ଭାରତ ମାର୍କେଟକୁ ଆସିଲା ହୋଣ୍ଡା ସିବି ୩୦୦ଆର

ଭୁବନେଶ୍ବର: ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ବାଇକ୍ ସିବି୩୦୦ଆରକୁ ଉନ୍ମୋଚନ କରାଯିବା ସହିତ କଂପାନି ମଧ୍ୟମ ଓଜନର ମୋଟରସାଇକଲ୍ କ୍ଷେତ୍ରରେ ପ୍ରବେଶ କରିଛି । ନିଓ ସ୍ପୋର୍ଟସ୍ କାଫେ ବର୍ଗରେ ଏହା ହେଉଛି କଂପାନିର ଦ୍ବିତୀୟ ଉତ୍ପାଦ ।

ଜବରଦସ୍ତ ଠାଣି ସହିତ ବଡ଼ ବାଇକରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଚାଳକମାନଙ୍କ ପାଇଁ ଏହା ହେଉଛି ଏକ ସମ୍ପୂର୍ଣ୍ଣ ବାଇକ୍ । ଏଥିରେ ରହିଛି ୨୮୬ ସିସି ଲିକ୍ବିଡ୍ କୁଲଡ୍ ପିଏମଜି-ଏଫ୍ଆଇ ଇଂଜିନ୍ ଯାହା ଟର୍କକୁ ଶକ୍ତିର ଶ୍ରେଷ୍ଠ ଅନୁପାତ ପ୍ରଦାନ କରୁଛି । ସବୁ ପ୍ରକାର ପରିସ୍ଥିତିରେ ଉନ୍ନତ ବ୍ରେକିଂ ପ୍ରଦର୍ଶନ ପ୍ରଦାନ କରିବା ପାଇଁ ଏଥିରେ ରହିଛି ଆଇଏମ୍ୟୁ ଭିତିକ ୨-ଚ୍ୟାନେଲ୍ ଏବିଏସ୍ ଯାହା ଆଗରୁ ପଛ ପର୍ଯ୍ୟନ୍ତ ବହୁତ ଭଲ ସନ୍ତୁଳନ ରକ୍ଷା କରିବ । ଏହା ବ୍ୟତୀତ ସିବି୩୦୦ଆର୍ରେ ଫୁଲ୍ ଏଲ୍ଇଡି ଲାଇଟ୍ ସହିତ ଇଣ୍ଡିକେଟର୍, ଏଲଇଡି ଇନଷ୍ଟ୍ରୁମେଂଟ୍ ଡିସ୍ପ୍ଲେ, ରବର୍ ମାଉଟେଂଡ୍ ଷ୍ଟିଲ୍ ହାଣ୍ଡେଲ୍ ବାର୍ ରହିଛି ।

ହୋଣ୍ଡାର ସିବି୧୦୦୦ଆର୍ ନିଓ ସ୍ପୋର୍ଟସ୍ କାଫେରୁ ଅନୁପ୍ରାଣିତ ହୋଇ ସିବି୩୦୦ଆର୍କୁ ପ୍ରସ୍ତୁତ କରାଯାଇଛି । ଏ ସମ୍ପର୍କରେ ମିନୁରୋ କାଟୋ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୨୦୧୮ରେ ହୋଣ୍ଡା ଏକ ପ୍ରତିଶ୍ରୁତି ଦେଇଥିଲା ଯେ ନୂତନ ବର୍ଗରେ ଉତ୍ସାହ ଆଣିବ । ନିଓ ସ୍ପୋର୍ଟସ୍ କାଫେ ପରିବାରର ଏହି ମଧ୍ୟମ ଓଜନ ବର୍ଗକୁ ଉନ୍ମୋଚନ କରି ଆମେ ପୁଣି ଥରେ ଆମର ପ୍ରତିଶ୍ରୁତି ପାଳନ କରିଛୁ । ଚାରିଟି ମହାଦେଶରେ ପରମ୍ପରା ବଜାୟ ରଖିଥିବା ସିବି୩୦୦ଆର୍ ହେଉଛି ନୂତନ ଚାଳକଙ୍କ ପାଇଁ ହୋଣ୍ଡା୍ ବ୍ରାଣ୍ଡର ଇଞ୍ଜିନିୟରିଂ ଶକ୍ତି, ଡିଜାଇନ୍ ଦର୍ଶନ ଓ ଉଚ୍ଚ ଗଠନ ମାନର ଶ୍ରେଷ୍ଠ ଉପସ୍ଥାପନା ।’’

ହୋଣ୍ଡା ସିବି୩୦୦ଆର୍ ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ନୂଆ ନିଓ ସ୍ପୋର୍ଟସ୍ କାଫେରୁ ଅନୁପ୍ରାଣିତ ସିବି୩୦୦ଆର୍ ହେଉଛି କ୍ଲାସିକ୍ ରୋଡ୍ଷ୍ଟର୍ ଡିଜାଇନର ଆଧୁନିକ ରୂପ । ଭାରତରେ ୨.୪୧ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ) ମୂଲ୍ୟ ସହିତ ହୋଣ୍ଡା ପକ୍ଷରୁ ବର୍ଦ୍ଧିତ ମଧ୍ୟମ ଓଜନ ବର୍ଗରେ ଗୁରୁତ୍ବ ପ୍ରଦାନ କରାଯାଇଛି ଏବଂ ଭାରତର ମୋଟରପ୍ରେମୀମାନେ ବହୁତ ଭଲ ଭାବେ ଏହାକୁ ଗ୍ରହଣ କରିଛନ୍ତି । ବୁକିଙ୍ଗ ଆରମ୍ଭ ହେବାର ମାତ୍ର ୨୫ ଦିନ ଭିତରେ ଆମର ବର୍ତମାନର ଉତ୍ପାଦନ କ୍ଷମତା ଅନୁସାରେ ସିବି୩୦୦ଆର୍ ତିନି ମାସ ପାଇଁ ବୁକିଙ୍ଗ ହୋଇସାରିଲାଣି । ସିବି୩୦୦ଆର୍ର ଉନ୍ମୋଚନ ଭାରତରେ ନୂଆ ପ୍ରିମିୟମ୍ ସିଲଭର୍-ୱିଙ୍ଗ୍ ଚିହ୍ନ ସୃଷ୍ଟି କରିବ ।’’

Share

Leave a Reply

Your email address will not be published. Required fields are marked *

14 − five =