ଏସ୍‌ବିଆଇ ଲାଇଫ୍ ପକ୍ଷରୁ ପ୍ରିମିୟମ୍ ଫେରସ୍ତ ସୁବିଧା ସହ ଦୁଇଟି ନୂଆ ଟର୍ମ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର:ଦେଶର ସବୁଠୁ ବିଶ୍ୱସନୀୟ ଘରୋଇ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନିକଟରେ ଦୁଇଟି ନୂଆ ଟର୍ମ ପ୍ଲାନ୍ ଏସବିଆଇ ଲାଇଫ୍‌-ସରଳ ସ୍ୱଧନ ସୁପ୍ରିମ ଓ ଏସବିଆଇ ଲାଇଫ୍‌-ସ୍ମାର୍ଟ ସ୍ୱଧନ ସୁପ୍ରିମକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କୁ ଜୀବନ ବୀମା ସୁବିଧା ସହିତ ମାଚ୍ୟୁରିଟି ବେଳେ ପ୍ରିମିୟମ ଫେରସ୍ତ କରି ସେମାନଙ୍କ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବ । ବୀମା ଓ ଆର୍ଥିକ କଲ୍ୟାଣ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ବୃଦ୍ଧିପାଉଥିିବା ସଚେତନତାକୁ ପୂରଣ କରି ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି କଂପାନି ଏହି ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛି ।
ଏସ୍‌ବିଆଇ ଲାଇଫ୍‌-ସରଳ ସ୍ୱଧନ ସୁପ୍ରିମ୍‌\’ ଏବଂ ଏସ୍ ବିଆଇ ଲାଇଫ୍‌-ସ୍ମାର୍ଟ ସ୍ୱଧନ ସୁପ୍ରିମ୍ ବ୍ୟକ୍ତିବିଶେଷଙ୍କୁ ନିଜ ପ୍ରିୟଜନଙ୍କୁ ଜୀବନ ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ ସଶକ୍ତ କରିବା ସହ ଏକ ଦୃଢ଼ ଆର୍ôଥକ ନିରାପତା ବଳୟ ଗଠନ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି । ନୂତନ ଉତ୍ପାଦଗୁଡିକ ଉପଭୋକ୍ତାଙ୍କ ନୂତନ ଆବଶ୍ୟକତାକୁ ପୂରଣ କରିବା ସହ ପ୍ରିମିୟମ୍ ପ୍ରଦାନ ସର୍ତାବଳୀ, ପଲିସି ଅବଧି, ପ୍ରିମିୟମ୍ ଦେୟ ବାରମ୍ବାରିତା ଇତ୍ୟାଦି ଚୟନ କରିବାର ନମନୀୟତା ପ୍ରଦାନ କରୁଛି । ଗ୍ରାହକ କେନ୍ଦ୍ରୀତ ଆଭିମୁଖ୍ୟ, ସୁଲଭ ପ୍ରିମିୟମ ଏବଂ ଶୃଙ୍ଖଳିତ ପ୍ରକ୍ରିୟା ସହିତ ଏସବିଆଇ ଲାଇଫ୍ ଦେଶରେ ବୀମା ସଚେତନତା ଏବଂ ସାନ୍ଧ୍ରତା ବୃଦ୍ଧି ପାଇଁ ଏହାର ପ୍ରୟାସ ଜାରି ରଖିଛି ।
ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ସଭାପତି-ବିଜନେସ୍ ଷ୍ଟ୍ରାଟେଜି ଅଭିଜିତ ଗୁଲାନିକର କହିଛନ୍ତି ଯେ, “ଏସବିଆଇ ଲାଇଫ୍ ବୀମା ସମାଧାନ ଉନ୍ମୋଚନ କରି ଗର୍ବ ଅନୁଭବ କରୁଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସୁଲଭ ଜୀବନ ବୀମା ପ୍ରଦାନ କରିବ । ବୀମା ସମାଧାନଗୁଡ଼ିକର ସୁଲଭତା, ସରଳତା ଏବଂ ନମନୀୟତାର ଗୁଣ ପ୍ରତିଫଳିତ କରୁଛି । ଯଦି ବୀମା ସୁବିଧା ପାଇବା ଭଳି କୌଣସି ଘଟଣା ନ ଘଟେ ତେବେ ପ୍ରିମିୟମ ଫେରସ୍ତର ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିବ । ଆଜିର ଯୁଗରେ ପ୍ରତ୍ୟେକ ଆର୍ôଥକ ନିଷ୍ପତିର ଗୁରୁତ୍ୱ ରହିଛି । ଆମେ ବିଶ୍ୱାସ କରୁ ଯେ ଏହି ସମାଧାନ ପାରମ୍ପରିକ ବୀମାଠାରୁ ବହୁତ କିଛି ଅଧିକ । ଏହା ଜୀବନ ବୀମା ପାଇଁ ଏକ ସୁରକ୍ଷିତ ଏବଂ ଉପଯୁକ୍ତ ଆଭିମୁଖ୍ୟ ପ୍ରତିନିଧିତ୍ୱ କରୁଛି ଯାହା ସୁରକ୍ଷା ଆବଶ୍ୟକତା ପୂରଣ କରିବ । ଜଣେ ଦାୟିତ୍ୱବାନ ବୀମା କମ୍ପାନି ଭାବେ ଆମର ଉଦ୍ଦେଶ୍ୟ ହେଉଛି ଦୀର୍ଘକାଳୀନ ଭାବେ ଗ୍ରାହକଙ୍କ ପାଇଁ ଏକ ମଜଭୁତ ଆର୍ôଥକ ସୁରକ୍ଷା ନିର୍ମାଣ କରିବା । ଗ୍ରାହକ କୈନ୍ଦ୍ରୀକ ସମାଧାନ ସୃଷ୍ଟି କରିବା ପାଇଁ ଆମର ଅତୁଟ ଉତ୍ସର୍ଗଗୀକୃତ ମନୋଭାବ ରହିଛ, ଏବଂ ଆମେ ଏହି ଉତ୍ପାଦଗୁଡ଼ିକୁ ଆମ ଗ୍ରାହକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରୁଥିବାରୁ ବେଶ ଉତ୍ସାହିତ ।’’
ଉଭୟ ପ୍ଲାନ୍‌ରେ ପଲିସିଧାରକମାନେ ନିୟମିତ ପ୍ରିମିୟମ୍ ଦେୟ ଚୟନ କରିପାରିବେ କିମ୍ବା ୭, ୧୦ କିମ୍ବା ୧୫ ବର୍ଷର ସୀମିତ ପ୍ରିମିୟମ୍ ଦେୟ ଅବଧି ଚୟନ କରିପାରିବେ । ଏକ ନମନୀୟ ପଲିସି ଅବଧି ୧୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଆର୍ôଥକ ଲକ୍ଷ୍ୟ ପୂରଣ କରିବା ପାଇଁ ଉପଯୁକ୍ତ ସମାଧାନ ପ୍ରଦାନ କରିବ । ମାଚ୍ୟୁରିଟି ପରେ, ପଲିସିଧାରକମାନେ ପଲିସିର ଅବଧି ମଧ୍ୟରେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମର ୧୦୦% ପାଇବାକୁ ହକ୍‌ଦାର । ଏହି ଦୁଇଟି ପଲିସିରେ ସର୍ବନିମ୍ନ ୨୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଉଥିବା ବେଳେ ଏସବିଆଇ ଲାଇଫ – ସରଳ ସ୍ୱଧନ ସୁପ୍ରିମ ୫୦ ଲକ୍ଷ ଟଙ୍କା, ଏସବିଆଇ ଲାଇଫ – ସ୍ମାର୍ଟ ସ୍ୱଧନ ସୁପ୍ରିମର ସର୍ବାଧିକ ବୀମା ରାଶି ପାଇଁ କୌଣସି ଉପର ସୀମା ନାହିଁ । ଏହି ପଲିସିରେ ଆୟକର ଆଇନ ୧୯୬୧ ଅଧୀନରେ ଟିକସ ସୁବିଧା ମିଳିବ ।

Share

Leave a Reply

Your email address will not be published. Required fields are marked *

6 − five =