ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୩ କୋଟି ଆକ୍ଟିଭା ବିକ୍ରି ମାଇଲଖୁଂଟ ପାଳନ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ଏକ ନମ୍ବର ବିକ୍ରି ହେଉଥିବା ସ୍କୁଟର ବ୍ର୍ରାଣ୍ଡ୍ ଆକ୍ଟିଭା ଭାରତୀୟ ଦୁଇଚକିଆ ଯାନ ଶିଳ୍ପରେ ୩ କୋଟି ବିକ୍ରି ସହ ଆଉ ଏକ ଐତିହାସିକ ମାଇଲଖୁଂଟ ହାସଲ କରିଛି । ଏଚ୍‌ଏମ୍‌ଏସ୍‌ଆଇର ଏହି ଉଲ୍ଲେଖନୀୟ ଉପଲବ୍ଧି ଭାରତୀୟ ସ୍କୁଟର ବଜାରରେ ଏହାର ଆଧିପତ୍ୟ ଓ ଭାରତରେ ଭରସାଯୋଗ୍ୟ ଶ୍ରେଷ୍ଠ ମାନର ଦୁଇଚକିଆ ଗମନାଗମନ ସୁବିଧା ପ୍ରଦାନ କରିବାର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ହୋଣ୍ଡା ଆକ୍ଟିଭାକୁ ୨୦୦୧ରେ ବଜାର ପ୍ରବେଶ କରାଯାଇଥିଲା ଏବଂ ତାହା ଭାରତୀୟ ଦୁଇଚକିଆ ବଜାରକୁ ସମ୍ପୂର୍ଣ୍ଣ ବଦଳାଇବା ସହ ଦୈନନ୍ଦୀନ ଗମନାଗମନ ଅନୁଭୂତିରେ ରୂପାନ୍ତରଣ ଆଣି ବହୁ ଲୋକଙ୍କ ଜୀବନରେ ଉନ୍ନତି ଆଣିଥିଲା । ଉନ୍ନତ ପ୍ରଯୁକ୍ତି, ଉତ୍କୃଷ୍ଟ ପ୍ରଦର୍ଶନ ଓ ଅତୁଳନୀୟ ଭରସା ପାଇଁ ହୋଣ୍ଡା ଆକ୍ଟିଭା ସର୍ବଦା ଭାରତର ପ୍ରଥମ ପସନ୍ଦ ହୋଇରହିଛି । ଏହାର ୨୨ ବର୍ଷର ଯାତ୍ରାରେ ଆକ୍ଟିଭା ବ୍ରାଣ୍ଡ୍ ଅନେକ ମାଇଲଖୁଂଟ ହାସଲ କରି ଅତୁଳନୀୟ ସଫଳତା ଆଡ଼କୁ ଅଗ୍ରସର ହୋଇଛି ।
ଆକ୍ଟିଭା ପ୍ରତିି ଭାରତୀୟଙ୍କ ଭଲ ପାଇବାକୁ ନେଇ ପ୍ରତିବର୍ଷ ତାହା ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ୁଛି । ୨୦୦୩-୦୪ରେ ସ୍କୁଟର କ୍ଷେତ୍ରରେ ଆକ୍ଟିଭା ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ଭାବେ ଉଭା ହୋଇଥିଲା । ପୁନଶ୍ଚ, ପରବର୍ତୀ ୨ ବର୍ଷରେ ଏହା ୧୦ ଲକ୍ଷ ଗ୍ରାହକ ମାଇଲଖୁଂଟକୁ ଅତିକ୍ରମ କରିଥିଲା ।
ଟେକ୍ନୋଲୋଜିର ଶକ୍ତି ଓ ଆଗକୁ ବଢ଼ିବାର ଭାବନା ନେଇ ଆକ୍ଟିଭା ବ୍ରାଣ୍ଡ୍ ମାତ୍ର ୧୫ ବର୍ଷରେ (୨୦୧୫ରେ) ୧ କୋଟି ଗ୍ରାହକ ହାସଲ କରିଥିଲା । ସ୍କୁଟରର ଚାହିଦା ବଢ଼ିବା ସହ ଆକ୍ଟିଭା ବ୍ରାଣ୍ଡ୍ ଭାରତରେ ସ୍କୁଟର ବଜାରକୁ ଚଳଚଂଚଳ କରି ଭାରତୀୟ ପରିବାରର ସବୁଠୁ ପସନ୍ଦ ଗାଡ଼ି ଭାବେ ଉଭା ହୋଇଥିଲା । ବ୍ରାଣ୍ଡ୍‌ର ଲୋକପ୍ରିୟତା ଏଭଳି ଥିଲା ଯେ ମାତ୍ର ୭ ବର୍ଷରେ (୨୦୨୩) ତାହା ୨ କୋଟି ଗ୍ରାହକ ଯୋଡ଼ିଥିଲା ।
ଏ ସଂକ୍ରାନ୍ତରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡା ଆକ୍ଟିଭା ଅତୁଲ୍ୟ ଯାତ୍ରାକୁ ନେଇ ଆମେ ଅତ୍ୟନ୍ତ ଗର୍ବିତ । ମାତ୍ର ୨୨ ବର୍ଷରେ ୩ କୋଟିର ମାଇଲଖୁଂଟ ହାସଲ କରିବା ହେଉଛି ଆମ ପ୍ରତି ଗ୍ରାହକଙ୍କ ଅତୁଟ ସମର୍ଥନ ଓ ଆଉ ଉପରେ ସେମାନଙ୍କ ରହିଥିବା ଭରସାର ପ୍ରତିଫଳନ । ଏଚ୍‌ଏମ୍‌ଏସ୍‌ଆଇ ଆମ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ସ୍କୁଟର ବିପ୍ଳବକୁ ଆଗକୁ ବଢ଼ାଇବା ପ୍ରତି ଆମର ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ଏହି ମାଇଲଖୁଂଟ ସୁଦୃଢ଼ କରୁଛି ଏବଂ ଆକ୍ଟିଭା ବ୍ରାଣ୍ଡ୍ ଓ ଏଚ୍‌ଏମ୍‌ଏସ୍‌ଆଇ ଉପରେ ଭରସା ପ୍ରକଟ କରିଥିବା ୩ କୋଟି ଭାରତୀୟଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଶୁଭାରମ୍ଭ ହେବା ପରଠାରୁ ଗ୍ରାହକମାନଙ୍କ ପରବର୍ତିତ ଆବଶ୍ୟକତା ଅନୁସାରେ ଉନ୍ନତ ହୋଇ ହୋଣ୍ଡା ଅନେକ ନୂଆ ରୂପ ଧାରଣ କରିଛି । ଗ୍ରାହକଙ୍କ ଉଦୀୟମାନ ଚାହିଦା ପୂରଣ କରିବା ଲାଗି ଆମେ ଉଦ୍ୟମ କରୁଥିବା ବେଳେ ଆମେ ମାନଦଣ୍ଡ ବଢ଼ାଇବା ଜାରି ରଖିବୁ ଏବଂ ଉଲ୍ଲେଖନୀୟ ପ୍ରଯୁକ୍ତି ଉପସ୍ଥାପନ କରିବା ଏବଂ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରିବୁ ।’’

Share

Leave a Reply

Your email address will not be published. Required fields are marked *

nine − 3 =