ମେ 23ରେ ଦିଲ୍ଲୀର ମେନ ଇଞ୍ଜୀନ ହଟିବ : ନବୀନ

ବାଙ୍କି () ବିଜେପିର ଡବଲ ଇଞ୍ଜୀନ ସରକାର ଦାବିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ ମେ 23ରେ ଦିଲ୍ଲୀର ମେନ ଇଞ୍ଜୀନ ବି ଯିବ ବୋଲି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତୀ ।

ବିଜେପିର ବଡ ବଡ ନେତାମାନେ ଏବେ ଓଡିଶା ଆସି ଡବଲ ଇଞ୍ଜୀନ କଥା କହୁଛନ୍ତି । ଓଡିଶାବାସୀ ପଚାରୁଛନ୍ତି ରାଜ୍ୟରେ ତାଙ୍କ ଇଞ୍ଜୀନ କିଏ । ସେ ବିଷୟରେ ସେମାନେ କିଛି କହିପାରିବେ କି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ବିଜେପିର ଡବଲ ଇଞ୍ଜୀନରୁ 5ଟି ଇଞ୍ଜୀନ ଲାଇନଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ପଂଜାବରେ ଏବେ ସିଙ୍ଗିଲ ଇଞ୍ଜୀନ । ଏହିସବୁ ରାଜ୍ୟରେ ଡବଲ ଇଞ୍ଜୀନ ଥିଲା । ବିକାଶ କୁଆଡେ ଗଲା । ଲୋକମାନେ କାହିଁକି ଡବଲ ଇଞ୍ଜୀନକୁ ହଟାଇଦେଲେ । ମେ 23ରେ ବିଜେପିର ମୁଖ୍ୟ ଇଞ୍ଜୀନ ବି ଲାଇନଚ୍ୟୁତ ହେବାକୁ ଯାଉଛି । ନିର୍ବାଚନ ଆସିଲେ ସେମାନଙ୍କର ଓଡିଶା କଥା ମନେ ପଡେ । ନିର୍ବାଚନରେ ଲୋକଙ୍କ ମୁଡ ଦେଖି ହାରିବା ଜାଣିସାରିଲେଣି, ତେଣୁ ବାୟା ହେଉଛନ୍ତି ବୋଲି ନବୀନ କହିଛନ୍ତି ।

ବିଜେପି ନେତାଙ୍କର ଏବେ ଗରିବଙ୍କ କଥା ମନେ ପଡୁଛି । 5 ବର୍ଷ କଣ କରୁଥିଲେ । 50 ଲକ୍ଷ ଲୋକ ଚାକିରୀ ହରାଇଲେ । ଦରଦାମ ବଢିଲା । ଗ୍ୟାସ ଦର ବଢିଲା । ପେଟ୍ରୋଲ ଦର ବଢିଲା । ଗରିବଙ୍କୁ ଆହୁରି ଗରିବ କଲେ । ଲୋକେ ସବୁ ଜାଣିଛନ୍ତି । ଆଉ ଆପଣଙ୍କୁ ଭୋଟ ମିଳିବ ନାହିଁ ବୋଲି ବିଜେପିକୁ କଟାକ୍ଷ କରି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + one =