ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ୩ ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରି ବ୍ୟବସ୍ଥା

ଋଥଯାତ୍ରା, ବାହୁଡ଼ା ଓ ସୁନାବେଶ ସମୟରେ ପ୍ରାୟ ୬୦୦୦ ଶ୍ରଦ୍ଧାଳୁ ଏହି ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରି ଦ୍ୱାରା ଉପକୃତ
୩ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିକୁ ବେଳାଭୂମି, ବଡ଼ଦାଣ୍ଡ (ଗ୍ରାଣ୍ଡ୍ ରୋଡ୍‌) ଓ ପୁରୀ ରେଳ ଷ୍ଟେସନଠାରେ ମୂତୟନ କରାଯାଇଥିଲା
ଭୁବନେଶ୍ୱର: ଋଥଯାତ୍ରା ସମୟରେ ପରିଦର୍ଶକମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ଟିପିସିଓଡିଏଲ୍ ପକ୍ଷରୁ ପୁରୀକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ୩ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି (ଏମ୍‌ଏଚ୍‌ଡି) ମୂତୟନ କରାଯାଇଛି । ରଥଯାତ୍ରା, ବାହୂଡ଼ା ଓ ସୁନା ବେଶ ସମୟରେ ଏହି ତିନି ଭ୍ରାମ୍ୟମାଣ୍ୟ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ଦ୍ୱାରା ପ୍ରାୟ ୬୦୦୦ ଶ୍ରଦ୍ଧାଳୁ ଉପକୃତ ହୋଇଛନ୍ତି । ଏହି ସ୍ଥାନଗୁଡ଼ିକରେ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ସେବାକୁ ହିତାଧିକାରୀମାନେ ପ୍ରଶଂସା କରିଛନ୍ତି ।
ସବୁ ପ୍ରକାର ସୁବିଧାସୁଯୋଗ ଥିବା ଏହି ଡିସ୍‌ପେନ୍‌ସେରିଗୁଡ଼ିକରେ ଜଣେ ଲେଖାଏଁ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ୍ ରହି ଲୋକମାନଙ୍କୁ ମାଗଣା ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ କରିଥିଲେ । ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିଗୁଡ଼ିକ ନିର୍ଦ୍ଦିଷ୍ଟ ମାମଲା ଅନୁସାରେ ରୋଗୀମାନଙ୍କୁ ପରାମର୍ଶ, ମାଗଣା ଔଷଧ ଓ ସ୍ୱଚ୍ଛତା ସଚେତନତା ପ୍ରଦାନ କରୁଥିଲେ ଏବଂ ସ୍ୱତନ୍ତ୍ର ମାମଲାଗୁଡ଼ିକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ( ଆମ୍ବୁଲାନ୍ସ ସେବା ଜରିଆରେ) ମଧ୍ୟ ସମନ୍ୱୟ ରକ୍ଷା କରିଥିଲେ । ବାର୍ଷିକ ରଥଯାତ୍ରା ସମୟରେ ବାହୁଡ଼ା ଓ ସୁନାବେଶ ସମୟରେ ଭକ୍ତଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଥାଏ ଯେଉଁମାନେ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ଆସିଥାନ୍ତି ।
ଚଳିତ ବର୍ଷ (୨୦୨୩) ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ବଡ଼ଦାଣ୍ଡ୍ (ଗ୍ରାଣ୍ଡ୍ ରୋଡ୍‌), ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟାନ୍ୟ ସ୍ଥାନରେ ଫିଡର ପିଲର ବକ୍ସଗୁଡ଼ିକରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଥିଲା ।
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ଶ୍ରମଶକ୍ତି ଯୋଜନା ଆଧୀନରେ ପୁରୀ ଡିଭିଜନରେ କାର୍ଯ୍ୟ ଅଭିଜ୍ଞତା ଥିବା ଅଧିକାରୀଙ୍କ ସମେତ ଟିପିସିଓଡିଏଲ୍ ଓ ବିଜନେସ୍ ଆସୋସିଏଟ୍‌ମାନଙ୍କ ମୋଟ ୫୦୦ କର୍ମଚାରୀଙ୍କୁ ରଥଯାତ୍ରାରେ ମୂତୟନ କରାଯାଇଥିଲା । ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ସମସ୍ତ ବିଦ୍ୟୁତ ଖୁଂଟ, ବଂଟନ ପଏଂଟ୍ ଓ ଫିଡର ପିଲର ବକ୍ସଗୁଡ଼ିକରୁ ଯେକୌଣସି ପ୍ରକାର ବିଦ୍ୟୁତ ଲିକେଜ୍‌କୁ ଟିପିସିଓଡିଏଲ୍ ପକ୍ଷରୁ ଯାଂଚ କରାଯାଇ ତାହାର ସମାଧାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eight − 7 =