୨୦୨୩ରେ କାଳବୈଶାଖୀ ଘଟଣାରେ ଦୁଇ ଗୁଣା ବୃଦ୍ଧି ସହ ବିଦ୍ୟୁତ ବଂଟନ ବ୍ୟବସ୍ଥା ପ୍ରଭାବିତ

୨୦୨୨ର ୮୦ ଥର ତୁଳନାରେ ୨୦୨୩ରେ ୨୩୦ ଥର କାଳବୈଶାଖୀ ପରିଲକ୍ଷିତ ହୋଇଛି
ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଅଂଚଳରେ କାଳବୈଶାଖୀର ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ପରିଲକ୍ଷିତ କରିଛି । ଗତବର୍ଷ ୮୦ ଥର କାଳବୈଶାଖୀ ପରିଲକ୍ଷିତ ହୋଇଥିବା ବେଳେ ୨୦୨୩ରେ ସେହି ସଂଖ୍ୟା ୨୩୦କୁ ବୃଦ୍ଧି ପାଇଛି । ସେହି କାଳବୈଶାଖୀ ଟିପିସିଓଡିଏଲ୍ ଲାଇସେନ୍ସପ୍ରାପ୍ତ ଅଂଚଳରେ ବିଦ୍ୟୁତ ଭିତିଭୂମିକୁ ଗୁରୁତର ଭାବେ ପ୍ରଭାବିତ କରିଛି ।
ଟିପିସିଓଡିଏଲ୍‌ର ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି) ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ କାଳବୈଶାଖୀର ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨ ତୁଳନାରେ ୨୦୨୩ରେ ଦୁଇ ଗୁଣାରୁ ଅଧିକ ଥର କାଳବୈଶାଖୀ ହୋଇଛି ।
ଉତରପଶ୍ଚିମା ଝଡ଼ ଭାବେ କାଳବୈଶାଖୀ ପରିଚିତ, ଯେଉଁଥିରେ ପ୍ରବଳ ଘଡ଼ଘଡ଼ି ସହିତ ଦ୍ରୁତ ଗତିରେ ପବନ ବହିଥାଏ ଏବଂ ମୁଶଳଧାରାରେ ବର୍ଷା ହୁଏ । ସେଥିରେ ଗଛ ଉପୁଡ଼ିବା, ବିଦ୍ୟୁତ ଖୁଂଟ ବଙ୍କା ହେବା ଯୋଗୁଁ ବିଦ୍ୟୁତ ଯୋଗାଣ ନେଟ୍‌ୱର୍କରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ ଯାହା ଦ୍ୱାରା ବିଦ୍ୟୁତ ଯୋଗାଣରେ ବିଭ୍ରାଟ ଘଟିଥାଏ ।
ଏହି ଝଡ଼ ଆବାସିକ, ବାଣିଜ୍ୟିକ ଅଂଚଳ ଓ ଭିତିଭୂମିକୁ ଗୁରୁତର ପ୍ରଭାବିତ କରୁଥିବାରୁ ବ୍ୟାପକ ବିଦ୍ୟୁତ ବିଭ୍ରାଟ ଘଟିଥାଏ ।
ଏଭଳି ଆହ୍ୱାନପୂର୍ଣ୍ଣ ସ୍ଥିତି ସତ୍ୱେ, ଟିପିସିଓଡିଏଲ୍‌ର ୭,୭୦୦ରୁ ଅଧିକ କାର୍ଯ୍ୟକ୍ଷେତ୍ରର କର୍ମଚାରୀ, ଲାଇନ୍‌ମ୍ୟାନ୍ ଓ ଇଞ୍ଜିନିୟରମାନଙ୍କ ଉତ୍ସର୍ଗୀକୃତ ଟିମ୍ ଦିନରାତି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲେ । ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ବେଳେ ଏଭଳିକି ଦୁର୍ଗମ ଅଂଚଳରେ ସେମାନେ ଉପୁଡ଼ି ଯାଇଥିବା ଗଛ, ଗୁଡ଼ାଇ ତୁଡ଼ାଇ ହୋଇ ରହିଥିବା ଅଡ଼ୁଆ ତାର ଏବଂ ଦବି ଯାଇଥିବା ସଡ଼କ ଭଳି ଆହ୍ୱାନକୁ ସାମ୍ନା କରିଥିଲେ ।
ଟିମ୍‌ର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ କିଛି ଘଂଟା ମଧ୍ୟରେ ପ୍ରଭାବିତ ଅଂଚଳରେ ୬,୦୦,୦୦୦ରୁ ଅଧିକ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରିଥିଲା । ଏହି କାର୍ଯ୍ୟ ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ଟିମ୍ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବାକୁ ଅଗ୍ରାଧିକାର ଦେଇଥିଲେ ଯାହା ଫଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିଥିଲା ଓ ଲୋକମାନେ ସୁରକ୍ଷିତ ଭାବେ ଘର ଭିତରେ ରହିପାରିଥିଲେ ।

Share

Leave a Reply

Your email address will not be published. Required fields are marked *

9 − 5 =