ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏନ୍‌ଏଫ୍‌ଓର ଶୁଭାରମ୍ଭ

 ନୂଆ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ ଓ ଡାଇନାମିକ୍ ଆଡଭାଟେଂଜ୍ ଫଣ୍ଡରେ ନିବେଶ କରିବାର ସୁଯୋଗ
 ଏନ୍‌ଏଫ୍‌ଓ ସହିତ ୟୁନିଟ୍ ଲିଙ୍କଡ୍ ପ୍ରଡକ୍ଟ ୱିଣ୍ଡୋ ୨୦୨୩ ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ଖୋଲାରହିବ

ଭୁବନେଶ୍ୱର: ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ ଓ ଟାଟା ଏଆଇଏ ଡାଇନାମିକ୍ ଆଡଭାଟେଂଜ୍ ଫଣ୍ଡ୍‌ର ଏନ୍‌ଏଫ୍‌ଓ ଶୁଭାରମ୍ଭ କରାଯାଇଛି । ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍‌ର ପାଣ୍ଠିକୁ ନିରନ୍ତରତାକୁ କିମ୍ବା ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍‌ଜି)କୁ ଗ୍ରହଣ କରିଥିବା କଂପାନିଗୁଡ଼ିକରେ ନିବେଶ କରି ଦୀର୍ଘମିଆଦୀ ସମ୍ପତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପାଣ୍ଠିର ୮୦-୧୦୦ ପ୍ରତିଶତ ରାଶିକୁ ଇଏସ୍‌ଜି ମାନଦଣ୍ଡ ପୂରଣ କରି ଇକ୍ୱିଟି କିମ୍ବା ଇକ୍ୱିଟି ସମ୍ପର୍କିତ ଉପକରଣରେ ନିବେଶ କରାଯିବ ଏବଂ ଅନ୍ୟ ୨୦ ପ୍ରତିଶତ ରାଶିକୁ ଇକ୍ୱିଟି କିମ୍ବା ଡେବ୍‌ଟ କିମ୍ବା ମନି ମାର୍କେଟ୍‌ରେ ନିବେଶ କରାଯିବ । ଏଆଇଏ ପକ୍ଷରୁ ପ୍ରତି ପଲିସିଧାରକଙ୍କ ପାଇଁ ଏକ ଚାରା ରୋପଣ କରି ସେଥିରେ ଜିଓ ଟ୍ୟାଗ୍ ଲଗାଯିବ ଏବଂ ସେଥିପାଇଁ ଡିିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ଟାଟା ଏଆଇଏ ଡାଇନାମିକ୍ ଆଡଭାଟେଂଜ୍ ଫଣ୍ଡ୍‌ରେ ବଜାର ଅସ୍ଥିରତା ଭଳି ସ୍ଥିିତି ସତ୍ୱେ ଦ୍ରୁତ ଓ ଉତ୍କୃଷ୍ଟ ରିଟର୍ଣ୍ଣ ପ୍ରଦାନ କରିବାକୁ ଉଦ୍ୟମ କରାଯିବ । ଫଣ୍ଡ୍‌କୁ ଅତି ଚତୁରତାର ସହ ବଜର ସ୍ଥିତିକୁ ନଜରରେ ରଖି ଡେବଟ୍ ଓ ଇକ୍ୱିଟି ମଧ୍ୟରେ ଆବଂଟନ କରାଯିବ ।
ଫର୍ଚୁନ୍ ପ୍ରୋ, ୱେଲ୍‌ଥ ପ୍ରୋ, ଫର୍ଚୁନ ମାକ୍ସିମା ଓ ୱେଲ୍‌ଥ ମାକ୍ସିମା ଭଳି ଟାଟା ଏଆଇଏର ୟୁଲିପ୍ ଜରିଆରେ ଏହି ଦୁଇ ଏନ୍‌ଏଫ୍‌ଓରେ ନିବେଶ କରାଯାଇପାରିବ । ପରମ ରକ୍ଷକ ଓ ସମ୍ପୂର୍ଣ୍ଣ ରକ୍ଷା ଭଳି ଟାଟା ଏଆଇଏର ସ୍ୱତନ୍ତ୍ର ନିବେଶ ଲିଙ୍କ୍ ହୋଇଥିବା ସୁରକ୍ଷା ସମାଧାନ ଜରିଆରେ ମଧ୍ୟ ଗ୍ରାହକମାନେ ଏହି ସୁଯୋଗ ହାସଲ କରିପାରିବେ । ଏଥିରେ ଗ୍ରାହକମାନେ ବଜାର ଲିଙ୍କ୍ ଥିବା ରିଟର୍ଣ୍ଣ ପାଇବା ସହ ନିଜ ପ୍ରିୟଜନଙ୍କ ପାଇଁ ବୀମା ସୁରକ୍ଷା ଭଳି ଦୁଇ ପ୍ରକାର ଲାଭ ପ୍ରଦାନ କରିପାରିବେ ।
ଟାଟା ଏଆଇଏ ଲାଇଫ୍‌ର କାର୍ଯର୍୍ୟନିର୍ବାହୀ ଉପସଭାପତି ଓ ମୁଖ୍ୟ ନିବେଶ ଅଧିକାରୀ (ସିଆଇଓ) ହର୍ଷଦ ପାଟିଲ୍ କହିଛନ୍ତି ଯେ, “ଏହି ଅସ୍ଥିରତା ଓ ଅର୍ଥନୈତିକ ଅନିଶ୍ଚିତତା ଭଳି ସମୟରେ ଆମ ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଆମ ଗ୍ରହରେ ଦ୍ରୁତ ସହରୀକରଣ ଓ ବିକାଶର ନାକରାତ୍ମକ ପ୍ରଭାବ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିବା ବେଳେ ପାଣିପାଗରେ ଉଲ୍ଲେଖନୀୟ ପରିବର୍ତନ ଆମେ ଜାଣିପାରୁଛୁ । ତାହାକୁ ନଜରରେ ରଖି ଆମେ ଦୁଇଟି ଏନ୍‌ଏଫ୍‌ଓ ଆଣିଛୁ ଯାହା ନିବେଶକମାନଙ୍କୁ ଏହି ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ସହିତ ଆମ ଗ୍ରହର ଉତମ ଭବିଷ୍ୟତ ପାଇଁ ଯୋଗଦାନ ପ୍ରଦାନ କରିବାରେ ସହାୟକ ହେବ ।’’
ମର୍ଣ୍ଣିଂଷ୍ଟାର ରେଟିଂ ପକ୍ଷରୁ ଟାଟା ଏଆଇଏ ଏୟୁଏମ୍‌ର ୯୯ ପ୍ରତିଶତକୁ ପାଂଚ ବର୍ଷିଆ ଭିତିରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଚାରି କିମ୍ବା ପାଂଚ ତାରକା ରେଟିଂ ମିଳିଛି । ୨୦୨୩ ଫେବ୍ରୁଆରି ୨୮ ସୁଦ୍ଧା ଟାଟା ଏଆଇଏ ମୋଟ ଏୟୁଏମ୍ ୬୯,୨୮୬ କୋଟି ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

two × one =