ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର

ଭୁବନେଶ୍ୱର: କୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଯବାନ ଗୁରୁତର ହୋଇଥିବା ସୂଚନା । ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଦୀର୍ଘ ୮ ଘଣ୍ଟା ହେବ ଗୁଳି ବିନିମୟ ଜାରି ରହିଛି । କୋରାପୁଟ ଗସ୍ତରେ ଥିବା ଡିଜିପିଙ୍କ ଉପସ୍ଥିତିରେ ଏୟାର ଲିଫ୍ଟ କରାଯାଇଛି । ତେବେ କ୍ୟାଡର ମାଓବାଦୀ ଥିବା ସୂଚନା ମିଳିଛି । ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସୂଚନା । ଅଧଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଯବାନଙ୍କୁ ଆଣି ପହଞ୍ଚିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

14 + nine =