ଆଦାନି ବିଦ୍ୟା ମନ୍ଦିର ଜିତିଲା ଏନ୍‌ୱାଇସି ଗ୍ରିନ୍ ସ୍କୁଲ୍ ପୁରସ୍କାର

ଭୁବନେଶ୍ୱର: ସପ୍ତମ ଏନ୍‌ୱାଇସି ଗ୍ରିନ୍ ସ୍କୁଲ୍ ସମ୍ମିଳନୀରେ ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦ (ଏଭିଏମ୍‌ଏ)କୁ ସମ୍ମାନଜନକ ଗ୍ରିନ୍ ସ୍କୁଲ ପୁରସ୍କାର ପ୍ରଦାନ କରାଯାଇଛି । ପରିବେଶ ସଚେତନ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଅଭିନବ ଦୃଷ୍ଟିକୋଣ ଆପଣେଇଥିବାରୁ ସ୍କୁଲକୁ ଏହି ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ କରାଯାଇଛି । ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦର ୭୮ତମ ଅଧିବେଶନ ପରିପ୍ରେକ୍ଷୀରେ ଏହି ମାନ୍ୟତା ପ୍ରଦାନ କରାଯାଇଛି ।
ସ୍କୁଲର ପାଠ୍ୟକ୍ରମରେ ଜୈବବିବିଧତା ଉପରେ ଜୋର ଦିଆଯାଇଥିବା ବେଳେ ପିଲାମାନଙ୍କ ପାଠପଢ଼ାର ଦାୟିତ୍ୱ ନେବା ଲାଗି ପରିବାରଗୁଡ଼ିକୁ ସାହାଯ୍ୟ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି କିଛି ଅଭିଯାନରେ କିଛି ସମୟ ଭିତରେ ଟଙ୍କା ଅଲଗା ରଖାଯାଉଛି ଯାହା ପିଲାଙ୍କ ଉଚ୍ଚ ଶିକ୍ଷାରେ ବ୍ୟବହାର କରିବା ଲାଗି ପରିବାରଗୁଡ଼ିକୁ ସକ୍ଷମ କରିବ ।
ଏନ୍‌ୱାଇସି ଗ୍ରିନ୍ ସ୍କୁଲ ସମ୍ମିଳନୀରେ ପିଲାମାନଙ୍କୁ ବୃକ୍ଷରୋପଣ, ବର୍ଜ୍ୟ ହ୍ରାସ ଓ ସରଂକ୍ଷଣ ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଇକୋ-କ୍ଲବ୍ ଏବଂ ଦୀର୍ଘସ୍ଥାୟୀ ପଦ୍ଧତି, ଜଳବାୟୁ ପରିବର୍ତନ ଓ ପରିବେଶ ସଂରକ୍ଷଣ ଓ ଇକୋ-କ୍ଲବ୍‌, ଏଫ୍‌ଏସ୍‌ସିଆଇ ମାନ୍ୟତା ଏବଂ ଏକ ଖାଦ୍ୟ ସୁରକ୍ଷା କମିଟି ଭଳି ସଫଳତାକୁ ସାମିଲ କରାଯାଇଥିଲା ।
ଏଭିଏମ୍‌ଏ ଏହାର କ୍ୟାମ୍ପସ୍‌କୁ ଏକ ପରିବେଶ ମିତବ୍ୟୟୀ ପରିସରରେ ରୂପାନ୍ତରିତ କରିଛି । ଏହା ସୌର ଶକ୍ତି ବ୍ୟବହାର କରୁଥିବା ବେଳେ ବର୍ଷା ଜଳ ଅମଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ରହିଛି ।
ବିଶ୍ୱସ୍ତରୀୟ ସହଯୋଗୀତା ଓ ସହବନ୍ଧନକୁ ପ୍ରତ୍ୟକ୍ଷ ଭାବେ ସ୍କୁଲ ଚାହିରହିଛି । ୟୁନିସେଫ୍ ସହିତ ଏହା ସହଯୋଗିତା ସ୍ଥାପନ କରିଥିବା ବେଳେ ୟୁନେସ୍କୋ ସହ ସହଯୋଗିତା ସ୍ଥାପନ କରିବାର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏହି ସହଯୋଗିତାଗୁଡ଼ିକର ଲକ୍ଷ୍ୟ ହେଉଛି ଜ୍ଞାନ ବଂଟନ କରିବା, ଶ୍ରେଷ୍ଠ ପ୍ରଥାର ବିନିମୟ କରିବା ଏବଂ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ମିଳିତ ଉଦ୍ୟମ କରିବା ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ।
ଗୁଜରାଟର ଏକମାତ୍ର ଘରୋଇ ସ୍କୁଲ ଭାବେ ଏଭିଏମ୍‌ଏ ୟୁନିସେଫ୍ ସହିତ ସହଯୋଗିତା ସ୍ଥାପନ କରିଛି ଏବଂ ଭାରତୀୟ କ୍ୱାଲିଟି ପରିଷଦ ଅଧୀନରେ ଏନଏବିଇଟି ସ୍ୱୀକୃତି ହାସଲ କରିଛି । ସ୍କୁଲର ଦୁଇ ଜଣ ବିଦ୍ୟାର୍ଥୀ ଆଲଭିନା ରାଏ ଓ ଗୀତାଂଶୁ ଚାବ୍‌ଡ଼ା ଆନ୍ତଃ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ବ୍ରାଜିଲ ଓ ଚୀନ୍‌ରେ ପୂର୍ଣ୍ଣ ସ୍କଲାରସିପ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏସଟିଇଏମ୍ ଲିଡରସିପ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଟେମାସେକ୍ ଫାଉଣ୍ଡେସନର ଏନ୍‌ଆଇଇ ଇଟଂରନ୍ୟାସନାଲ୍ ସହ ଆଦାନି ଫାଉଣ୍ଡେସନ ହାତ ମିଳାଇଛି ।

Share

Leave a Reply

Your email address will not be published. Required fields are marked *

nine + 18 =