ଆଂଚଳିକ ଦଳ ହେବେ କିଙ୍ଗ ମେକର

ଭୁବନେଶ୍ୱର () ଏଥର ନିର୍ବାଚନରେ କେହି ବି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ । ବିଜେପି ସବୁ ରାଜ୍ୟରେ ହାରୁଛି । ଆଂଚଳିକ ଦଳମାନେ କିଙ୍ଗ ମେକର ହେବେ । କେନ୍ଦ୍ର ସରକାର ଗଠନରେ ଓଡ଼ିଶାରେ ବହୁତ ବଡ଼ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଠଗଡ଼ ଓ ଜୟଦେବ ଅଭିଭାଷଣରେ କହିଛନ୍ତି ।

ସେ କହିଛନ୍ତି ଯେ ବିଜେପି ନେତାମାନେ ଇଲେକ୍ସନ ଟୁରିଜିମରେ ଓଡ଼ିଶା ଆସୁଛନ୍ତି ଲୋକଙ୍କ ସାଥିରେ ଏବେ ନାହାନ୍ତି କି କେବେ ନାହାଁନ୍ତି । କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ୍ ଦେଇଛି । କେନ୍ଦ୍ର ଯୋଜନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ୫ଲକ୍ଷ ଟଙ୍କା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ଦୁଇଗୁଣ । ୧୦ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମିଶନ ଶକ୍ତି ମା’ମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ବିଜିନେସ ଦେବେ । ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍ ଇଞ୍ଜିନ୍ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଆପଣମାନେ ହେଲ୍ଥ ଟୁରିଜିମ, ଇକୋ ଟୁରିଜିମ୍, ରେଲିଜିୟନ ଟୁରିଜିମ୍, ସ୍ପୋର୍ଟସ ଟୁରିଜିମ ବିଷୟ ଜାଣନ୍ତି । ବିଜେପି ନେତାମାନେ ଏବେ ନୂଆ କରି ଇଲେକ୍ସନ ଟୁରିଜିମ ଆରମ୍ଭ କରିଛନ୍ତି । ବନ୍ୟା ହେଲା ଆସିଲେ ନାହିଁ । ଫାଇଲିନ୍ ହେଲା ଆସିଲେ ନାହିଁ । ହୁଡ୍ହୁଡ୍ ହେଲା ଆସିଲେ ନାହିଁ । ମରୁଡ଼ି ହେଲା ଆସିଲେ ନାହିଁ । ତିତିଲି ହେଲା ଆସିଲେ ନାହିଁ । ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା ବୁଲି ଆସିଛନ୍ତି । ଦିନକୁ ଡଜନେ ନେତା ଆସୁଛନ୍ତି । ମିଛ ପ୍ରତିଶ୍ରୁତି ଦେଉଛନ୍ତି, ଆବାଜ କରୁଛନ୍ତି, ଟୁରିଜିମଙ୍କ ପରି ଫଟୋ ଉଠାଉଛନ୍ତି । ଏହାଦ୍ୱାରା ସେମାନଙ୍କୁ ଓଡ଼ିଶାବାସୀ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + eight =