ଛାଡପତ୍ର ମାମଲା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ()  ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଯେଉଁ ମାମଲା ଚାଲିଛି ତାହା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଉଭୟଙ୍କ ପକ୍ଷରେ ମିଳାମିଶା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ତଥା ଓଲିଉଡ଼ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଅପରପକ୍ଷରେ କଟକରେ ମଧ୍ୟ ପାରିବାରିକ ହିଂସା, କ୍ଷତିପୂରଣ, ଦାମ୍ପତ୍ୟ ଜୀବନର ସୁରକ୍ଷା ଆଦି ଦାବିରେ ବର୍ଷା ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ କଟକରେ ରହୁଥିବାରୁ ପଟିଆଲ ହାଉସ କୋର୍ଟରେ ଅନୁଭବ ଦାଏର କରିଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଥିଲେ । ଏଥିପାଇଁ ସେ ସୁପି୍ରମକୋର୍ଟ ଯାଇଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପଟିଆଲ ହାଉସକୋର୍ଟରେ ଅନୁଭବଙ୍କ ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଉଭୟ ଷ୍ଟାର ଦମ୍ପତିଙ୍କ ଜୀବନରେ ଝଡ଼ ଆସିଥିଲା । ହଠାତ ଉଭୟ ଉଭୟଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

Share

Leave a Reply

Your email address will not be published. Required fields are marked *

12 − 4 =