ସୋନିର ନୂଆ ହାଇ-ଏଣ୍ଡ୍ ଡିଜିଟାଲ୍ ସିନେମା କ୍ୟାମେରା “ବୁରାନୋ”

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ସିନେଆଲ୍ଟାର ଏକ ଅଂଶ ଭାବରେ ବୁରାନୋ କ୍ୟାମେରା ଉନ୍ମୋଚନ କରାଯାଇଛି । ନୂଆ ବୁରାନୋରେ ଏକ ସେନ୍ସର ରହିଛି ଯାହା ଭିଏନଏସ୨ର ରଙ୍ଗ ସହିତ ମେଳ ଖାଉଛି ଏବଂ ବିଶେଷ କରି ସିଙ୍ଗଲ କ୍ୟାମେରା ଅପରେଟର ଏବଂ ଛୋଟ କ୍ରୁମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ବିଶ୍ୱର ପ୍ରଥମ ଡିଜିଟାଲ ସିନେମା କ୍ୟାମେରା ଯେଉଁଥିରେ ପିଏଲ-ମାଂଉଟ୍ ରହିଛି ଯାହା ଇନ୍‌-ବଡି ଇମେଜ୍ ସ୍ଥିରତା ପ୍ରଦାନ କରିଥାଏ । ଏହାବ୍ୟତୀତ କମ୍ପ୍ୟାକ୍ଟ ହାଉସିଂରେ ପ୍ରଥମ ଥର ପାଇଁ ଉଭୟ ଇଲେକ୍ଟ୍ରୋନିକ୍ ଭାବରେ ପରିବର୍ତନଶୀଳ ଏନଡି ଫିଲ୍ଟର ଷ୍ଟ୍ରକ୍ଚର ସହିତ ଆପ୍ଟିକାଲ୍ ଇମେଜ୍ ସ୍ଥିରତା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ପିଏଲ ଲେନ୍ସ ମାଉଂଟ୍‌କୁ ହଟାଇବା ସମୟରେ କ୍ୟାମେରାକୁ ଇ-ମାଉଂଟ୍ ଲେନ୍ସ ସହିତ ବ୍ୟବହାର କରାଯାଇପାରିବ ।
ଭେନିସ୍ କ୍ୟାମେରାର ବହୁଳ ପ୍ରଶଂସିତ ରଙ୍ଗ ବିଜ୍ଞାନ ବ୍ୟବହାର କରି ବୁରାନୋରେ ଏକ ୮.୬କେ ଫୁଲ-ଫ୍ରେମ୍ ସେନ୍ସର ରହିଛି, ଯାହା ଏହାକୁ ସମସ୍ତ ପ୍ରକାର ପ୍ରଡକ୍ସନରେ ସେହି କ୍ୟାମେରା ସହିତ କାମ କରିବାକୁ ସକ୍ଷମ କରୁଛି । ଏହି ସେନସରରେ ୮୦୦ ଏବଂ ୩୨୦୦ ଅକ୍ଷାଂଶର ଡୁଆଲ ବେସ୍ ଆଇଏସଓ ଏବଂ ଅକ୍ଷାଂଶର ୧୬ଟିି ଷ୍ଟପ୍ ରହିଛି ଯାହା ଅତ୍ୟନ୍ତ କ୍ଷୀଣ ଆଲୋକରେ ମଧ୍ୟ ଚମତ୍କାର ଚିତ୍ର ଉତୋଳନ କରୁଛି ।
ଏହି କ୍ୟାମେରାରେ ଫୁଲ୍‌-ଫ୍ରେମ୍ ସୁପର ୩୫ ସୁଟ୍ କରିବାର କ୍ଷମତା ରହିଛି । ଆନାମୋରଫିକ୍ ଲେନ୍‌ସ ପାଇଁ ଏଥିରେ ଡି-ସ୍କୁଇଜ୍ ସୁବିଧା ରହିଛି । ଏହା ଦ୍ରୁତ ଫ୍ରେମ୍ ଗତିରେ ସୁଟିଂ କରିପାରିବ । ବୁରାନୋ ହେଉଛି ଛୋଟ ଓ ହାଲୁକା । ଏଥିରେ ଏକ ଦୃଢ଼ ମ୍ୟାଗ୍ନେସିୟମ୍ ଚେଚିସ୍ ରହିଛି । କ୍ୟାମେରାର ବ୍ୟାଗ୍‌କୁ ଉଦ୍ଦିଦ ଭିତିକ ସେଲ୍ୟୁଲୋଜ୍‌ରୁ ପ୍ରସ୍ତୁତ କରାଯାଇଛି । ଏଥିରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇନାହିଁ ।
ବୁରାନୋରେ ଇଲେକ୍ଟ୍ରୋନିକ୍ସ ଭାରିଏବଲ୍ ଏନ୍‌ଡି ଫିଲ୍‌ଟର୍ ରହିଛି, ଯାହାକୁ ବିଭିନ୍ନ ଆଲୋକ ପରିସ୍ଥିତିରେ ସହଜରେ ଆଡ୍‌ଜଷ୍ଟ୍ କରାଯାଇପାରିବ । ପିଏଲ ଆଡାପ୍ଟରକୁ ମିଶାଇ ୨.୯ କିଲୋଗ୍ରାମ ଓଜନ ବିଶିଷ୍ଟ ବୁରାନୋ ସୋନିର ଶ୍ରେଷ୍ଠ ଭିଇଏନଆଇସିଇ ୨ ଡିଜିଟାଲ ସିନେମା କ୍ୟାମେରା ତୁଳନାରେ ପ୍ରାୟ ୩୩% ହାଲୁକା ବୁରାନୋରେ ଚଳଚ୍ଚିତ୍ର ନିର୍ମାଣ ସମୁଦାୟର ମତାମତ ଆଧାରରେ ଡିଜାଇନରେ ଉନ୍ନତି ଅଣାଯାଇଛି । ଏଥିରେ ୩.୫ ଇଂଚ୍‌ର ମଲ୍ଟି-ଫଙ୍କସନ୍ ଏଲସିଡି ମନିଟରକୁ ଟଚ୍ ଫୋକସ୍ କିମ୍ବା ମେନୁ ନିୟନ୍ତ୍ରଣ ପାଇଁ ଭିଉଫାଇଣ୍ଡର ଭାବରେ ବ୍ୟବହାର କରାଯାଇପାରିବ ।
୮.୬କେ ଇମେଜ୍ ସେନ୍‌ସର୍ ସହିତ ବୁରାନୋ ଡିଜିଟାଲ୍ କ୍ୟାମେରାର ମୂଲ୍ୟ ୩୭,୬୯,୯୯୦ ଟଙ୍କା ରହିଛି । ଏହା ୨୦୨୪ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଉପଲବ୍ଧ ହେବ । ବୁରାନୋ ସହ ୨,୬୧,୫୭୦ ଟଙ୍କାର ଦୁଇଟି ସିଏଫ୍‌ଏକ୍ସପ୍ରେସ୍ ଟାଇପ୍ ବି ୯୦୦ ଜିବି ( ସିଇବି- ଜି୯୬୦ଟି) ମେମୋରି କାର୍ଡ ଶହ ଓ ଗୋଟିଏ ମେମୋରି କାର୍ଡ ରିଡର୍ (ଏମଆରଡବ୍ଲ୍ୟୁ – ଜି ୧) ମାଗଣାରେ ମିିିଳିବ ।

Share

Leave a Reply

Your email address will not be published. Required fields are marked *

20 + 18 =