ଗୁଆଲି ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ର ପଦକ୍ଷେପ ଦ୍ୱାରା 500 ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବି

ଛତୁ ଚାଷ, ବଡି ତିଆରି, ମାଛ ଚାଷ ଓ କିଚେନ ଗାର୍ଡେନ ସ୍ଥାନୀୟ ଲୋକଙ୍କ ଜୀବନଜିବିକା ରେ ଆଣିଛି ପରିବର୍ତ୍ତନ

ଗୁଆଲି: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଗୁଆଲି ଗ୍ରାମପଞ୍ଚାୟତ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ଜୀବନ ଜିବିକା ପ୍ରକଳ୍ପ ହାତକୁ ନିଆଯାଇ ସେଗୁଡିକର ସଫଳ ରୂପାୟନ କରାଯାଇ ପାରିଛି I

ଛତୁ ଚାଷ, ବଡି ତିଆରି, ମାଛ ଚାଷ ଓ କିଚେନ୍ ଗାର୍ଡେନ ଭଳି ବିଭିନ୍ନ ପଦକ୍ଷେପ ଦ୍ଵାରା ପ୍ରାୟ 500 ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦା ଉପକୃତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି I

ଗୁଆଲି ଗ୍ରାମର ମହିଳା ମାନେ ‘ପ୍ରେରଣା’ ଗ୍ରୁପ ମାଧ୍ୟମରେ ବିଗତ ଛ’ ମାସ ମଧ୍ୟରେ 50 କିଲୋ ରୁ ଉର୍ଦ୍ଧ୍ବ ବଡ଼ି ତିଆରି କରି ସ୍ୱାବଲମ୍ବୀ ହେବାର ନୂଆ ରାସ୍ତା ଦେଖାଇ ପାରିଛନ୍ତି I

ଏ ସମ୍ପର୍କରେ ଗୁଆଲି ଗ୍ରାମର ସବିତା ବାରିକ କହନ୍ତି, “ଟାଟା ଷ୍ଟିଲ ଫାଉଣ୍ଡେସନ ବଡ଼ି ତିଆରି ପ୍ରଶିକ୍ଷଣ ଦେବା ସହ ମେସିନ୍ ମଧ୍ୟ ଯୋଗାଇ ଦେଇଥିବାରୁ ଏହା ଆମ ମହିଳା ମାନଙ୍କୁ ରୋଜଗାର ର ନୂଆ ବାଟ ଦେଖାଇଛି I”

ସେହିପରିଭାବେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର 164 ଜଣ ଙ୍କୁ ଧିଙ୍ଗରି ଛତୁ ଚାଷ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ପ୍ରଶିକ୍ଷଣ ସହ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି I କେନ୍ଦୁଡିହି ଗ୍ରାମର ‘ମା ତାରିଣୀ ସ୍ଵୟମ ସହାୟକ ଗୋଷ୍ଠୀ’ ଏହି ଛତୁ ଚାଷ ରୁ ଭଲ ଲାଭ ମଧ୍ୟ କରିଛନ୍ତି I

ଖଣି ଅଞ୍ଚଳରେ ପୋଷଣ ସମସ୍ଯା ର ସମାଧାନ ଏବଂ ଜୈବିକ, ପୁଷ୍ଟିକର ଓ ସତେଜ ପନିପରିବା ପାଇଁ କିଚେନ୍ ଗାର୍ଡେନିଂ ପ୍ରକଳ୍ପ ଯୋଗୁଁ ଗୁଆଲି, ମାଳଦା ଏବଂ ଲୋଇଡ଼ାପଡା ଗ୍ରାମପଞ୍ଚାୟତର 328 ବାସିନ୍ଦା ଉପକୃତ ହୋଇଛନ୍ତି I ଏହାଦ୍ବାରା ସେମାନେ ନିଜର ପନିପରିବା ଆବଶ୍ୟକତା ପୂରଣ କରିବା ସହ ବଜାର ରେ ବିକ୍ରି କରି ମଧ୍ୟ ଲାଭବାନ ହେଉଛନ୍ତି I

ଅନୁରୂପ ଭାବରେ, ପୋଖରି ଯୋଜନାରେ ଗୁଆଲି ଗ୍ରାମପଞ୍ଚାୟତ ର ଏଯାବତ୍ 12 ଜଣ ହିତାଧିକାରୀ ଉପକୃତ ହୋଇଥିବା ବେଳେ 4 ଜଣ ମାଛଚାଷ କରୁଛନ୍ତି I

ଏ ସମ୍ପର୍କରେ ଗନ୍ଧଲପଡା ଗ୍ରାମର ଲକ୍ଷ୍ମଣ ମୁଣ୍ଡା କହନ୍ତି,”ମାଛ ଚାଷ ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ପୋଖରୀ ଖୋଳା ଏବଂ ଯାଆଁଳ ଯୋଗାଇବା ପର୍ଯ୍ୟନ୍ତ ଟାଟା ଷ୍ଟିଲ ଫାଉଣ୍ଡେସନ ସମସ୍ତ ପ୍ରକାର ସାହାଯ୍ୟ କରି ଆମର ଆୟ ବୃଦ୍ଧି ହେବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦେଇଛି I”

ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ଵାରା ନିଆଯାଇଥିବା ଏହିସବୁ ପଦକ୍ଷେପ ଦ୍ଵାରା ସ୍ଥାନୀୟ ଲୋକମାନଙ୍କ ଆୟ ବୃଦ୍ଧି ହେବା ସହ ସେମାନଙ୍କ ସାମାଜିକ ସ୍ଥିତି ଓ ଚାଳିଚଳନ ରେ ପରିବର୍ତ୍ତନ ଆଣିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି I ଏହି ସବୁ ଯୋଜନା ଗୁଡିକୁ ଆଗକୁ ବିସ୍ତାର କରିବା ପାଇଁ ମଧ୍ୟ ଯୋଜନା ରଖାଯାଇଛି I

Share

Leave a Reply

Your email address will not be published. Required fields are marked *

1 × 4 =