ଓଇଆରସି ଦର ନିୟନ୍ତ୍ରଣ କରିଥାଏ

ଭୁବନେଶ୍ୱର() ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିଦୁ୍ୟତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବିଧାନସଭାରେ ବିଜୁଳି ଦର ସମ୍ପର୍କିତ ମୁଲତବୀ ନୋଟିିସ ଆଲୋଚନାବେଳେମ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସବୁ ଦିଗକୁ ଅନୁଧ୍ୟାନ କରି ଓଇଆରସି ଦର ନିୟନ୍ତ୍ରଣ କରିଥାଏ । ୭ ବର୍ଷ ପରେ ଦର ବଢିଛି । ୫୦ ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦର ବୃଦ୍ଧି ହୋଇଛି । ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି । ଏନଟିପିସି, ଏନଏଚପିସି, ପିଜିସିଆଇଏଲ ୬୮% ବୃଦ୍ଧି କରିଥିବାରୁ ଦର ବୃଦ୍ଧି କରାଗଲା । ଗୋଟିଏ ଦୁଇଟିକୁ ଛାଡ଼ି ବାକି ରାଜ୍ୟର ବିଜୁଳି ଦର ଓଡ଼ିଶା ଉପରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 19 =