପ୍ରୟୋଗ କରିବାକୁ ଉତ୍ସାହିତ ରହିଛି । ଚାଇନାରେ ରାଉଣ୍ଡ -୨ ଆମର ସାମର୍ଥ୍ୟ ପ୍ରଦର୍ଶନ କରିବାର ଏକ ସୁଯୋଗ ଅଟେ, ମୁଁ ଚାଇନାରେ କ’ଣ ହାସଲ କରିପାରିବି ତାହା ଦେଖିବା ପାଇଁ ମୁଁ ଉତ୍ସାହିତ ରହିଛି ।”

Share

Leave a Reply

Your email address will not be published. Required fields are marked *

18 + 10 =