ଓଡ଼ିଶା ଇଭି ନୀତିର ଆକର୍ଷଣୀୟ ସବ୍‌ସିଡି ସହିତ ମହିନ୍ଦ୍ରା ଇଲେକ୍ଟ୍ରିକ୍ ୩ ଚକିଆ ଯାନ ଉପଲବ୍ଧ

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା (ଏମ୍‌ଆଣ୍ଡ୍‌ଏମ୍‌)ର ଅଂଶ ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଇଭି ନୀତିକୁ ସ୍ୱାଗତ କରାଯାଇଛି । ଏହି ଇଭି ନୀତିରେ ସମସ୍ତ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ଲିଡ୍ ଏସିଡ୍ ଓ ଲିଥିୟମ୍ ଆୟନ ଉପରେ ୩୦,୦୦୦ ଟଙ୍କାର ସବ୍‌ସିଡି ପ୍ରଦାନ କରାଯାଉଛି ।
ଏହି ନୀତି ଅଧୀନରେ ଭାରତର ଏକ ନମ୍ବର ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ନିର୍ମାତା ଏଲ୍‌ଏମ୍‌ଏମ୍ ଯାନଗୁଡ଼ିକୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିପାରୁଛି ଯାହା ନିଜ ଗାଡ଼ିକୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ଗାହକମାନଙ୍କ ପାଇଁ ସହଜ କରୁଛି । କେନ୍ଦ୍ର ସରକାର ଫେମ୍‌-୨ ସବ୍‌ସିଡିକୁ ମିଶାଇ ଟ୍ରେଓ ଅଟୋ ଓ ଜୋରକୁ ୧,୦୩,୭୦୦ ଟଙ୍କା ଏବଂ ଟ୍ରେଓ ୟାରି ୬୭,୦୦୦ ଟଙ୍କାର ସବ୍‌ସିଡି ମିଳୁଛି । ଟ୍ରେଓ ଜୋର୍ କାର୍ଗୋ ତିନି ଚକିଆ ଯାନ ୧,୦୩,୭୦୦ ଟଙ୍କାର ସବ୍‌ସିଡି ସହିତ ଉପଲବ୍ଧ ହେଉଥିବା ବେଳେ ଫ୍ଲାଗ୍‌ସିପ୍ ଜୋର ଗ୍ରାଣ୍ଡ୍ ପାଇଁ ଷ୍ଟିକର୍ ମୂଲ୍ୟରେ ୧,୩୨,୪୦୦ ଟଙ୍କାର ସବ୍‌ସିଡି ରହିଛି । ମହିନ୍ଦ୍ରାର ଲିଡ୍ ଏସିଡ୍ ତିନି ଚକିଆ ଯାନ, ଇ-ଆଲ୍‌ଫା ମିନି ଓ ଇ ଆଲ୍‌ଫା କାର୍ଗୋ ଯାହା ଫ୍ରେମ୍‌-୨ ଅଧୀନରେ ଆସୁନାହିଁ, ସେମାନଙ୍କୁ ମଧ୍ୟ ୩୦,୦୦୦ ଟଙ୍କାର ସରକାରୀ ସବ୍‌ସିଡି ମିଳୁଛି । ଅତ୍ୟଧିକ ଟଚ୍‌ପଏଂଟ୍ ଓ ଅତୁଳନୀୟ ବିଶ୍ୱାସ ସହିତ ଆସୁଥିବା ବ୍ରାଣ୍ଡ୍ ମହିନ୍ଦ୍ରା ଗ୍ରାହକମାନଙ୍କୁ ନଶ୍ଚିତ ଭାବରେ ଏଲ୍‌ଏମ୍‌ଏଲମ୍ ଇଭି ଆନନ୍ଦିତ କରିବ ।

Share

Leave a Reply

Your email address will not be published. Required fields are marked *

thirteen + 10 =