ଆଣ୍ଡାମାନ ଓ ନିକୋବରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

ନୂଆଦିଲ୍ଲୀ() ଆଣ୍ଡାମାନ ଓ ନିକୋବରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଆଉ ରହିବନି ଇଣ୍ଟରନେଟ୍‌ ସମସ୍ୟା । ଏବେ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ ନିକୋବରବାସୀ । ଆଜି ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍‌ଟିକାଲ ଫାଇବର୍‌ କେବୁଲ- ଙୠଉର ଉଦ୍‌ଘାଟନ କରିଛନ୍ତି ।

ସବ୍‌ମେରିନ ଫାଇବର କେବୁଲ ଉଦ୍‌ଘାଟନ କରିଛନ୍ତି ମୋଦି । ଚେନ୍ନାଇ ଓ ପୋର୍ଟ ବ୍ଳେଆରକୁ ଯୋଡୁଛି ଏହି ଅପ୍‌ଟିକାଲ ଫାଇବର୍‌ କେବୁଲ-ଙୠଉ । ଏହା ଫଳରେ ଆଣ୍ଡାମାନ ନିକୋବରର ପ୍ରାୟ ୧୨ଟି ଦ୍ୱୀପରେ ଏବେ ହାଇ ସ୍ପିଡ଼ ଇଣ୍ଟରନେଟ୍‌ ସେବା ମିଳିବ । ୧୦ଗୁଣା ଅଧିକ ସ୍ପିଡ୍‌ ହେବ ଏଠାକାର ଇଣ୍ଟରନେଟ୍‌ ସେବା ।

ହାଇସ୍ପିଡ୍‌ ଇଣ୍ଟରନେଟ ସେବା ମିଳିବା ପରେ ବ୍ୟାଙ୍କିଙ୍ଗ୍‌ ସେବାଠାରୁ ଆରମ୍ଭ କରି ଅନ୍ୟକ୍ଷେତ୍ରରେ ମଧ୍ୟ ଲୋକ ଉପକୃତ ହେବେ । ୧ହଜାର ୨୨୪ କୋଟି ଟଙ୍କା ବ୍ୟୟରେ ୨୩ ଶହ କିଲୋମିଟର ପର୍ୟ୍ୟନ୍ତ ଅପ୍‌ଟିକାଲ ଫାଇବର୍‌ କେବୁଲ-ଙୠଉ ବିଛା ଯାଇଛି । ଏହି କେବୁଲ ଜରିଆରେ ଇଣ୍ଟର୍‌ନେଟ୍‌ ସହିତ ଭାରତକୁ ସାମରିକ କ୍ଷେତ୍ରରେ ମଧ୍ୟ ମିଳିବ ବଡ଼ ସଫଳତା । ଏହି ଅଞ୍ଚଳରୁ ଇଣ୍ଡୋନେସିଆ ଓ ଚୀନର ସମସ୍ତ ଗତିବିଧି ଉପରେ ଏବେ ନଜର ରଖିବା ପୂର୍ଵଠାରୁ ସହଜ ହେବ ।

Share

Leave a Reply

Your email address will not be published. Required fields are marked *

3 + 12 =