ଲୋକସଭାରେ ରାଫେଲ ଡିଲ୍କୁ ନେଇ ହଙ୍ଗାମା

ରାଫେଲ ଡିଲ୍ ନେଇ ଗୃହରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଫ୍ରାନସ ସହ ରାଫେଲ ଡିଲ୍ ଅନିୟମିତା ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜବାବ ମାଗୁଛି ଦେଶ । ଅନିଲ ଅମ୍ବାନୀ ଜଣେ ବିଫଳ ବ୍ୟବସାୟୀ । ତାଙ୍କୁ କାହିଁକି ଅଫସେଟ ପାର୍ଟନର କରାଗଲା । ରାଫେଲ ବିମାନ କିଣା ନେଇ ପୁରୁଣା ଡିଲ୍କୁ କାହିଁକି ବଦଳାଗଲା । ୧୨୬ରୁ ୩୬ଟି ବିମାନର ଡିଲ୍ କାହିଁକି ହେଲା । ଏଯାଏ ଗୋଟିଏ ବି ରାଫେଲ ବିମାନ ପହଞ୍ଚିପାରିନି । ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି ରଖିଛନ୍ତି ରାହୁଲ । ରାଫେଲ ଡିଲ୍ ସଂକ୍ରାନ୍ତ ଭିଡିଓ ଟେପକୁ ଲୋକସଭାରେ ଜାରି କରିବା ପାଇଁ କଂଗ୍ରେସକୁ ବାଚସ୍ପତି ଅନୁମତି ନଦେବାରୁ ବିରୋଧୀ ସାଂସଦମାନେ ପ୍ରବଳ ହୋହଲ୍ଲା କରିଛନ୍ତି ।
ରାଫେଲ ଡିଲ୍ ପ୍ରସଙ୍ଗରେ ରାୟର ପୁନଃସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ । ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ ଓ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ଏହି ପ୍ରସଙ୍ଗରେ ମୋଦି ସରକାର ସର୍ବୋଚ୍ଚ ଅଦଲାତଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଫେଲ ମୂଲ୍ୟ ନେଇ ସିଏଜିଙ୍କ ଯେଉଁ ରିପୋର୍ଟକୁ କୋର୍ଟ ଗ୍ରହଣ କରିଛନ୍ତି ତାହା ଚୂଡ଼ାନ୍ତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଥିପାଇଁ ଗତ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟର ପୁନଃସମୀକ୍ଷା କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି । ୩୬ଟି ଲଢୁଆ ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ମାମଲାକୁ ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

17 − four =