ଟିପିସିଓଡିଏଲ୍ ପକ୍ଷରୁ ‘କ୍ୱାଲିଟି ମାସ ୨୦୨୩’ର ଶୁଭାରମ୍ଭ

ଭୁବନେଶର୍ୱ: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏକ କାର୍ଯ୍ୟକ୍ରମରେ ‘କ୍ୱାଲିଟି ମାସ – ନଭେମ୍ବର ୨୦୨୩’ ର ଘୋଷଣା କରାଯାଇଛି । ସମସ୍ତ ଟିପିସିଓଡିଏଲ୍ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏହି କାର୍ଯ୍ୟକ୍ରମକୁ ଉଭୟ ଭର୍ଚୁଆଲ୍ ଓ ପ୍ରତ୍ୟକ୍ଷ ଉପାଦାନ ସହ ହାଇବ୍ରିଡ୍ ମୋଡ୍‌ରେ ଆୟୋଜନ କରାଯାଇଥିଲା ।
ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘କ୍ୱାଲିଟି: ନିଜର ପ୍ରତିଯୋଗିତାମୂଳକ ସମ୍ଭାବନାକୁ ସାକାର କରିବା’ । ଏହା ଚାର୍ଟାର୍ଡ କ୍ୱାଲିଟି ଇନଷ୍ଟିଚ୍ୟୁଟ୍ (ସିକ୍ୟୁଆଇ)ର ଅଭିଯାନ ବିଶ୍ୱ କ୍ୱାଲିଟି ଦିବସର ଭାବ ଅନୁସାରେ ରହିଛି ଯାହା କ୍ୱାଲିଟି ପ୍ରଫେସନାଲମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରୁଛି ।
କ୍ୱାଲିଟି ମାସ ପାଳନର ଶୁଭାରମ୍ଭ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ଯୋଗ ଦେଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ଟିପିସିଓଡିଏଲ୍‌ର କ୍ୱାଲିଟି ଅଭିଯାନର ଉଲ୍ଲେଖନୀୟ ସମ୍ଭାବନାକୁ ପ୍ରତିଫଳନ କରିବାର ଏକ ମଂଚ ପ୍ରଦାନ କରିଥିଲା । ଏଥିରେ ଦକ୍ଷତା ବିକାଶ ଓ ଅଭିନବ କର୍ମକ୍ଷେତ୍ର ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କ୍ୱାଲିଟି ମାସ ୨୦୨୨ର ଉଲ୍ଲେଖନୀୟ ସଫଳତାର ଭାବପୂର୍ଣ୍ଣ ପ୍ରତିଫଳନ ଏହି ସମାରୋହରେ ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ କଂପାନିର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ଟିମ୍‌ର ସମସ୍ତ ସଦସ୍ୟ କ୍ୱାଲିଟି ମାସର ଗୁରୁତ୍ୱ ସମ୍ପର୍କରେ ନିଜ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ ।
ସିଇଓଙ୍କ ଦ୍ୱାରା ଟିପିସିଓଡିଏଲ୍‌ର ନିଉଜ୍‌ଲେଟର ‘ଆଲୋକର ପଥେ‘ ଉନ୍ମୋଚିତ ହୋଇଥିଲା ଏବଂ ବେଲୁନ ଛଡ଼ାଯିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାସବ୍ୟାପୀ ପାଳନ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମରେ କର୍ମଚାରୀ, ସେମାନଙ୍କ ପରିବାର ଏବଂ ଗ୍ରାହକମାନଙ୍କୁୁ ନିରନ୍ତର ଉନ୍ନତିର ଏକ ସଂସ୍କୃତିକୁ ଗ୍ରହଣ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
୨୦୨୧ ନଭେମ୍ବରରୁ ଟିପିସିଓଡିଏଲ୍‌ର କ୍ୱାଲିଟି ମାସ ଯାତ୍ରା ଆରମ୍ଭ ହୋଇଥିଲା ଯେଉଁଥିରେ ସଂସ୍ଥାର ୪୦୦୦ରୁ ଅଧିକ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ଗୁଣାତ୍ମକ ମାନର ମୂଲ୍ୟବୋଧ ବିଷୟରେ କର୍ମଚାରୀଙ୍କୁ ସଚେତନ କରିବା ଏବଂ ଅଂଶଗ୍ରହଣରେ ଉନ୍ନତି ଆଣିବା ଲାଗି ସଂସ୍ଥା ସଂକଳ୍ପବଦ୍ଧ ରହିଛି ଯାହା ବ୍ୟକ୍ତିଗତ ଅଭିବୃଦ୍ଧି ଓ ଜଣଙ୍କର ବାସ୍ତବ ପ୍ରତିଯୋଗିତା ସମ୍ଭାବନାକୁ ଦର୍ଶାଉଛି ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଗୁଣାତ୍ମକ ମାନରେ ଉନ୍ନତି ନୀତି ଓ ପଦ୍ଧତି ଜରିଆରେ ନିଜ ଭିତରର ଦୃଢ଼ତାକୁ ଜାଗ୍ରତ କରିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ କ୍ୱାଲିଟି ମାସ ପ୍ରତିଫଳିତ କରୁଛି । ଏହା ହେଉଛି ଆତ୍ମ ସନ୍ଧାନ ଓ ନବସୃଜନ ଆଡ଼କୁ ଏକ ସାମଗ୍ରିକ ଯାତ୍ରା ଯେଉଁଥିରେ ଗ୍ରାହକ ଓ ଅଂଶୀଦାରଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଆମେ ଆମର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରୁଛୁ ।’’

Share

Leave a Reply

Your email address will not be published. Required fields are marked *

five × 3 =