ଝାରପଡା ଜେଲ ଗଲେ ବିଧାୟକ

ଭୁବନେଶ୍ୱର()   ଝାରପଡା ଜେଲ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ତେବେ ପରବର୍ତ୍ତୀ ଜାମିନ ଆବେଦନ ଶୁଣାଣି ୫ ତାରିଖରେ ହେବ । ସେ ପର୍ଯ୍ୟନ୍ତ ବିଧାୟକ ଝାରପଡା ଜେଲରେ ରହିବେ । ଚିକିତ୍ସା ପାଇଁ ତାଙ୍କୁ ଜାମିନ ଦେବାକୁ ଏଡିଜେ କୋର୍ଟରେ ଆବେଦନ କରିଥିଲେ ସରୋଜ ।

ତେବେ ଚିକିତ୍ସା ପାଇଁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ସରୋଜ । କିନ୍ତୁ ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୌଣସି ଓକିଲ କାର୍ୟ୍ୟରେ ଯୋଗ ଦେଇ ନଥିବା ବେଳେ ନିଜ ଜାମିନ ପାଇଁ ନିଜେ ଲଢିଥିଲେ ସରୋଜ । କୋର୍ଟ ରୁମରେ ନିଜ ପକ୍ଷ ଉପସ୍ଥାପନ କରିବା ସହ ଜାମିନ ଦେବାକୁ କହିଥିଲେ । ଜେଇ ଓ ତାଙ୍କ ପତ୍ନୀଙ୍କ ପକ୍ଷ ମଧ୍ୟ ଶୁଣିଥିଲେ ବିଚାରପତି ।

ଜୁନ୍ ୪ ତାରିଖରେ ବଲାଙ୍ଗିର ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରାଇଥିଲେ। ଏ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

seventeen + two =