୮ ଜିଲ୍ଲା ସତର୍କ ରୁହ

ଭୁବନେଶ୍ବର() ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୮ଟି ଜିଲ୍ଲା ଗୁଡିକ ହେଲା ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ,କନ୍ଧମାଳ, ଖୋର୍ଦ୍ଧା, କଟକ ଓ ପୁରୀ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କାଲି ୫ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାର ଆଶଙ୍କା ଥିବାରୁ ସେଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୫ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍ଗାନାଳ ଓ କେନ୍ଦୁଝର ।

ସେହିପରି ଆଉ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୬ଟି ଜିଲ୍ଲାରେ ସାମିଲ ଅଛି- ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଓ ସୁବର୍ଣ୍ଣପୁର । ଏନେଇ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five × two =