ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତକୁ ୫ଦିନ ପରେ ଧରିଲା ପୋଲିସ

କେନ୍ଦୁଝର: ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କେନ୍ଦୁଝର ଜିଲ୍ଲା ବଲାଣି ପୁଲିସ୍। ଗିରଫ ଅଭିଯୁକ୍ତର ନାଁ ରୂପ ସିଂ ସିଧୁ। ୫ଦିନ ପରେ ଆଜି କେନ୍ଦୁଝର ଜିଲ୍ଲା ବାମେମାରୀ ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଥାଉକି, ଗତ ୭ ତାରିଖରେ ଜଙ୍ଗଲକୁ ଯାଇଥିବା ବେଳେ ଶାଳୀ ସହ ଝଗଡ଼ା ହୋଇଥିଲା ରୂପସିଂର । ତେବେ ଉତକ୍ଷିପ୍ତ ହୋଇ ଶାଳୀକୁ ହତ୍ୟା କରିବା ପରେ ୧୦୦ ଫୁଟ ତଳକୁ ଥିବା ଘାଇକୁ ଫୋପାଡି ଦେଇଥିଲା । ଏମିତିକିରେ ମନ ବୁଝିଲାନି ଯେ ଗଛରେ ଶାଶୁକୁ ବାନ୍ଧୁ ଦୁଷ୍କର୍ମ କରିଥିଲା ନରପିଚାଶ । ତେବେ କୌଶଳକ୍ରମେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଆଜି ଧରାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

2 × three =