ଖେଳ ଅଧା ରଖିଲା ବର୍ଷା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଚତୁର୍ଥଦିନ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇଛି । ପାଗ ଖରାପ କାରଣରୁ ଆଜି ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତାକାଲି ଶେଷଦିନ ଥିବା ବେଳେ ଏଯାବତ ଗୋଟିଏ ଇନିଂସ ଶେଷ ହୋଇନାହିଁ । ତେବେ ଯୁଗ୍ମ ବିଜେତା ହେବାର ଅଧିକାଂଶ ଆଶା ରହିଥିବା କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସୂଚନା ଥାଉକି, ବିଶ୍ୱ ଟେଷ୍ଟ ଚାମ୍ପିୟନ ସିପରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଛି । ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିଲା । ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୧୭ ରନ କରିଥିଲା । ସେପଟେ ନ୍ୟୁଜିଲାଣ୍ଡ ତାର ପ୍ରଥମ ପାଳିରେ ୨ ୱିକେଟ ବିନିମୟରେ ୧୦୧ ରନ କରିବାରେ ସଫଳ ହୋଇଛି । ତେବେ ଆଜି ଚତୁର୍ଥଦିନ ଖେଳ ଆରମ୍ଭରୁ ବର୍ଷା ହୋଇଛି । ତେବେ ମ୍ୟାଚଟି ବିଳମ୍ବରେ ଆରମ୍ଭ ହେବ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

17 − 4 =