ଚାଷୀଙ୍କ ପାଖରେ ଗ୍ରାମୀଣ ଋଣ ଉତ୍ପାଦ ପହଂଚାଇବା ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଆଇଟିସି ଲିମିଟେଡ୍ ମଧ୍ୟରେ ସହବନ୍ଧନ

ଭୁବନେଶ୍ୱର: ଆଇଟିସିର କୃଷି ବ୍ୟବସ୍ଥାରେ ସାମିଲ ଥିବା ଚାଷୀମାନଙ୍କ ପାଖରେ ଋଣ ଉତ୍ପାଦ ଓ ସେବା ପହଂଚାଇବା ଲାଗି ଆଇଟିସି ଲିମିଟେଡ୍ ସହିତ ଦେଶର ତୃତୀୟ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସହଯୋଗିତା ସ୍ଥାପନ କରାଯାଇଛି । ଦେଶର ଦୁର୍ଗମ ଅଂଚଳରେ ବାସ କରୁଥିବା ଚାଷୀ ଯେଉଁମାନଙ୍କ ପାଖରେ ଠିକ୍ ଭାବେ ବ୍ୟାଙ୍କ ସେବା ପହଂଚିପାରୁନାହିଁ କିମ୍ବା ଆଦୌ ପହଂଚିନାହିଁ ସେମାନଙ୍କ ଆର୍ଥିକ ଆବଶ୍ୟକତାକୁୁ ପୂରଣ କରିବା ଲାଗି ଆକ୍ସିସ୍ ବ୍ୟାଙ୍କକୁ ଏହି ସହଯୋଗିତା ସକ୍ଷମ କରିବ । ବ୍ୟାଙ୍କ ପକ୍ଷରୁ କୃଷକ ଋଣ, ସୁନା ଋଣ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ପ୍ରଦାନ କରାଯିବ ।
ଚାଷୀମାନଙ୍କ ପାଖରେ ପହଂଚିବା ଓ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ଏଗ୍ରି-ଟେକ୍ ଆପ୍ଲିକେସନ ଆଇଟିସି ମେଟା ମାର୍କେଟ ଫର ଆଡଭାନ୍ସଡ୍ ଏଗ୍ରିକଲଚରାଲ ରୁରାଲ୍ ସର୍ଭିସେସ୍ (ଆଇଟିସିଏମ୍‌ଏଏଆର୍‌ଏସ୍‌)କୁ ବ୍ୟବହାର କରିବ । ଭାରତର ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ୬୫୬ଟି ଜିଲ୍ଲାରେ ଥିବା ଶାଖା ଜରିଆରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ଉତ୍ପାଦ ଓ ସେବା ପ୍ରଦାନ କରାଯିବ ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ହେଡ୍‌-ଭାରତ ବ୍ୟାଙ୍କିଙ୍ଗ୍ ମୁନିଷ ଶାରଦା କହିଛନ୍ତି ଯେ, “ଗ୍ରାମାଚଂଳ ଓ ଅର୍ଧ ସହରାଚଳରେ ରହୁଥିବା ସବୁ ବର୍ଗର ଗ୍ରାହକମାନଙ୍କ ପାଖରେ ଯେଭଳି ସହଜରେ ଋଣ ସୁବିଧା ଓ ବ୍ୟାଙ୍କିଙ୍ଗ୍ ସମାଧାନ ପହଂଚିପାରିବ ତାହା ନିଶ୍ଚିତ କରିବା ଲାଗି ଆମେ ଆକ୍ସିସ୍ ବ୍ୟାଙ୍କରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ । ଦୁର୍ଗମ ଅଂଚଳରେ ପହଂଚିବା ଓ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଆମର ରହିଥିବା ଭାରତ ବ୍ୟାଙ୍କିଙ୍ଗ ମିସନ ଅନୁସାରେ ଏହି ସହଯୋଗିତା ସ୍ଥାପନ କରାଯାଇଛି । ନିୟୁତାଧିକ ଗ୍ରାହକଙ୍କ ସହ ଆଇଟିସିଏମଏଏଆର୍‌ଏସ୍ ଦୃଢ଼ ସମ୍ପର୍କକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆମେ ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବୁ ଯାହା ଫଳରେ ଗ୍ରାମୀଣ ଭାରତରେ ଥିବା ବାସ୍ତବ ସମ୍ଭାବନା ଜାଗ୍ରତ ହୋଇପାରିବ ।’’
ଆଇଟିସି ଲିମିଟେଡ୍‌ର ଡିଭିଜନାଲ୍ ଚିଫ୍ ଏକଜିକ୍ୟୁଟିଭ୍‌-ଏଗ୍ରି ବିଜନେସ୍ ଡିଭିଜନ୍ ଶ୍ରୀ ରଜନୀକାନ୍ତ ରାଏ କହିଛନ୍ତି ଯେ, “ଚାରି ନିୟୁତରୁ ଅଧିକ ଚାଷୀଙ୍କୁ ଯୋଡ଼ୁଥିବା ଆଇଟିସିର ଇ-ଚୌପାଲ ବ୍ୟବସ୍ଥାକୁ ନେଇ ବିଗତ କିଛି ବର୍ଷରେ ଚାଷୀମାନଙ୍କ ଜୀବନକୁ ରୂପାନ୍ତରିତ କରିବା ଲାଗି ଆଇଟିସି ବିବିଧ-ଦିଗ ପଦକ୍ଷେପର ନେତୃତ୍ୱ ନେଉଛି । ଆଉ ଏକ ପାଦ ଆଗକୁ ବଢ଼ି ଚାଷୀମାନଙ୍କ ପାଖରେ ଡିଜିଟାଲ୍ ବିପ୍ଳବ ପହଂଚାଇବା ଲାଗି ଏବେ ଆମେ ଏକ ଫିଜିଟାଲ୍ ବ୍ୟବସ୍ଥା ଆଇଟିସିଏମ୍‌ଏଏଆର୍‌ଏସ୍‌କୁ କାର୍ଯ୍ୟକାରୀ କରିଛୁ ଯାହା ହାଇପରଲୋକାଲ୍ ଓ ପର୍ସନାଲ୍ ଆଡଭାଇଜରି, ଏଗ୍ରି-ଇନ୍‌ପୁଟ୍‌, ଆର୍ଥିକ ସେବା ଓ ବଜାର ଲିଙ୍କେଜ୍ ଜରିଆରେ ବିବିଧ ପ୍ରକାର ସମାଧାନ ପ୍ରଦାନ କରୁଛି । ଆମେ ଦୀର୍ଘବର୍ଷ ଧରି ଯୋଡ଼ି ହୋଇରହିଥିବା ଚାଷୀମାନଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସମାଧାନ ପହଂଚାଇବା ଲାଗି ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଠିକ୍ ସମୟରେ ସଂଗଠିତ କ୍ଷେତ୍ରରୁ ଋଣ ମିଳିଲେ ଚାଷୀମାନେ ଗୁଣାତ୍ମକ ଇନ୍‌ପୁଟ୍ କିଣିପାରିବେ ଯାହା ସେମାନଙ୍କ ଉତ୍ପାଦକତା ବଢ଼ାଇବା ଏବଂ କୃଷି ଆୟରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ।’’

Share

Leave a Reply

Your email address will not be published. Required fields are marked *

five + twenty =