ଏସ୍‌ପିସି ଲାଇଫ୍ ସାଇନ୍‌ସେସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଔଷଧ ପ୍ରସ୍ତୁତିର ପ୍ରମୁଖ ଉପାଦାନ ଉତ୍ପାଦନ କରୁଥିବା ଭାରତର ଅନ୍ୟତମ ଅଗ୍ରଣୀ ସଂସ୍ଥା ଏସ୍‌ପିସି ଲାଇଫ୍ ସାଇନ୍‌ସେସ୍ ଲିମିଟେଡ୍ ପକ୍ଷରୁ ଷ୍ଟକ୍ ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଆମେରିକାର ଏଫ୍‌ଡିଏ ନିୟମ ଅନୁସାରେ ଔଷଧ ଉତ୍ପାଦନ କରିବାକୁ ଚାହୁଁଥିବା ଔଷଧ କଂପାନିଗୁଡିକ ସେମାନଙ୍କ ଯୋଗାଣ ଶୃଙ୍ଖଳରେ କଂପାନିକୁ ସାମିଲ କରିପାରିବେ ।
ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ଜରିଆରେ କଂପାନି ପାଣ୍ଠି ହାସଲ କରିବାକୁ ଚାହୁଁଛି । କଂପାନି ୩୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର୍ ଫର ସେଲ୍‌ରେ ୮,୯୩୮,୮୭୦ ଇକ୍ୱିଟି ସେୟାର ଜାରି କରିବ । ଇକ୍ୱିଟି ସେୟାର ପିଛା ଫେସ୍ ଭାଲ୍ୟୁ ହେଉଛି ୧୦ ଟଙ୍କା ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ତାହାକୁ କଂପାନି (୧) ୫୫ କୋଟି ଟଙ୍କାର ବକେୟା ଋଣର କିଛି ଅଂଶକୁ ଆଗୁଆ ଶୁଝିବା କିମ୍ବା ପରିଶୋଧ କରିବା, (୨) ଦହେଜ ସ୍ଥିତ କାରଖାନାର ଦ୍ୱିତୀୟ ପର୍ଯ୍ୟାୟକୁ ସ୍ଥାପନ କରିବାରେ ୧୨୨.୩୨ କୋଟି ଟଙ୍କାର କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବା, ୩)୪୦ କୋଟି ଟଙ୍କାର କାର୍ଯ୍ୟକାରୀ ପାଣ୍ଠି ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଅଫର୍ ଫର୍ ସେଲ୍‌ରେ ସ୍ନେହଲ ରାବଜୀଭାଇ ପଟେଲ୍ ୮,୯୩୮,୮୭୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଉପଲବ୍ଧ କରାଇବେ ।
ଏହି ଆଇପିଓର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ଲିମିଟେଡ୍ ।
କଂପାନି ଉତ୍ପାଦନ କରୁଥିବା ଉନ୍ନତ ଫାର୍ମାସ୍ୟୁଟିକାଲ୍ ଆନୁଷାଙ୍ଗିକ ସାମଗ୍ରୀଗୁଡ଼ିକୁ ଦ୍ରୁତ ଅଭିବୃଦ୍ଧିଶୀଳ ଚିକିତ୍ସା କ୍ଷେତ୍ର ଯଥା କାର୍ଡିଓଭାସ୍କୁଲାର, ଭାସୋଡିଲେଟର, ଆଂଟି ସାଇକୋଟିକ୍ ଓ ଆଂଟି ଡିପ୍ରେସାଂଟ୍ ଆଦିରେ ବ୍ୟବହାର କରାଯାଉଛି ଯାହାର କିଛି ଉତ୍ପାଦରେ ଉଭୟ ଭାରତ ଓ ବିଶ୍ୱସ୍ତରରେ ଉଲ୍ଲେଖନୀୟ ବଜାର ଅଂଶ ରହିଛି ।

Share

Leave a Reply

Your email address will not be published. Required fields are marked *

four + 13 =