ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଜିଲ୍ଲା ପୁଲିସ ସହଯୋଗରେ ‘ସାଇବର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ

-୨୦୦ ଲୋକଙ୍କ ଅଂଶଗ୍ରହଣ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଯାଜପୁର ପୁଲିସ ସହଯୋଗରେ ଏହାର ହାଉସିଂ କମ୍ପେ୍ଲକ୍ସରେ ସାଇବର ନିରାପତା ଉପରେ ଏକ ସଚେତନତା ଅଧିବେଶନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ଅଧିବେଶନରେ ବିଭିନ୍ନ ଶିଳ୍ପ, ସ୍ଥାନୀୟ ସମୁଦାୟ ଏବଂ ଟାଟା ଷ୍ଟିଲର ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ ।

ଏହି ଅଧିବେଶନରେ କଳିଙ୍ଗନଗର ଏଏସ୍‌ପି ଏସ୍ ଟପ୍ପୋ, ଟିଏସ୍‌କେର ଏଚ୍‌ଆରବିପି ମୁଖ୍ୟ ୟଶବନ୍ତ ପାଣ୍ଡେ, ଯଖପୁରା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଯାଜପୁର ସାଇବର୍ ସେଲ୍ ଟିମ୍‌ର ସଦ୍ୟସ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଟିଏସ୍‌କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର, ଟାଟା ଷ୍ଟିଲ୍‌ର ଅନ୍ୟ ଅଧିକାରୀ ଏବଂ ଜେଏସ୍‌ଡବ୍ଲୁ, ଜେଏସ୍‌ଏଲ, ଭିସା ଷ୍ଟିଲ, ଏନ୍‌ଆଇଏନ୍‌ଏଲ, ଏଫ୍‌ଏପି, ଯାଜପୁର ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅଧିବେଶନରେ ସାଇବର ଅପରାଧ ଘଟାଇବା ପାଇଁ ଠକମାନେ ବ୍ୟବହାର କରୁଥିବା କୌଶଳ, ଯେଉଁଥିରେ ସୋସିଆଲ ମିଡିଆ ଠକେଇ, ୟୁପିଆଇ ଠକେଇ, ଏଟିଏମ୍ ଠକେଇ, ଅନଲାଇନ ବ୍ୟାଙ୍କି କାରବାର ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଇବର ଠକେଇ ରୋକିବା ପାଇଁ ବିଭିନ୍ନ ଉପାୟ ବୁଝାଇବା ପାଇଁ ଏକ ନୁକ୍କଡ୍ ନାଟକର ଆୟୋଜନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

5 × 1 =