ଅନନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ବର () ଗତକାଲି ଆକ୍ରମଣରେ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ ଭୁବନେଶ୍ବରର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଭେଟିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଗତକାଲି ରାତି ପ୍ରାୟ 11ଟା ସମୟରେ ଅନନ୍ତ ନାରାୟଣ ଜେନା ଲକ୍ଷ୍ମୀସାଗର କେନାଲ ରୋଡରେ ଏକ ମାରୁତି-800 କାରରେ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇନି । ତେବେ ଏହା ଏକ ରାଜନୈତିକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି । ଲକ୍ଷ୍ମୀସାଗର ପୋଲିସ ଏହାର ତନାଘନା କରୁଥିବା ବେଳେ ଖୁବଶୀଘ୍ର ଆକ୍ରମଣକାରୀ ଗିରିଫ ହେବେ ବୋଲି ଜଣାପଡିଛି ।

ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନ ହୋଇଥିବାରୁ ସନ୍ଧ୍ୟା 5ଟାରୁ ପ୍ରଚାର ବନ୍ଦ ହୋଇଥିଲା । ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଏଭଳିସ୍ଥିତିରେ ଏହି ଆକ୍ରମଣକୁ ନେଇ ରାଜନୀତିର ଗନ୍ଧ ଆସିବା ସ୍ବାଭାବିକ । ତେବେ ଏଥିରେ କାହାର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି ।

Share

Leave a Reply

Your email address will not be published. Required fields are marked *

seventeen + 7 =