ବିଟ୍‌ସ ପିଲାନି ପକ୍ଷରୁ ମୁମ୍ବାଇରେ ନୂଆ ପିଢ଼ିର ‘ବିଟ୍‌ସ ଲ’ ସ୍କୁଲ’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ‘ଉତ୍କର୍ଷର ଅନୁଷ୍ଠାନ’ ମାନ୍ୟତା ହାସଲ କରିଥିବା ଅନ୍ୟତମ ପ୍ରଥମ ବିଶ୍ୱବିଦ୍ୟାଳୟ ବିଟ୍‌ସ ପିଲାନି ପକ୍ଷରୁ ଗ୍ରେଟର ମୁମ୍ବାଇରେ ବିଟ୍‌ସ ଲ’ ସ୍କୁଲ ସ୍ଥାପନ କରାଯିବା ସହ ଆଇନ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରାଯାଇଛି । ଏହି ନୂଆ ପିଢ଼ିର ବିଟ୍‌ସ ଲ’ ସ୍କୁଲ୍‌ରେ ଆଇନ ପାଠପଢ଼ାର ସବୁ ଦିଗ ଯଥା ଅଭିନବ ଶିକ୍ଷାଗ୍ରହଣ, ଆଇନଗତ ଲେଖାଲେଖି ଓ ପ୍ରତିଭାବାନ ଗବେଷଣା ଆଦି ରହିଛି ।
ବିଟ୍‌ସ ଲ’ ସ୍କୁଲରେ ଦୁଇଟି ଲୋକପ୍ରିୟ ପାଂଚ ବର୍ଷିଆ ସମନ୍ୱିତ ଡିଗ୍ରି କାର୍ଯ୍ୟକ୍ରମ ବିଏ ଏଲ୍‌ଏଲ୍‌ବି (ଅନର୍ସ) ଓ ବିବିଏ ଏଲ୍‌ଏଲ୍‌ବି (ଅନର୍ସ) ପାଠ୍ୟକ୍ରମ ପ୍ରଦାନ କରାଯିବ । ୨୦୨୩ ଅଗଷ୍ଟ ୧ରୁ ପ୍ରଥମ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିପାଇଁ ୨୦୨୩ ମାର୍ଚ୍ଚରୁ ନାମଲେଖା ଆରମ୍ଭ ହୋଇଛି ।
ଏହି ଅବସରରେ ବିଟ୍‌ସ ପିଲାନିର କୁଳପତି ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି ଯେ, “ଆମର ବିଶ୍ୱବିଦ୍ୟାଳୟ ଓ ସ୍ୱତନ୍ତ୍ର ଶିକ୍ଷାଦାନ କେନ୍ଦ୍ରଗୁଡ଼ିକ ଯୋଗୁ ଭାରତ ଏକ ସମାନତା, ବିବିଧ ଓ ଅନ୍ତୁର୍ଭକ୍ତୀକରଣ ଜ୍ଞାନ ଅର୍ଥନୀତି ଭାବେ ଆବିର୍ଭୂତ ହୋଇଛି । ଅଭିନବ, ବିବିଧ ଶୃଙ୍ଖଳାର ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ନେତୃତ୍ୱର ଏକ ନୂଆ ପିଢ଼ି ଗଠନ କରିବାର ନେତୃତ୍ୱ ନେବା ଲାଗି ଏକ ଉତ୍କର୍ଷ ଅନୁଷ୍ଠାନ ଭାବେ ବିଟ୍‌ସ ପିଲାନି ସ୍ୱତନ୍ତ୍ର ସ୍ଥାନରେ ରହିଛି । ସ୍ଥାନୀୟ ଓ ବିଶ୍ୱସ୍ତରରେ ଗୁରୁତ୍ୱ ରଖୁଥିବା ସମସାମୟିକ ଓ ନୂଆ ସମସ୍ୟାର ମୁକାବିଲା ଲାଗି ପୁନଃପରିକଳ୍ପିତ ଆଇନ ଶିକ୍ଷା ପ୍ରଦାନ କରିବା ହେଉଛି ବିଟ୍‌ସ ଲ’ ସ୍କୁଲର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)ରୁ ପ୍ରେରଣା ହାସଲ କରି ଏବଂ ଯୁବ ଭାରତୀୟଙ୍କ ବର୍ଦ୍ଧିତ ଅଭିଳାଷକୁ ନେଇ ବିଟ୍‌ସ ଲ’ ସ୍କୁଲ ଅଭିନବ ଚିନ୍ତାଧାରର ଏକ କେନ୍ଦ୍ରରେ ପରିଣତ ହେବ । ବିଶ୍ୱସ୍ତରରେ ମାନଦଣ୍ଡ ଧାର୍ଯ୍ୟ କରୁଥିବା ଆମ ପାଠ୍ୟଖସଡ଼ା, ଅଭିନବ ପାଠ୍ୟକ୍ରମ ଓ ଚମତ୍କାର ଫାକଲ୍‌ଟି ଆଇନ ପେସା ଲାଗି ଅଭିଳାଷ ରଖିଥିବା ଛାତ୍ରଛାତ୍ରୀଙ୍କୁ ଅତୁଳନୀୟ ଅନୁଭୂତି ପ୍ରଦାନ କରିବ ।’’
ବିଟ୍‌ସ ଲ’ ସ୍କୁଲର ଫାଉଣ୍ଡିଂ ଡିନ୍ ପ୍ରଫେସର (ଡକ୍ଟର) ଆଶିଷ ଭରଦ୍ୱାଜ କହିଛନ୍ତି ଯେ, “ଯେଉଁମାନଙ୍କ ଆଇନ ପାଠପଢ଼ାଇବାର ଉତ୍ସାହ ରହିଛି, ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଗବେଷଣା ଆଗକୁ ବଢ଼ାଇବାକୁ ଚାହୁଛନ୍ତି ଏବଂ ଯେଉଁମାନେ ସମୟୋପଯୋଗୀ ନ୍ୟାୟ ପ୍ରଦାନ କରିବା ଲାଗି ନୈତିକ ଦୁନିଆର ବ୍ୟବହାର କରିବା ଲାଗି ରହିଥିବା ଆମ ବିଶ୍ୱାସ ଉପରେ ଭରସା ପ୍ରକଟ କରୁଛନ୍ତି ସେଭଳି ଶିକ୍ଷାବିତ୍ ଓ ଫାକଲ୍‌ଟିମାନଙ୍କୁ ବିଟ୍‌ସ ଲ’ ସ୍କୁଲ ଗ୍ରହଣ କରିବ । ଆମର ପ୍ରଗତିଶୀଳ, ବିବିଧଶୃଙ୍ଖଳା ଓ ପ୍ରଯୁକ୍ତି ନେତୃତ୍ୱାଧୀନ ଦର୍ଶନ ଛାତ୍ରଛାତ୍ରୀମାନଙ୍କୁ ଆଇନକୁ ଜାଣିବା, ଆଇନର ଅଭ୍ୟାସ କରିବା, ଆଇନ ସହିତ ବଂଚିବା ଓ ଆଇନ ଜରିଆରେ ସଶକ୍ତ ହେବାରେ ସହାୟକ ହେବ । କେଉଁମାନେ ଭାରତକୁ ଗଠନ କରିଛନ୍ତି ଏବଂ କେଉଁମାନେ ଭାରତକୁ ଆଗକୁ ବଢ଼ାଇବେ ସେହି ମୂଳ ଭାବନା ରଖି ଆମେ ଏକ ପ୍ରେରଣାଦାୟୀ ମାନଦଣ୍ଡ ହେବାର ଅଭିଳାଷ ରଖିଛୁ ।’’
ମୁମ୍ବାଇ ମେଟ୍ରୋପଲିଟାଂଟ୍ ଅଂଚଳରେ ୬୩ ଏକର ଜମିରେ ବିଟ୍‌ସ ଲ’ ସ୍କୁଲ ସ୍ଥାପନ କରାଯାଊଛି ଯାହା ୨୦୨୪ରେ କାର୍ଯ୍ୟକ୍ଷମ ହେବ । ଏବେ ପୱାଇର ହିରାନନ୍ଦାନୀ ଗାର୍ଡେନ୍‌ସ କ୍ୟାମ୍ପସରୁ ପ୍ରଥମ ଶିକ୍ଷାବର୍ଷର ଶୁଭାରମ୍ଭ କରାଯିବ । ଏଠାରେ ପ୍ରଯୁକ୍ତି ଓ ମିଡିଆ ଲ’, ମନୋରଂଜନ ଓ ସ୍ପୋର୍ଟସ୍ ଲ’, କର୍ପୋରେଟ୍ ଆଣ୍ଡ୍ ଫାଇନାନ୍ସିଆଲ୍ ଲ’ ଏବଂ ଅଲଟରନେଟିଭ୍ ଡିସ୍‌ପ୍ୟୁଟ୍ ରିଜଲ୍ୟୁସନ୍ ଆଣ୍ଡ୍ ମେଡିଏସନ୍ ଭଳି ସ୍ୱତନ୍ତ୍ର ବିଷୟ ରହିଛି ।

Share

Leave a Reply

Your email address will not be published. Required fields are marked *

13 + 8 =