ଟିପିଏନଓଡ଼ିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର ମହିଳା ମାନଙ୍କୁ ସ୍ବାବଲମ୍ବୀ କରୁଛି

ବାଲେଶ୍ଵର : କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନ ର ଏକ ଅଂଶ ସ୍ୱରୂପ ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ – ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡ଼ିଏଲ) ବର୍ତ୍ତମାନ ସୁଧା ୨ଟି ସ୍ଥାନ ଯଥା ବାଲେଶ୍ଵର ଏବଂ ରାଇରଙ୍ଗପୁର ଠାରେ ଜାରି ରଖିଛି ତାର ଧନ୍ଦାମୂଳକ ତାଲିମ କେନ୍ଦ୍ର । ଏହି ଧନ୍ଦାମୂଳକ ତାଲିମ ହେଉଛି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନ ର ଏକ ଅଂଶ ଯାହାର ଲକ୍ଷ ହେଉଛି ଶିକ୍ଷା ଓ ଦକ୍ଷତା ର ବିକାଶ ଜରିଆରେ ଉପେକ୍ଷିତ ବର୍ଗର ପିଲା ମାନଙ୍କୁ ଶଶକ୍ତ କରିବା |
ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର , ସହକାରୀ ସୋନ୍ଦର୍ଯ୍ୟ ଚିକିତ୍ସା , କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ , ଟିସିଏସ ସହିତ ମିଳିତ ଭାବରେ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ତାଲିମ ଦିଆଯାଉଥିବା ବେଳେ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର ଶିକ୍ଷା ଦିଆଯାଉଅଛି |
ଟିପିଏନଓଡ଼ିଏଲ ପକ୍ଷରୁ ଏଇ ପ୍ରୟାସଟି ୧୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଉପେକ୍ଷିତ ବର୍ଗର ମହିଳା ମାନଙ୍କ ପାଇଁ ଜାରି ରହିଛି | ଏହାର ସମୟ ଅବଧି ୬ ମାସ ହୋଇଥିଲାବେଳେ ଟିସିଏସ ସହଯୋଗରେ ଦିଆଯାଉଥିବା କମ୍ପ୍ୟୁଟର ର ଶିକ୍ଷା ତାଲିମର 21 ଦିନିଆ ପାଠ୍ୟକ୍ରମ ପାଇଁ BA, B.Sc. କିମ୍ବା B.Comରେ ବିଗତ ଦୁଇବର୍ଷ ମଧ୍ୟରେ ସ୍ନାତକ ପାସ କରିଥିବା ଦରକାର ।
ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ପ୍ରଥମ ବ୍ୟାଚ ରେ ୨୭୩ ଜଣ ମହିଳା ଯେଉଁଥିରେ ୯୬ ଜଣ ସିଲାଇ , ୪୧ ଜଣ ସୌନ୍ଦର୍ଜ୍ୟ ବିଭାଗ , ୮୮ ଜଣ କମ୍ପ୍ୟୁଟର, ୪୮ ଜଣ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ରେ ତାଲିମପ୍ରାପ୍ତ ହେଇଛନ୍ତି ଏବଂ ଦ୍ଵିତୀୟ ବ୍ୟାଚ ରେ ୨୬୩ ଜଣ ମହିଳା ଯେଉଁଥିରେ ୮୭ ଜଣ ସିଲାଇ ,୩୪ ଜଣ ସୌନ୍ଦର୍ଜ୍ୟ ବିଭାଗ , ୮୮ ଜଣ କମ୍ପ୍ୟୁଟର, ୫୪ ଜଣ କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ ରେ ତାଲିମ ନେଉଛନ୍ତି |
ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ୧୬୦ ଜଣ ମହିଳା ଯେଉଁଥିରେ ୮୦ ଜଣ ସିଲାଇ ଏବଂ ୮୦ ଜଣ କମ୍ପ୍ୟୁଟରରେ ଯୋଗ ଦେଇ ତାଲିମ ନେଉଛନ୍ତି |
ପେଷାଦାର କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକ ଅତିକ୍ରମ କରିବାରେ ଉପେକ୍ଷିତ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକୀୟ ଲଘୁଦକ୍ଷତା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଏଇ କାର୍ଯ୍ୟକ୍ରମ ଦ୍ଵାରା ଲକ୍ଷ ରଖାଯାଇଛି |

Share

Leave a Reply

Your email address will not be published. Required fields are marked *

twenty + twelve =