ଆକ୍ସିସ ବ୍ୟାଙ୍କ ଓଡ଼ିଶାର ଗ୍ରାମୀଣ ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଭାରତ ବ୍ୟାଙ୍କିଂ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ-ସହରାଚଂଳ (ରୁସୁ) ଅଂଚଳରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି । ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଛି ଯାହାର ପ୍ରାୟ ୭୦% ଶାଖା ରୁସୁ ଅଂଚଳରେ ଅବସ୍ଥିତ । ଏହାବ୍ୟତୀତ ରାଜ୍ୟର ଦୁର୍ଗମ ଅଂଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ୩୦୦୦ରୁ ଅଧିକ ଜନ ସେବା କେନ୍ଦ୍ର (ସିଏସସି)–ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲଇ)ଙ୍କୁ ନିୟୋଜିତ କରିଛି ।
ଓଡ଼ିଶାରେ ବ୍ୟାଙ୍କର ସିଏସସି ବିତରଣ ଚଳିତ ବର୍ଷ ୩ ଗୁଣରୁ ଅଧିକି ହାରରେ ବୃଦ୍ଧି ପାଉଛି ଯାହା ଏହାର ସାମଗ୍ରିକ ସିଏସସି ବ୍ୟବସାୟର ସର୍ବଭାରତୀୟ ଅଭିବୃଦ୍ଧି ତୁଳନାରେ ଅଧିକ । ଗତ ୯ ମାସ ମଧ୍ୟରେ ଏହାର ସୁନା ଋଣ (ଗୋଲ୍ଡ ଲୋନ୍ ବୁକ୍‌) ମଧ୍ୟ ୩୫%ରୁ ଅଧିକ ବୃଦ୍ଧି ଘଟିଛି । ଭାରତ ବ୍ୟାଙ୍କିଂ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାରା ରାଜ୍ୟରେ ଉଭୟ ଖୁଚୁରା ଓ ସଂସ୍ଥାଗତ ଉତ୍ପାଦରେ ଅଭିବୃଦ୍ଧି ହାର ସୁଦୃଢ଼ ରହିଛି ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକ୍ୟୁଟିଭ୍ ତଥା ଭାରତ ବ୍ୟାଙ୍କିଙ୍ଗ୍ ମୁଖ୍ୟ ମୁନିସ ଶାରଦା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ବିଭିନ୍ନ ଉତ୍ପାଦ ଓ ସେବା ମାଧ୍ୟମରେ ରାଜ୍ୟରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ବ୍ୟାଙ୍କ ଏହାର ଶାଖାଗୁଡ଼ିକୁ ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସହଭାଗିତାକୁ ପୁଞ୍ଜି କରି ଋଣ ଏବଂ ଜମା ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଙ୍କର ସହ-ଋଣ ସହଯୋଗିତା ଏବଂ ଡିଜିଟାଲ ସମାଧାନ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଚଂଳର ବିଭିନ୍ନ ବର୍ଗର ସ୍ୱତନ୍ତ୍ର ଆର୍ôଥକ ଆବଶ୍ୟକତାକୁ ପୂରଣ କରିୁଛି । ଏହା ଦ୍ୱାରା ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗରେ ଏକ ପ୍ରମୁଖ ବ୍ୟାଙ୍କ ଭାବେ ଆକ୍ସିସ୍ ବ୍ୟାଙ୍କ ନିଜର ସ୍ଥିତିକୁ ସୁଦୃଢ କରିପାରିଛି ।’’
ଆଇଟିସି, ସ୍ପାଇସ୍ ମନି, ଶ୍ରୀରାମ ହାଉସିଂ ଫାଇନାନ୍ସ, ଇଣ୍ଡିଆ ସେଲଟର ଫାଇନାନ୍ସ କର୍ପୋରେସନ ଲିମିଟେଡ ଏବଂ ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ ଭଳି ପ୍ରମୁଖ କମ୍ପାନୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଧ୍ୟମରେ ଆକ୍ସିସ ବ୍ୟାଙ୍କ ଏହାର ମାଇକ୍ରୋ ଋଣ କ୍ଷମତାକୁ ସୁଦୃଢ଼ କରିଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ), ଉଦୀୟମାନ କର୍ପୋରେଟ୍‌, ବାଣିଜ୍ୟିକ କୃଷି, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ସ୍ୱାସ୍ଥ୍ୟସେବା ଫାଇନାନ୍ସ ଆଦିର ବିବିଧ ଆବଶ୍ୟକତାକୁ ପୂରଣ କରିବା ହେଉଛି ଏହି ସହଯୋଗିତାର ଲକ୍ଷ୍ୟ । ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଚଂଳରେ ଆଧାରିତ ଅଭିବୃଦ୍ଧି-କେନ୍ଦ୍ରିତ ଏବଂ ପ୍ରଗତିଶୀଳ ଗ୍ରାହକ ବର୍ଗ ପାଇଁ ବ୍ୟାଙ୍କ ଏକ ପ୍ରିମିୟମ୍ ବ୍ୟାଙ୍କିଙ୍ଗ୍ ସେବା ‘ସମ୍ପନ୍ନ\’ ମଧ୍ୟ ଆରମ୍ଭ କରିଛି ।
ବ୍ୟାଙ୍କ ଏହାର ଭାରତ ବ୍ୟାଙ୍କିଂ ପଦକ୍ଷେପ ଅଧୀନରେ ନିର୍ଦ୍ଦିଷ୍ଟ ଆବଶ୍ୟକତା ଥିବା ଭିନ୍ନ ଭିନ୍ନ ବର୍ଗ ଯଥା ଜଏଂଟ୍ ଲାଏବିଲିଟି ଗ୍ରୁପ୍ (ଜେଏଲଜି) ଗ୍ରାହକଙ୍କ ପାଇଁ ବ୍ୟକ୍ତିଗତ ମିଆଦୀ ଋଣ ଉତ୍ପାଦ, କୃଷକମାନଙ୍କ ପାଇଁ ଅଳ୍ପ ମୂଲ୍ୟର ମିଆଦୀ ଋଣ, ଟ୍ରାକ୍ଟର ରିଫାଇନାନ୍ସ ଇତ୍ୟାଦି ସେବା ଆରମ୍ଭ କରିଛି । ଗ୍ରାହ୍ୱାନଙ୍କ ଆବଶ୍ୟକତାକୁ ଆଧାର କରି ଏହା ଏସ୍‌ଏମ୍‌ଇ ବର୍ଗ ପାଇଁ ନିଜର ଉତ୍ପାଦ ଏବଂ ସେବାକୁ ସୁଦୃଢ଼ କରିଛି । ଏଥିରେ ଏବେ ମେଡିକାଲ ଉପକରଣ, ସୌର ଉପକରଣ, କୃଷି ବାଣିଜ୍ୟିକ ଯାନ, ସିଜିଟିଏସ୍‌ଏମ୍‌ଇ ହାଇବ୍ରିଡ୍‌, ଇପିସି କମୋଡିଟି ଏବଂ ପ୍ଲେଜ୍ ମେଟାଲ ରହିଛି । ଏହାବ୍ୟତୀତ, ବ୍ୟାଙ୍କ ମଣ୍ଡିର ସମସ୍ତ ଅଂଶୀଦାରଙ୍କୁ ଏହାର ବ୍ୟାପକ ଆର୍ôଥକ ସେବା ପ୍ରଦାନ ଜାରି ରଖିବ । ଓଡ଼ିଶା ରାଜ୍ୟର ସମସ୍ତ ପ୍ରମୁଖ ବଜାରରେ ବ୍ୟାଙ୍କର ଭିନ୍ନ ଭିନ୍ନ ଏବଂ ସର୍ବୋତମ ଉତ୍ପାଦ, ସେବା ଏବଂ ଡିଜିଟାଲ ସମାଧାନ ଏହାର ଦ୍ରୁତ ପ୍ରଗତି ଏବଂ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
୨୦୨୩ ଡିସେମ୍ବର ୩୧ ସୁଦ୍ଧା ଆକ୍ସିସ୍ ବ୍ୟାଙ୍କର ଦେଶବ୍ୟାପୀ ୫,୨୫୨ ଶାଖା, ୧୫,୯୩୧ ଏଟିଏମ୍ ଏବଂ ରିସାଇକଲର ଏକ ଶକ୍ତିଶାଳୀ ନେଟୱାର୍କ ରହିଛି । ସମସ୍ତଙ୍କ ପାଇଁ ଉପଲବ୍ଧ ବ୍ୟାଙ୍କିଙ୍ଗ ସେବାକୁ ସୁଗମ କରିବା ପାଇଁ ବ୍ୟାଙ୍କ ଦୁର୍ଗମ ରୁସୁ ଅଂଚଳରେ ୨୩୭୨ଟି ଭାରତ ବ୍ୟାଙ୍କିଂ ଶାଖା ଖୋଲିଛି । ବ୍ୟାଙ୍କର ଅଗ୍ରୀମରେ ଉଲ୍ଲେଖନୀୟ ୩୪% ବୃଦ୍ଧି ଘଟିଛି ଏବଂ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଚଂଳରେ ଋଣ ପ୍ରଦାନରେ ୪୬% ବୃଦ୍ଧି ଘଟିଛି ଯାହା ଭାରତର କେନ୍ଦ୍ରସ୍ଥଳରେ ଏହାର ଉପସ୍ଥିତି ଏବଂ ପ୍ରଭାବକୁ ଜଣାଉଛି ।

Share

Leave a Reply

Your email address will not be published. Required fields are marked *

16 − five =