ବିଶ୍ବକପ୍ରୁ ବାଦ ପଡ଼ିଲେ ବିଜୟ ଶଙ୍କର

ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆଙ୍ଗୁଠିରେ ଗଭୀର ଆହତ କାରଣରୁ ତାଙ୍କୁ ବିଶ୍ୱକପ କ୍ରିକେଟରୁ ବାଦ ଦିଆଯାଇଛି । ବିଜୟ ନେଟରେ ଖେଳ ଅଭ୍ୟାସ କରୁଥିବାବେଳେ ତାଙ୍କୁ ଆଘାତ ଲାଗିଥିଲା। ଜସପ୍ରୀତ ବୁମରାହଙ୍କ ଦ୍ରୃତ ବଲ୍ ସିଧା ଆସି ବିଜୟଙ୍କ ଗୋଡ଼ ଆଙ୍ଗୁଠିରେ ବାଜିଥିଲା।

ଗତକାଲି ଆଜବେଷ୍ଟନରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟଙ୍କୁ ସ୍ଥାନ ଦିଆ ଯାଇନଥିଲା । ବିଜୟଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇଥିଲା । ତେବେ ଆଜି ବିଶ୍ୱକପରୁ ବିଜୟ ବିଦା ହେବା ପରେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ରେ ସାମିଲ କରାଯାଇଛି।
ସେ ଆଜି ହିଁ ଇଂଲଣ୍ଡ ଅଭିମୂଖେ ଯାତ୍ରା କରିବେ। ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଟକ୍କର ହେବ। ହେଲେ ମୟଙ୍କ କାଲି ହିଁ ଲଣ୍ଡନରେ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ସେ ଏହି ମ୍ୟାଚ୍ରେ ଖେଳିବା ସମ୍ଭବ ହେବ ନାହିଁ।

Share

Leave a Reply

Your email address will not be published. Required fields are marked *

three + 2 =