Business

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ୧୨୫ ସିସି ବାଇକ୍‌ର ପୂର୍ବ ଭାରତରେ ନୂଆ ରେକର୍ଡ

ପୂର୍ବ ଭାରତରେ ସାଇନ୍ ୧୨୫ ଓ ଏସ୍‌ପି ୧୨୫ ଗ୍ରାହକ ସଂଖ୍ୟା ୩୦ ଲକ୍ଷ ଟପିଲା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ନୂତନ ମାଇଲଖୁଂଟ ହାସଲ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ନିୟମିତ ଭାବେ ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଥିବା ହୋଣ୍ଡାର ୧୨୫ ସିସି ମୋଟରସାଇକଲ୍ ସାଇନ୍ ୧୨୫, ଏସ୍‌ପି ୧୨୫ର ପୂର୍ବ ଭାରତରେ ଗ୍ରାହକ ସଂଖ୍ୟା ୩୦ ଲକ୍ଷରୁ ଅଧିକ ହୋଇଛି । ପୂର୍ବ ଭାରତର ୧୨୫ ସିସି ମୋଟରସାଇକଲ୍ କ୍ଷେତ୍ରରେ ଏଚ୍‌ଏମ୍‌ଏସ୍‌ଆଇ ଏକ ପ୍ରଭାବଶାଳୀ ସଂସ୍ଥା ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।
ଏହି ଉଲ୍ଳେଖନୀୟ ଉପଲବ୍ଧି ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି ଯେ, “ପୂର୍ବ ଭାରତରେ ସାଇନ୍ ୧୨୫ ଓ ଏସ୍‌ପି ୧୨୫ ବିକ୍ରିର ୩୦ ଲକ୍ଷ ୟୁନିଟ୍ ଅତିକ୍ରମ ମାଇଲଖୁଂଟକୁ ପାଳନ କରୁଥିବାରୁ ଆମେ ବେଶ୍ ଉଲ୍ଲସିତ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ୧୨୫ ସିସି ମୋଟାରସାଇକଲ୍ର ଏହି ସଫଳ କାହାଣୀକୁ ନେଇ ଏଚ୍‌ଏମ୍‌ଏସ୍‌ଆଇରେ ଅ।।ମେ ଅତ୍ୟନ୍ତ ଗର୍ବିତ । ଏହା ଭାରତୀୟ ପରିବାରଗୁଡ଼ିକର ବାସ୍ତବ ସାଥୀରେ ପରିଣତ ହୋଇଛି । ଆମ ଉପରେ ଭରସା ପ୍ରକଟ କରିଥିବାରୁ ଆମର ମୂଲ୍ୟବାନ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ ଏବଂ ଶ୍ରେଷ୍ଠ ମାନର ଉତ୍ପାଦ ପ୍ରଦାନ କରି ଆମେ ନିରନ୍ତର ଭାବେ ଗ୍ରାହକଙ୍କ ଆଶାକୁ ଅତିକ୍ରମ କରୁଛୁ ।’’
ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଉତର ପୂର୍ବ ଭାରତରେ ଏଚ୍‌ଏମ୍‌ଏସ୍‌ଆଇର ୧୨୫ ସିସି ବାଇକ୍‌ର ପ୍ରାଧାନ୍ୟ ରହିଛି । କମ୍ପାନିର ବଜାର ଅଂଶ ୪୧.୫ ପ୍ରତିଶତ ରହିଛି । ପୂର୍ବ ଭାରତରେ ୧୨୫ ସିସି ମୋଟରସାଇକଲ୍ ବିକ୍ରି କ୍ଷେତ୍ରରେ ବିହାର ସର୍ବାଧିକ ୩୫ ପ୍ରତିଶତ ଅବଦାନ ରହିଛି ଉନ୍ନତ ସୁବିଧା, ଷ୍ଟାଇଲିସ୍ ଡିଜାଇନ୍ ଓ ଉତ୍କୃଷ୍ଟ ପ୍ରଯୁକ୍ତି ପାଇଁ ସାଇନ୍ ୧୨୫ ଓ ଏସ୍‌ପି ୧୨୫ ଗ୍ରାହକଙ୍କ ପସନ୍ଦରେ ପରିଣତ ହୋଇଛି । ଦ୍ରୁତ ସହରୀକରଣ ଓ ଗ୍ରାହକମାନେ ପ୍ରଯୁକ୍ତିପ୍ରେମୀ ହୋଇଥିବାରୁ ଗତ ପାଂଚ ବର୍ଷ ଭିତରେ ଏସ୍‌ପି ୧୨୫ ବିକ୍ରି ଏହି ଅଂଚଳରେ ଦ୍ୱିଗୁଣିତ ହୋଇଛି । ପୂର୍ବ ଭାରତରେ ଏଚ୍‌ଏମ୍‌ଏସ୍‌ଆଇର ୧,୧୦୦ରୁ ଅଧିକ ଟଚ୍‌ପଏଂଟ୍ ରହିଛି ।

Share

Leave a Reply

Your email address will not be published. Required fields are marked *

1 × four =