କ୍ରୋମାର ମ୍ୟାଜିକାଲ୍ ସମର ସେଲ୍ ଅଫର; ଏସି, ରେଫ୍ରିଜରେଟର, ରୁମ୍ କୁଲରରେ ୪୫% ପର୍ଯ୍ୟନ୍ତ ସଂଚୟ

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ପ୍ରଥମ ଓ ବିଶ୍ୱାସଯୋଗ୍ୟ ଓମନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ବହୁ ପ୍ରତିକ୍ଷୀତ ସମର ସେଲ୍ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ବିଭିନ୍ନ ବର୍ଗର ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ବିଭିନ୍ନ ପ୍ରକାର ଅଫର ପାଇପାରିବେ । ଆଗୁଆ ଖରାଦିନ ଆସିବା ଓ ପ୍ରବଳ ଗରମ ହେବ ବୋଲି ଆକଳନ କରାଯାଇଛି ଏବଂ ଏଭଳି ପ୍ରବଳ ଗରମର ମୁକାବିଲା କରିବା ଲାଗି ଘରକୁ ପ୍ରସ୍ତୁତ କରିବା ନିମନ୍ତେ ସମର ସେଲ୍ ଏକ ସୁଯୋଗରେ ପରିଣତ ହୋଇଛି ।
ଗ୍ରାହକମାନେ ବିଭିନ୍ନ ପ୍ରକାରର ଏୟାର କଣ୍ଡିସନର, ରୁମ୍ କୁଲର, ରେଫ୍ରିଜରେଟର ଓ ଆହୁରି ବହୁତ କିଛି ଉପରେ ଏହି ସମର ସେଲ୍‌ରେ ୪୫% ପର୍ଯ୍ୟନ୍ତ ରିହାତି ପାଇପାରିବେ । କ୍ରୋମାରେ ଏସିର ବ୍ୟାପକ ବର୍ଗମାଳା ରହିଛି ଯେଉଁଥିରୁ ଗ୍ରାହକମାନେ ନିଜ ପସନ୍ଦର ଏସି ଚୟନ କରିପାରିବେ । ଗ୍ରାହକମାନେ ୩୫୦ରୁ ଅଧିକ ଏସି, ୪୫୦ରୁ ଅଧିକ ରେଫ୍ରିଜରେଟର ସହିତ ଏକ୍ସଚେଂଜ୍ ଅଫର ଓ ଅପ୍‌ଗ୍ରେଡ୍ ଲାଭ, କ୍ୟାସବ୍ୟାକ୍ ଅଫର ଏବଂ ୧୮ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ବିକଳ୍ପ ପାଇପାରିବେ ।
ସ୍ପ୍ଲିଟ୍ ଏସିର ମଳଲ୍ୟ ୨୭,୯୯୦ ଟଙ୍କାରୁ ରୁମ୍ କୁଲର ଦାମ୍ ୫,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । କ୍ରୋମା ଫ୍ରୋଷ୍ଟ ଫ୍ରି ରେଫ୍ରିଜରେଟର ଦାମ୍ ୨୧,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । ଗ୍ରାହକମାନେ ବଡ଼ ରେଫ୍ରିଜରେଟର ମଧ୍ୟ କିଣିପାରିବେ । କ୍ରୋମାରେ ୬୩୦ ଲିଟର କନଭର୍ଟିବଲ୍ ସାଇଡ୍ ବାଏ ସାଇଡ୍ ରେଫ୍ରିଜରେଟର ରହିଛି । ରେଫ୍ରିଜରେଟର ଦାମ୍ ୬୪,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । ଗ୍ରାହକମାନେ କ୍ରୋମାର ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇ ନିଜ ପାଇଁ ସଠିକ୍ ସମାଧାନ ଚୟନ କରିପାରିବେ ।
ଏହି ସମର ସେଲ୍‌ରେ ଜୁସର ମିକ୍ସଚର ଗ୍ରାଇଣ୍ଡର, ଫ୍ୟାନ୍ ଓ ଅନ୍ୟାନ୍ୟ ଆପ୍ଲାଏନ୍‌ସ୍ ଉପରେ ଆକର୍ଷଣୀୟ ଡିଲ୍ ରହିଛି । ଏହି ଗ୍ରୀଷ୍ମ ଋତୁରେ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଡିଲ୍ ଓ ନୂଆ ପ୍ରଯୁକ୍ତି ପ୍ରଦାନ କରିବାର କୌଣସି ଗୋଟିଏ ସୁଯୋଗ ବି କ୍ରୋମା ଛାଡ଼ିନାହିଁ ।
କ୍ରୋମାର ମ୍ୟାଜିକାଲ୍ ସମର ସେଲ୍ ହେଉଛି ଏକ ବହୁ ପ୍ରତିକ୍ଷୀତ ସେଲ୍ ଯେଉଁଥିରେ ଗ୍ରାହକମାନେ ବିଭିନ୍ନ ପ୍ରକାର ଆପ୍ଲାଏନ୍‌ସେସ୍ ଉପରେ ଆକର୍ଷଣୀୟ ରିହାତି ପ୍ଧମଥିବା ବେଳେ ଗତବର୍ଷର ଗ୍ରୀଷ୍ଣ ଋତୁର ଧାରା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ଗତବର୍ଷ ଗ୍ରୀଷ୍ମ ଋତୁରେ କୋଲକାତା ଓ ଗୁରୁଗ୍ରାମ ୨-ଟନ୍ ଏସି ପାଇଁ ଶ୍ରେଷ୍ଠ ସହର ଭାବେ ଉଭା ହୋଇଥିଲା ଯେଉଁଠାରେ ବିକ୍ରି ୮% ଥିଲା । କୋଲକାତାରେ ବର୍ଦ୍ଧିତ ୱାରେଂଟି ପ୍ୟାକେଜ୍ ଅଧିକ ବିକ୍ରି ହୋଇଥିଲା । ୪୬% ଗ୍ରାହକ ମୂଲ୍ୟ ଯୁକ୍ତ ସେବା ଚୟନ କରିଥିଲେ ।
ଗ୍ରାହକମାନେ କ୍ରୋମା ଷ୍ଟୋର, କ୍ରୋମା ଡଟ୍ କମ୍ ଓ ଟାଟା ନିଉ ଆପ୍‌ରେ ସମର ସେଲ୍‌ର ଲାଭ ଉଠାଇ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍‌ସେସ୍ କିଣିପାରିବେ । କ୍ରୋମାର ଅଦମ୍ୟ ଡିଲର ଓ ରିହାତି ସହ ଏହି ଗ୍ରୀଷ୍ମ ଋତୁର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।

Share

Leave a Reply

Your email address will not be published. Required fields are marked *

18 + 11 =