ଆହାର ଯୋଜନା ବନ୍ଦ କରିବାକୁ ଧର୍ମେନ୍ଦ୍ର କରିଥିଲେ ଚକ୍ରାନ୍ତ : ବିଜେଡି

ଭୁବନେଶ୍ୱର () ଆହାର ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2015ରେ ଏହି ଯୋଜନା ପାଇଁ ସହାୟତା ଦେବାକୁ ଆଗ୍ରହୀ ଥିବା ତିନୋଟି ରାଷ୍ଟ୍ରାୟତ ସଂସ୍ଥା ଉପରେ ଚାପ ପକାଇ ସେହି ଅର୍ଥକୁ ବିହାରକୁ ପଠାଯାଇଥିଲା । କାରଣ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଓଡ଼ିଶା ଅପେକ୍ଷା ତାଙ୍କର ବିହାର ପ୍ରୀତି ଅଧିକ । ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି ।

ଆହାର ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର। ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ବିଜେଡ଼ି ଅଭିଯୋଗ ଆଣିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ସସ୍ମିତା ପତ୍ର କହିଛନ୍ତି ୨୦୧୫ ରେ ଉତ୍କଳ ଦିବସ ଅବସରରେ ଅଭାବୀ ଲୋକମାନଙ୍କ ପାଇଁ ଆରମ୍ଭ ହୋଇଥିଲା ୫ ଟଙ୍କିଆ ଆହାର ଯୋଜନା। ଏଥିପାଇଁ ନାଲକୋ, ଏମସିଏଲ୍ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସେହି ବର୍ଷ ମାର୍ଚ୍ଚ 21 ତାରିଖରେ ଚୁକ୍ତି କରିବାକୁ ରାଜି ହୋଇଥିଲେ ।

କିନ୍ତୁ ଏହି ରାଷ୍ଟ୍ରାୟତ ଉଦ୍ବୋଗକୁ ବାଧା ଦେଇଥିକେ କେନ୍ଦ୍ରମନ୍ତ୍ରୀ । ତାଙ୍କ ନିର୍ଦ୍ଦେଶରେ ୩ ଟି ଯାକ ସଂଥା ଏହି ଯୋଜନାରୁ ଓହରି ଯାଇଛନ୍ତି। ତେବେ ଓଡ଼ିଶା ପାଇଁ ବିଫଳ ହୋଇଥିଲେ ମଧ୍ୟ ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି। ଆହାର ଯୋଜନା ଓଡ଼ିଶାର ଜନସାଧାରଣଙ୍କ ହିତରେ ଲାଗୁଥିବା ବେଳେ ବିହାରକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଅର୍ଥକୁ ଉପଯୋଗ କରାଯାଇଛି ବୋଲି ବିିଜେଡି ମୁଖପାତ୍ର ସସ୍ମିିତ ପାତ୍ର ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + twenty =