କେରଳର ଥ୍ରିସୁରରେ କଲ୍ୟାଣରମଣଙ୍କ ପରିବାର ପକ୍ଷରୁ ତାରକା ଖଚିତ ନବରାତ୍ରୀ ପୂଜା

ଭୁବନେଶ୍ୱର: କଲ୍ୟାଣରମଣ ପରିବାର ନବରାତ୍ରୀ ପୂଜା ଏକ ତାରକା ଖଚିତ କାର୍ଯ୍ୟକ୍ରମରେ ପରିଣତ ହେବା ସହ ଭବ୍ୟତାର ଅନୁଭବ ପ୍ରଦାନ କରିଥିଲା । ଭାରତୀୟ ସିନେମା ଜଗତର ବହୁ ତାରକା ସେଥିରେ ଯୋଗ ଦେଇଥିଲେ ।
ଚଳିତ ବର୍ଷ ନବରାତ୍ରୀ ପୂଜା ଭଗବାନ ଶିବ ଓ ତାଙ୍କ ପବିତ୍ର ଜ୍ୟୋର୍ତିଲିଙ୍କ ଉପରେ ପର୍ଯ୍ୟବେସିତ ଥିଲା । କଳ୍ୟାଣରମଣ ପରିବାର ପକ୍ଷରୁ “ବୋମାଇ କୋଲୁ’ ଏକ ପ୍ରକାର ପାରମ୍ପରିକ କଣ୍ଢେଇ ଓ ମୂର୍ତିକୁୁ ପ୍ରଦର୍ଶନ କରାଯାଇଥିଲା । ବୋମାଇ ବା କଣ୍ଢେଇଗୁଡ଼ିକୁ ଏଭଳି ଭାବେ ରଖାଯାଏ ଯେଉଁଥିରେ ଦେବୀ ସରସ୍ୱତୀ, ପାର୍ବତୀ ଓ ଲକ୍ଷ୍ମୀଙ୍କ ଦୈନନ୍ଦୀନ ଦୃଶ୍ୟ ଓ ଦୈବିକ ବେଶକୁ ପ୍ରଦର୍ଶନ କରାଯାଏ ଯାହା ଭୌତିକରୁ ଆଧ୍ୟାତ୍ମିକ ସ୍ତର ଆଡ଼କୁ ବିବର୍ତନର ପ୍ରତୀକ ବୋଲି ବିଚାର କରାଯାଏ । ଅତିଥିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଇଥିଲା ଏବଂ ସେମାନଙ୍କୁ କୋଲୁ ପ୍ରଦର୍ଶନ ପଛର କାହାଣୀ ଓ ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା ।
କଲ୍ୟାଣ ଜୁଏଲର୍ସର ଗ୍ଲୋବାଲ ଆମ୍ବାସାଡର କ୍ୟାଟ୍ରିନା କୈଫଙ୍କ ସମେତ ଏହି ପୂଜାରେ ସାମିଲ ହୋଇଥିବା ଅନ୍ୟ ସିନେ ତାରକାମାନେ ହେଉଛନ୍ତି ସୋନାକ୍ଷୀ ସିହ୍ନା, ଶିଳ୍ପା ସେଟ୍ଟି, ଜାହ୍ମବୀ କପୁର, ଜାତୀୟ ପୁରସ୍କାର ବିଜୟିନୀ କ୍ରିତି ସାନୁନ, କଲ୍ୟାଣ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସାଡର ରଶ୍ମିକା ମନ୍ଦନ, ଅଜୟ ଦେବଗନ ଏବଂ ମାଲାୟାଲମ, ତାମିଲ ଓ ତେଲୁଗୁ ସିନେମା ଜଗତର ନିର୍ଦ୍ଦେଶକ ଓ ଅଭିନେତାମାନେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଟୋଭିନୋ ଥୋମାସ, ବାରଲକ୍ଷ୍ମୀ, ସାନିଆ ଆୟପାନ୍ନ, ବିକ୍ରମ ପ୍ରଭୁ, ନାଗା ଚୈତନ୍ୟ, ରାଗିନା କାସାଣ୍ଡ୍ରା, ନୀରଜ ମାଧବ, ନୈଲା ଉଷା, ଶ୍ରୁତି ରାମଚନ୍ଦ୍ରନ, କଲ୍ୟାଣୀ ପ୍ରିୟଦର୍ଶନ, ନିର୍ଦ୍ଦେଶକ ସତ୍ୟାନ ଆଙ୍କିକଡ, ସଙ୍ଗୀତକାର ଔସେପାଚନ, ମାନେକା ଓ ସୁରେଶ କୁମାର ।
କଲ୍ୟାଣ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସାଡର ପ୍ରଭୂୁ ଗଣେଶନ (ତାମିଲନାଡୁ), ଅକିନେନି ନାଗାର୍ଜୂୁନ (ଆନ୍ଧ୍ର ଓ ତେଲେଙ୍ଗାନା), କିଞ୍ଜଲ ରାଜପ୍ରିୟା (ଗୁଜରାଟ) ୱାମିଗା ଗବି (ପଂଜାବ) ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

20 − 18 =