ବିଏନ୍‌ଆଇ ପକ୍ଷରୁ ଭାରତରେ ୫୦,୦୦୦ ସଦସ୍ୟ ମାଇଲଖୁଂଟ ପାଳନ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ରେଫରାଲ୍ ମାର୍କେଟିଂ ସଂସ୍ଥା ବିଜନେସ୍ ନେଟ୍‌ୱର୍କ ଇଟଂରନ୍ୟାସନାଲ୍ (ବିଏନ୍‌ଆଇ) ଭାରତରେ ୫୦,୦୦୦ ସଦସ୍ୟର ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଥିବା ଘୋଷଣା କରିଛି । ଜାତୀୟ ସ୍ତରରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବାରେ ବିଏନ୍‌ଆଇର ଦୃଢ଼ ଅଭିଯାନ ସହିତ ଏହି ମାଇଲଖୁଂଟ ହାସଲ ହୋଇଛି ।
୧୨୧ଟି ସହରରେ ୫୦,୮୩୦ ସଦସ୍ୟଙ୍କୁ ନେଇ ବିଏନ୍‌ଆଇ ସାରା ଦେଶରେ ଏହାର ଉପସ୍ଥିତି ଜାହିର କରିଛି । ବିଏନ୍‌ଆଇ ନେଟ୍‌ୱର୍କରେ ଗତ ୧୨ ମାସ ଭିତରେ ୩୧,୯୩,୮୭୪ ରେଫରାଲ୍ ଜରିଆରେ ୩୦,୫୧୬ କୋଟି ଟଙ୍କାର କାରବାର ହୋଇଛି । ବିଏନ୍‌ଆଇରେ ହାରାହାରି ମୂଲ୍ୟ ବାର୍ଷିକ ୬୫.୫୪ ଲକ୍ଷ ଟଙ୍କା ରହିଛି । ଓଡ଼ିଶାରେ ବିଏନ୍‌ଆଇର ଦୁଇଟି ଚାପ୍ଟର ଥିବା ବେଳେ ୧୪୪ରୁ ଅଧିକ ସଦସ୍ୟ ରହିଛନ୍ତି । ଗତ ଏକ ବର୍ଷରେ ୬୨ କୋଟି ଟଙ୍କାର ବ୍ୟବସାୟ ହୋଇଛି ।
ଏହି ଅବସରରେ ଆଧୁନିକ ନେଟ୍‌ୱର୍କିଂର ଜନକ ଭାବେ ପରିଚିତ ଡକ୍ଟର ଇଭାନ୍ ମିସ୍‌ନର୍ କହିଛନ୍ତି ଯେ, “ବିଏନ୍‌ଆଇ ଯାହା ହୋଇଛି ତାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି । ବ୍ୟବସାୟର ଦୁନିଆ ଓ ଲୋକମାନଙ୍କ ଜୀବନ ଉପରେ ଏହାର ପ୍ରଭାବ ଜାରି ରହିବ । ସାରା ଦୁନିଆରେ ଗିଭର୍ସ ଗେନ୍ ଭାବେ ମୁଁ ଗର୍ବିତ ମନେ କରୁଛି । ପ୍ରତି ଅର୍ଥନୀତି ବିଭିନ୍ନ ଚକ୍ର ଦେଇ ଗତି କରେ ଓ କିଛି ଲୋକଙ୍କ ପାଇଁ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦିଏ । ସେହି ସମୟରେ ଆପଣଙ୍କ ନେଟ୍‌ୱର୍କ କାମରେ ଆସିବ । ମାତ୍ର, ସଫଳ ନେଟୱର୍କିଂ ହେଉଛଇ ତାହା ଭଲ ସମୟରେ ବିକାଶ କରାଯାଇଥାଏ ଏବଂ ଏଭଳି କଠିନ ସମୟରେ ତାହାର ଫଳ ମିଳିଥାଏ । ବିଏନ୍‌ଆଇ କେବଳ ଷ୍ଟାର୍ଟଅପ୍ ନୁହେଁ ପୁରୁଣା ବ୍ୟବସାୟଙ୍କୁ ବ୍ୟାପକ କରିବାରେ ମଧ୍ୟ ସମ୍ପର୍କ ବଢ଼ାଇବା ପାଇଁ କଂପାନିକୁ ସାହାଯ୍ୟ କରୁଛି ଯାହା ଜୀବନରେ ରେଫରାଲ୍ ପାଇଁ ଶକ୍ତିଶାଳୀ ବ୍ୟକ୍ତିଗତ ନେଟ୍‌ୱର୍କ ଗଠନ କରିବ ।’’
ବିଏନ୍‌ଆଇ ଇଣ୍ଡିଆର ଜାତୀୟ ନିର୍ଦ୍ଦେଶକ ହେମୁ ସୁବର୍ଣ୍ଣା କହିଛନ୍ତି ଯେ, “ବିଏନ୍‌ଆଇ ପାଇଁ ଭାରତ ହେଉଛି ଆକର୍ଷଣୀୟ ଅଭିବୃଦ୍ଧି କାହାଣୀ । ଗତ ୧୨ ମାସକୁ ଦେଖିଲେ ଜଣାପଡ଼ୁଛି ଯେ ବିଏନ୍‌ଆଇ ସଦସ୍ୟମାନେ ୩୦୫୧୬ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିଛନ୍ତି । ଏହି ଅଂଚଳରେ ସଦସ୍ୟ ଦୃଷ୍ଟିରୁ କେବଳ ବୃଦ୍ଧି ହେଉନାହିଁ, ବରଂ ନବସୃଜନରେ ମୁମ୍ବାଇ ବିଶ୍ୱର ଅଗ୍ରଣୀ ଭାବେ ଉଭା ହୋଇଛି । ସେହି ନବସୃଜନ ଦ୍ୱାରା ଏମ୍‌ଏସ୍‌ଏମ୍‌ଇମାନେ ସିଧାସଳଖ ଉପକୃତ ହେବେ ଯାହା ସାରା ଭୌଗୋଳିକ ଅଂଚଳରେ ଉଲ୍ଲେଖନୀୟ ବ୍ୟବସାୟ ଅଭିବୃଦ୍ଧି ସହଯୋଗିିତାର ପ୍ରସାର କରିବ । ୫୦,୮୩୦ ସଦସ୍ୟଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଏବଂ ସ୍ୱପ୍ନ ପୂରଣ କରିବାର ବାର୍ତାବହ ହେବା ଯାହା କିଛି ଲୋକଙ୍କ ପାଇଁ ବେଶ ସ୍ୱତନ୍ତ୍ର । ଆହୁରି ଉଚ୍ଚ ସଫଳତା ପାଇଁ ବ୍ୟବସାୟକୁ ବଢ଼ାଇବାରେ ଭାରତ ନୂଆ ମାନଦଣ୍ଡ ଧାର୍ଯ୍ୟ କରୁଛି ।’’
ବିଏନ୍‌ଆଇର ଗ୍ଲୋବାଲ୍ ମାର୍କେଟସ୍ ସଭାପତି ମ୍ୟାକ୍ ଶ୍ରୀନିବାସନ କହିଛନ୍ତି ଯେ, “୧୯୮୫ରେ ଆମେରିକାର ଗୋଟିଏ ଚାପ୍ଟରରୁ ଆରମ୍ଭ ହୋିଥିବା ବିଏନ୍‌ଆଇ ଏବେ ୭୭ଟି ଦେଶରେ ୩୦୫,୯୮୪ ସଦସ୍ୟଙ୍କୁ ନେଇ ଏକ ବିଶ୍ୱ ଶକ୍ତିରେ ପରିଣତ ହୋଇଛି । ଅର୍ଥାତ ଦୁନିଆର ଏକ ନିୟୁତର ଚତୁର୍ଥାଂଶ ଲୋକଙ୍କ ଜୀବନକୁ ଆମେ ସ୍ପର୍ଶ କରିପାରିଥିବା ବେଳେ ବ୍ୟବସାୟ ଗଠନ କରିବା, ନେଟୱର୍କ ବଢ଼ାଇବା ଓ ଲକ୍ଷ୍ୟ ହାସଲ କରିବାରେ ସେମାନଙ୍କ ପାଇଁ ସହାୟକ ହୋଇପାରିଛୁ । ଚାପ୍ଟରର ସ୍ୱତନ୍ତ୍ର ଢ଼ାଂଚା ପ୍ରତି ପେସା ଓ କାରବାରକୁ ସ୍ୱତନ୍ତ୍ର କରୁଥିବା ବେଳେ ଅତୁଳନୀୟ ନେଟ୍‌ୱର୍କିଂ ସୁଯୋଗ ପ୍ରଦାନ କରୁଛି । ବିଏନ୍‌ଆଇର ଏହି ମାଇଲଖୁଂଟକୁ ପାଳନ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରରେ ଅଭିଯାନକୁ ସଶକ୍ତ କରାଯିବା ଭାରତୀୟ ବ୍ୟବସାୟ ଦୃଶପଟ୍ଟରେ ଏକ ରୂପାନ୍ତରୀତ ମୁହୂର୍ତ । ନିରନ୍ତର ଅଭିବୃଦ୍ଧିକୁ ବଢ଼ାଇବା ଓ ସାରା ଦେଶରେ ଅସଂଖ୍ୟ ଲୋକଙ୍କ ଜୀବନକୁ ରୂପାନ୍ତରୀତ କରିବା ପାଇଁ ବିଏନ୍‌ଆଇ ଲକ୍ଷ୍ୟ ରଖିଛି ।’’

Share

Leave a Reply

Your email address will not be published. Required fields are marked *

16 + 6 =