‘ବିଲ୍ ପେ ଆଣ୍ଡ ୱିନ୍‌’ ସ୍କିମ୍ ମାଧ୍ୟମରେ ଟିପିସିଓଡିଏଲର ଅଭିନବ ପ୍ରୟାସ :୨୦୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଲା ମୋବାଇଲ ଫୋନ

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ‘ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌’ର ବିପୁଳ ସଫଳତା ବିଷୟରେ ଘୋଷଣା କରିିଛି । ଏହି ଅଭିନବ ପଦକ୍ଷେପ ଗ୍ରାହକମାନଙ୍କୁ ତୁରନ୍ତ ସେମାନଙ୍କର ବକେୟା ପୈଠ କରିବାକୁ ଉତ୍ସାହିତ କରି ଉଲ୍ଲେଖନୀୟ ସଫଳତା ପାଇବା ସହ ଶୂନ୍ୟ-ବକେୟା ସ୍ଥିତି ହାସଲ କରିଛି । ଏହି କାର୍ଯ୍ୟକ୍ରମକୁ ଗ୍ରାହକଙ୍କଠାରୁ ବିପୁଳ ସମର୍ଥନ ମିଳିଛି ।

ଏହି ପ୍ରୟାସର ଏକ ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ୨୦ଟି ଡିଭିଜନର ୧୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ୨୦୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମୋବାଇଲ୍ ଫୋନ୍ ବଂଟନ କରାଯାଇଛି । ଏହି ସ୍ଥାନଗୁଡ଼ିକ ହେଲା ଭୁବନେଶ୍ୱର, ନିମାପଡ଼ା, ପୁରୀ, କଟକ, ସାଲେପୁର, ଆଠଗଡ଼, ଢେଙ୍କାନାଳ, ତାଳଚେର, ଅନୁଗୁଳ, ଖୋର୍ଦ୍ଧା, ବାଲୁଗାଁ, ନୟାଗଡ଼, ଜଗତସିଂହପୁର, ପାରାଦୀପ, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ।

“ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌’ର ମୂଳ ଉଦ୍ଦେଶ୍ୟ ହେଉଛି ସର୍ବଦା ଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କରି ଓଇଆରସି ପକ୍ଷରୁ ପ୍ରଦାନ କରାଯାଉଥିବା ରିହାତି ମାଧ୍ୟମରେ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ।

ଏହି ଯୋଜନା ନିମନ୍ତେ ଯୋଗ୍ୟ ହେବା ପାଇଁ ଗ୍ରାହକମାନଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡିବ, ଯାହା ସେମାନଙ୍କୁ ଲକି ଡ୍ର ମାଧ୍ୟମରେ ମାସିକ ଉପଲବ୍ଧ ୨୦୦ ଟି ମୋବାଇଲ ଫୋନ୍ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପ୍ରଦାନ କରିବ । ଏହାବ୍ୟତୀତ ଟିପିସିଓଡିଏଲ୍ ଠିକ୍ ସମୟରେ ଡିଜିଟାଲ ମାଧ୍ୟମରେ ବିଲ୍ ପୈଠ କରୁଥିବା ଗ୍ରାହକଙ୍କୁ ୪% ରିହାତି ଏବଂ ୟୁନିଟ୍ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଂଟ ରିହାତି ପ୍ରଦାନ କରୁଛି, ଯାହା କି ଠିକ୍ ସମୟରେ ଦେୟ ପୈଠ ପାଇଁ ଆହୁରି ପ୍ରୋତ୍ସାହିତ କରିବ ।

“ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌’ ବିଷୟରେ ଜାଣିବା ଏବଂ ଅତିରିକ୍ତ ସୂଚନା ପାଇଁ ଗ୍ରାହକମାନେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ ଯୋଗାଯୋଗ କରିବାକୁ ଟିପିସିଓଡିଏଲ ଉତ୍ସାହିତ କରୁଛି ।

ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, ଟିପିସିଓଡିଏଲ୍ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି । ଗ୍ରାହକମାନଙ୍କୁ ସଶକ୍ତ କରିବା ଏବଂ ଠିକ୍ ସମୟରେ ଦେୟ ପୈଠ କରି ମୂଲ୍ୟବାନ ପୁରସ୍କାର ଜିତିବାର ସମ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’

Share

Leave a Reply

Your email address will not be published. Required fields are marked *

four × three =