ୱି ପକ୍ଷରୁ ପୁରୀର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ସିଧା ଦର୍ଶନ ବ୍ୟବସ୍ଥା

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଉତ୍ସବ ଜାରି ରହିଛି । ରଥଯାତ୍ରା ଓ ତା’ ସହ ସମ୍ପର୍କିତ ନୀତିଗୁଡ଼ିକ ହେଉଛି ଭାରତର ଅନ୍ୟତମ ସବୁଠୁ ପ୍ରତିକ୍ଷୀତ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଯାହା ବହୁ ଲୋକଙ୍କୁ ଆକର୍ଷିତ କରିଥାଏ । ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବାହୁଡ଼ା ଯାତ୍ରାକୁ ଦେଖିବା ଲାଗି ଶ୍ରଦ୍ଧାଳୁମାନଙ୍କୁ ସୁଯୋଗ ପ୍ରଦାନ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ବାହୁଡ଼ା ଯାତ୍ରାର ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ୱିର ଗ୍ରାହକମାନେ ବାହୁଡ଼ା ଯାତ୍ରା ଓ ତାହାର ପରବର୍ତୀ ରୀତିନୀତିର ସିଧାପ୍ରସାରଣକୁ଼ୁ ସେମାରୋମି ସହଯୋଗରେ ୱି ଆପ୍‌ର ୱି ମୁଭିଜ୍ ଆଣ୍ଡ୍ ଟିଭି ଓ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଖସଜ୍ଞକ୍ଟଙ୍ଖସରଗ୍ଦବଦ୍ଭୟଗ୍ଧଙ୍ଖ.ସଦ୍ଭ ରେ ଦେଖିପାରିବେ ।
ୱିର ସମସ୍ତ ଗ୍ରାହକଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇ ଭୋଡାଫୋନ୍ ଆଇଡିଆର କ୍ଲଷ୍ଟର ବିଜନେସ୍ ହେଡ୍ ସୁକାନ୍ତ ଦାସ କହିଛନ୍ତି ଯେ, “ସାରା ଭାରତରେ ଅଧିକ ପସନ୍ଦ ଓ ଦେଖାଯାଉଥିବା ପୁରୀ ରଥଯାତ୍ରା ସହିତ ୱିର ଦୀର୍ଘକାଳୀନ ସମ୍ପର୍କ ରହିଛି । ପ୍ରଭୁ ଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଏକ ଚିନ୍ତାଶୀଳ ଅଭିଯାନ ଭାବେ ଏହି ମହା ବାହୁଡ଼ା ଯାତ୍ରାକୁ ୱି ଆପ୍‌ର ୱି ମୁଭିଜ୍ ଆଣ୍ଡ୍ ଟିଭି ଜରିଆରେ ଯେକୌଣସି ସ୍ଥାନରୁ ଦେଖିବା ଓ ତାହାର ଅନୁଭୂତି ହାସଲ କରିବା ଲାଗି ମୁଁ ଖୁସିର ସହ ୱିର ସମସ୍ତ ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛି । ୱି ଗ୍ରାହକମାନଙ୍କ ଲାଗି ଏହା ହେଉଛି ଏକ ସ୍ୱତନ୍ତ୍ର ଅଫର ।’’
୨୦୨୩ ଜୁନ୍ ୨୮ ବୁଧବାର ସକାଳ ୮ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆରମ୍ଭ ହୋଇ ସେହି ଦିନ ସନ୍ଧ୍ୟା ୬ଟାରେ ଶେଷ ହେବ । ୱିର ଗ୍ରାହକମାନେ ସୁନାବେଶ, ଅଧର ପଣା ଓ ନିଳାଦ୍ରୀ ବିଜେ ଭଳି ନୀତିକୁ ମଧ୍ୟ ଦେଖିପାରିବେ । ନିମ୍ନରେ ତାହାର ବିବରଣୀ ପ୍ରଦାନ କରାଯାଇଛି ।

Event Date Live Timing Rituals
Bahuda Yatra 28-Jun-23 08:00 AM – 18:00 PM Bahuda Pahandi- 12 PM to 2:30 PM
Pulling of the chariots at 4 PM.
Sunabesa 29-Jun-23 15:00 PM – 20:00 PM The rituals 4 PM to 5:30 PM.
Adhar Pana 30-Jun-23 17:00 PM – 21:00 PM Mahasnana & Sarbanga – 1.30 PM
Tini Ratha Adharapana Niti Sesa – 8.00 PM
Mahasnana Sesa – 9.00 PM
Niladri Bije 01-Jul-23 17:00 PM – 22:00 PM Pahandi rituals will begin from 4 pm and completed by 10 pm
Share

Leave a Reply

Your email address will not be published. Required fields are marked *

five × three =