ରୁଙ୍ଗ୍‌ଟା ଷ୍ଟିଲ୍ ପକ୍ଷରୁ ନୂଆ ଟିଭି ବିଜ୍ଞାପନ ପାଇଁ ବଲିଉଡ୍ ତାରକା ଶାହରୁଖ ଖାନ୍‌ଙ୍କ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମନ୍ୱିତ ଇସ୍ପାତ ଓ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଏହାର ନୂଆ ଟିିଭି ବିଜ୍ଞାପନ ପାଇଁ ବଲିଉଡ୍ ତାରକା ଶାହରୁଖ ଖାନ୍‌ଙ୍କ ସହ ସହଯୋଗିତା ସ୍ଥାପନ ବିଷୟରେ ଘୋଷଣା କରାଯାଇଛି ।

ପୂର୍ବରୁ ଆଲିଆ ଭଟ୍ଟ ଓ ରଣବୀର କପୁର ବ୍ରାଣ୍ଡ୍‌ର ପ୍ରଚାର କରୁଥିବା ବେଳେ ସେହି ତଲିକାରେ ଆହୁରି ଦମଦାର ତାରକା ଶାହରୁଖଙ୍କ ନାମ ଯୋଡ଼ି ହୋଇଛି । ଶାହରୁଖଙ୍କ ଉପସ୍ଥିିତି ରୁଙ୍ଗଟା ବ୍ରାଣ୍ଡକୁ ନୂତନ ଶିଖରରେ ପହଂଚିବ ଏବଂ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ସବୁଠୁ ପ୍ରଭାବଶାଳୀ ସମନ୍ୱିତ ଇସ୍ପାତ ବ୍ରାଣ୍ଡ୍ ଭାବେ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।
ଏହି ଟିଭି ବିଜ୍ଞାପନରେ ରୁଙ୍ଗଟା ଟିଏମ୍‌ଟି ବାର୍‌କୁ ନିର୍ଧାରଣ କରୁଥିବା ଦୃଢ଼ତା ଓ ସ୍ୱତନ୍ତ୍ର ଗୁଣକୁ ପ୍ରଦର୍ଶିତ କରାଯାଇଛି, ଯାହା ଶାହରୁଖଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସହ ସମାନ୍ତରାଳ ହୋଇପାରିଛି । ଶାହରୁଖ ନିଜର ଅତୁଟ ସଂକଳ୍ପ, ମୂଲ୍ୟବୋଧ, ଅଭିଳାଷ ପାଇଁ ଜଣାଣୁଣା ଯାହାକୁ ଏହି ବିଜ୍ଞାପନର ମୂଳ ବାର୍ତା ଭାବେ ପ୍ରଚାର କରାଯାଉଛି ।
ଏଯି ଟିଭି ବିଜ୍ଞାପନ ପଛର ପରିକଳ୍ପନା ହେଉଛି “ଏକ୍‌ଦମ୍ ସଲିଡ୍ ଇଚ୍ଛାଶକ୍ତି” ଯାହା ବଲିଉଡ୍‌ରେ ଶାହରୁଖଙ୍କ ଦୃଢ଼ତା ଓ ଉତ୍କର୍ଷ ପାଇଁ ନିରନ୍ତର ପ୍ରୟାସକୁ ଦର୍ଶାଉଛି ।
ରୁଙ୍ଗଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “କିମ୍ବଦନ୍ତୀ ଶାହରୁଖ ଖାନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ଆମର ସଦ୍ୟତମ ବ୍ରାଣ୍ଡ୍ ଅଭିଯାନକୁ ଉପସ୍ଥାପନ କରି ଆମେ ବେଶ ରୋମାଂଚିତ । ଗୁଣାତ୍ମକ ମାନ ଓ ବିଶ୍ୱାସ ପ୍ରତି ଆମ ସମର୍ପଣ ଭାବକୁ ଏହି ସହଯୋଗିତା ପ୍ରତିଫଳିତ କରୁଛି । ସାରା ଭାରତରେ ସେ କିଙ୍ଗ ଖାନ୍ ଭାବେ ଲୋକପ୍ରିୟ ଥିବା ବେଳେ ସିନେମା କଳାରେ ଶ୍ରେଷ୍ଠତା ପ୍ରଦାନ କରିବା ଜାରି ରଖିଛନ୍ତି । ତାଙ୍କ ସହିତ ସହଯୋଗିତା ସ୍ଥାପନ କରିବା ଶ୍ରେଷ୍ଠ ଛଡ଼ା ଅନ୍ୟ କିଛି ପ୍ରଦାନ ନକରିବା ଲାଗି ରୁଙ୍ଗଟା ଷ୍ଟିଲ୍‌ର ଗଭୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମର ଦୃଢ଼ ବିଶ୍ୱାସ ରହିଛି ଯେ, ଏହି ସହଯୋଗିତା ଆମର ମୂଲ୍ୟବାନ ଗ୍ରାହକ ଓ ସହଯୋଗୀଙ୍କ ସହ ଯୋଡ଼ି ହେବ ଏବଂ ଇସ୍ପାତ ଶିଳ୍ପର ଅଗ୍ରଣୀ ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିବ ।”

Share

Leave a Reply

Your email address will not be published. Required fields are marked *

seventeen + two =