ସୌନ୍ଦର୍ଯ୍ୟ ଓ ସୁବିଧାର ଅନୁଭବ ସହ ଗୋଦରେଜ୍ ଇଅନ୍ ଭେଲ୍‌ଭେଟ୍ ୪-ଡୋର ରେଫ୍ରିଜରେଟର

ଭୁବନେଶର: ଗୋଦରେଜ୍ ଇଅନ୍ ଭେଲଭେଟ୍ ୪-ଡୋର ରେଫ୍ରିଜରେଟର ସହ ନିଜ ରୋଷେଇ ଘରରେ ଉନ୍ନତି ଆଣିବାର ସୁଯୋଗ ରହିଛି । ଏହା ହେଉଛି ଷ୍ଟାଇଲ୍ ଓ କାର୍ଯ୍ୟକ୍ଷମତାର ଏକ ସମିଶ୍ରଣ ଯେଉଁଥିରେ ଭିନ୍ନ ଭିନ୍ନ ଆବଶ୍ୟକତା ପୂରଣ କରିବା ଲାଗି ଶୀତଳତା ବ୍ୟବସ୍ଥା ରହିଛି । ଏହାର ମୋଟ କ୍ଷମତା ୬୭୦ ଲିଟର ରହିଛି ଯେଉଁଥିରେ ଚଉଡ଼ା ସେଲ୍‌ଫ, ସହଜରେ ସ୍ଲାଇଡ୍ କରିହେଉଥିବା ଡ୍ରୟର ରହିଛି । ଭାରତୀୟ ପରିବାରର ଆବଶ୍ୟକତା ପୂରଣ କରିବା ଲାଗି ସେଥିରେ ବ୍ୟାପକ ସ୍ଥାନ ରହିଛି ।
ଏଥିରେ ରହିଛି କନଭର୍ଟିବଲ୍ ମୋଡ୍ ଯାହା ଜରିଆରେ ତାହାକୁ ଫ୍ରିଜ୍‌ର କିମ୍ବା ଫ୍ରିଜ୍‌ରେ ପରିଣତ କରିହେବ ଏବଂ ତାପମାତ୍ରାକୁ ମାଇନସ୍ ୧୮ ଡିଗ୍ରିରୁ ୫ ଡିଗ୍ରି ମଧ୍ୟରେ ରଖିହେବ ଯାହା ଫଳରେ ୫୧ ପ୍ରତିଶତ ସ୍ଥାନକୁ ଫାଙ୍କା କରାଯାଇପାରିବ । ଏଥିରେ ସୁପର ଫ୍ରିଜର, ସୁପର କୁଲ୍ ଓ ହୋଲିଡେ ମୋଡ୍ ରହିଛି ଯାହା ଅଧିକ ଶୀତଳତା ଓ ଶକ୍ତି ସଂରକ୍ଷଣ ସୁବିଧା ପ୍ରଦାନ କରିବ । ଏଥିରେ ଡୁଆଲ୍ ଟେକ୍ କୁଲିଂ ଏବଂ ଆଡଭାନ୍ସଡ୍ ଇନଭର୍ଟର ପ୍ରଯୁକ୍ତି ରହିଛି ଯାହା ଦ୍ୱାରା ରେଫ୍ରିଜରେଟରଟି ଦକ୍ଷତା, ଦୀର୍ଘସ୍ଥାୟିତ୍ୱ ଓ ପରିଚାଳନା ପ୍ରଦାନ କରିବ । ଏଥିରେ ଡୋର ଆଲାର୍ମ ସୁବିଧା ମଧ୍ୟ ରହିଛି ।
ଏ ସମ୍ପର୍କରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ରେଫ୍ରିଜରେଟର ଅନୁପ ଭାର୍ଗବ କହିଛନ୍ତି ଯେ, “ଗୋଦରେଜ୍ ଇଅନ୍ ଭେଲଭେଟ୍ ୪-ଡୋର ରେଫ୍ରିଜରେଟରକୁ ଉନ୍ମୋଚନ କରି ଆମେ ବେଶ ଆନନ୍ଦିତ ଯାହା ଆମ ପ୍ରିମିୟମ୍ ଉତ୍ପାଦ ପୋର୍ଟଫୋଲିଓରେ ନୂତନ ଭାବେ ଯୋଡ଼ିହୋଇଛି । ଉନ୍ନତ କୁଲିଂ ସୁବିଧା ଓ କାର୍ଯ୍ୟଦକ୍ଷତାର ମିଶ୍ରଣରେ ଏହି ଉତ୍ପାଦ ହେଉଛି ଗ୍ରାହକଙ୍କ ଜୀବନକୁ ସମୃଦ୍ଧ କରିବା ଦିଗରେ ଆମ ପ୍ରତିବଦ୍ଧତାର ପ୍ରମାଣ । ଆମେ ଏକ ମାଷ୍ଟରପିସ୍ ସୃଷ୍ଟି କରିଛୁ ଯାହା ରୋଷେଇ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଗ୍ରାହକଙ୍କ ବିବିଧ ଆବଶ୍ୟକତା ପୂରଣ କରି ଷ୍ଟୋରେଜ୍ ଓ ସୁବିଧାସୁଯୋଗ ବଢ଼ାଇବ ।”
ଗ୍ରାଫାଇଟ୍ ବ୍ଲାକ୍ ଓ ଆଇନକ୍ସ ଷ୍ଟିଲ୍ ଭଳି ଦୁଇଟି ରଙ୍ଗରେ ଏହା ଉପଲବ୍ଧ ହୋଇଛି ଯାହା ରୋଷେଇ ଘରର ସୌନ୍ଦର୍ଯ୍ୟ ବଢ଼ାଇବ । ଏହାର ବର୍ତମାନ ମୂଲ୍ୟ ୧,୨୦,୦୦୦ ଟଙ୍କା ରହିଛି ଏବଂ ତାହା ପ୍ରମୁଖ ଇ-କମର୍ସ ସାଇଟ୍ ଓ ସାରା ଦେଶର ଅଫ୍‌ଲାଇନ୍ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

five + 4 =