ଭାରତର ଶ୍ରେଷ୍ଠ ୩ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ମଧ୍ୟରେ ଟାଟା ଷ୍ଟିଲ୍‌: ରାଣ୍ଡ୍‌ଷ୍ଟାଡ୍ ଏମ୍ପ୍ଲୟର ବ୍ରାଣ୍ଡ୍ ରିସର୍ଚ୍ଚ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌କୁ ପୁଣି ଭାରତର ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ବ୍ରାଣ୍ଡ୍ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ନିକଟରେ ଘୋଷଣା କରାଯାଇଥିବା ରାଣ୍ଡ୍‌ଷ୍ଟାଡ୍ ଏମ୍ପ୍ଲୟର ବ୍ରାଣ୍ଡ୍ ରିସର୍ଚ୍ଚ (ଆରଇବିଆର) ୨୦୨୩ରେ ଟାଟା ଷ୍ଟିଲ୍ ଶ୍ରେଷ୍ଠ ୩ କଂପାନି ମଧ୍ୟରେ ସ୍ଥାନ ପାଇଛି ଯାହା କର୍ମଚାରୀମାନଙ୍କ ବିଶ୍ୱାସ, ଅଭିବୃଦ୍ଧି ଓ ଯତ୍ନର ସଂସ୍କୃତି ପ୍ରତି କଂପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆରଇବିଆର ୨୦୨୨ରେ ଟାଟା ଷ୍ଟିଲ୍ ଶ୍ରେଷ୍ଠ ୧୦ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ମଧ୍ୟରେ ସ୍ଥାନ ପାଇଥିଲା ।

ଭାରତର ସର୍ବବୃହତ ୧୫୦ ନିଯୁକ୍ତିଦାତାଙ୍କ ବିଷୟରେ ଥିବା ଧାରଣା ଏବଂ କର୍ମଚାରୀ ମୂଲ୍ୟ ଉପସ୍ଥାପନା ଓ ନିଯୁକ୍ତିଦାତା ଆକର୍ଷଣ ଭଳି ବିଷୟ ବିଚାରକୁ ନେଇ ଆରଇବିଆର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷର ସର୍ବେକ୍ଷଣରେ ବିଶ୍ୱର ୩୨ ବଜାରକୁ ସାମିଲ କରାଯାଇଥିଲା ଓ ଏଥିରେ ୧,୬୩,୦୦୦ ଲୋକ ଅଂଶଗ୍ରହଣ କରିଥିଲେ । ନିଯୁକ୍ତିଦାତା ଚୟନ ବେଳେ ଭାରତୀୟ କର୍ମଚାରୀମାନେ କର୍ମ-ଜୀବନ ସନ୍ତୁଳନ, ଭଲ ଲୋକପ୍ରିୟତା ଓ ଆକର୍ଷଣୀୟ ବେତନ ଓ ସୁବିଧାସୁଯୋଗକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଥିଲା ।

ଟାଟା ଷ୍ଟିଲର ଉପସଭାପତି-ମାନବ ସମ୍ବଳ ପରିଚାଳନା ଅତ୍ରାୟୀ ସାନ୍ୟାଲ କହିଛନ୍ତି ଯେ, “ରାଣ୍ଡଷ୍ଟାଡ୍ ଏମ୍ପ୍ଲୟର ବ୍ରାଣ୍ଡ୍ ରିସର୍ଚ୍ଚ ୨୦୨୩ରେ ଭାରତର ତିନି ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତାଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ଆମେ ବେଶ ଉଲ୍ଲସିତ । ଆମ କର୍ମଚାରୀଙ୍କୁ ଅନୁପ୍ରାଣିତ ଓ ସଶକ୍ତ କରୁଥିବା ଏକ କର୍ମକ୍ଷେତ୍ରକୁ ସୁଦୃଢ଼ କରିବା ପ୍ରତି ଆମ ଅତୁଟ ପ୍ରତିବଦ୍ଧତାର ପ୍ରତିିଫଳନ ହେଉଛି ଏହି ମାନ୍ୟତା । ଟାଟା ଷ୍ଟିଲ୍ ରେ ଆମେ ଏକ ଆକର୍ଷଣୀୟ କର୍ମଚାରୀ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ ଆଗକୁ ବଢ଼ାଉଥିବା ଏକ ଅନ୍ତର୍ଭୁକ୍ତୀକରଣ ବିକାଶ କରିବାକୁ ଗୁରୁତ୍ୱ ଦେଉଛୁ । ଏହି ସମ୍ମାନ ଆମକୁ ଆମ ପ୍ରତିଭାବାନ କର୍ମଚାରୀଙ୍କଠାରେ ନିବେଶ କରିବା ଲାଗି ଅନୁପ୍ରାଣିତ କରିଥିବା ବେଳେ ଏକ ଅଗ୍ରଣୀ ବ୍ରାଣ୍ଡ୍ ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିଛି ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ ।’’

କର୍ମଚାରୀମାନଙ୍କୁ ଏକ ଉଲ୍ଲେଖନୀୟ ପେସାଦାର ଯାତ୍ରା ଓ ଉନ୍ନତ ବ୍ୟକ୍ତିଗତ ଜୀବନ ପ୍ରଦାନ କରିବାକୁ ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି । ଜୀବନର ପ୍ରତିଟି ଦିଗରେ ସଫଳ ହେବା ପାଇଁ ସମସ୍ତଙ୍କୁ ସଶକ୍ତ କରିବା ଉପରେ ଟାଟା ଷ୍ଟିଲ୍ ବିଶ୍ୱାସ କରେ । ବିଗତ ୧୧୫ ବର୍ଷ ମଧ୍ୟରେ ଦୁନିଆର ସବୁଠୁ କର୍ମଚାରୀ ମିତବ୍ୟୟୀ କଂପାନି ଭାବେ ଟାଟା ଷ୍ଟିଲ୍ ଉଭା ହୋଇଛି ଓ ମାନବ ସମ୍ବଳ କ୍ଷେତ୍ରରେ ଶିଳ୍ପ ଲାଗି ମାନଦଣ୍ଡ ଧାର୍ଯ୍ୟ କରୁଛି । କର୍ମଚାରୀ କଲ୍ୟାଣ ସ୍କିମ୍ ଓ ଗୋଷ୍ଠୀ ଅଭିଯାନ କ୍ଷେତ୍ରରେ କଂପାନି ଅଗ୍ରଦୂତ ସାଜିଥିବା ବେଳେ କର୍ମଚାରୀଙ୍କୁ ଏହା ଉଲ୍ଲେଖନୀୟ ସୁବିଧା ସୁଯୋଗ ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

thirteen + 6 =