ରଜରେ ଘରେ ପିଠା ପହଞ୍ଚାଇବ ଓଟିଡିସି

ଭୁବନେଶ୍ୱର: ରଜରେ ଖୁସି ଖବର । ଘରେ ପହଞ୍ଚିବ ପିଠା । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ । ଭୁବନେଶ୍ୱରରେ ରଜ ପିଠା ପାଇଁ ଓଟିଡିସି ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍‌’ ବୁଲିବ । ସେପଟେ ସମ୍ବଲପୁର, କଟକ ଓ ରାଉରକେଲା ସହରରେ ମଧ୍ୟ ଘରେ ଘରେ ପିଠା ପହଞ୍ଚାଇବ ପିଠା ଅନ୍ ହ୍ୱିଲ୍ । ପହିଲି ରଜରୁ ଆରମ୍ଭ ହୋଇ ୧୬ ତାରିଖ ସକାଳ ୭ଟାରୁ ୧୧ଟା ମଧ୍ୟରେ ରଜ ପିଠା ମିଳିବ । ଆଜି ଏନେଇ ସୂଚନା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

Share

Leave a Reply

Your email address will not be published. Required fields are marked *

10 + nine =