ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବସ୍ତାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବାଲିଆପାଳ: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ବସ୍ତାର ସିଙ୍ଗଲା ସ୍ଥିତ ପାଠଦୁର୍ଗା ସଂସ୍କୃତ କଲେଜରେ ଚତୁର୍ଥ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ମୋଟ ୮୬୦ ରୋଗୀ ବ୍ୟାପକ ମେଡିକାଲ୍ ଯାଂଚ୍ ଓ ଚିକିତ୍ସା ସୁବିଧା ହାସଲ କରିଛନ୍ତି ।
ସିଙ୍ଗଲା ଗ୍ରାମ ପଂଚାୟତର ସରପଂଚ ବିପିନ ବିଶ୍ୱାଳ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରକାଶ ସିଂହ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଏସ୍‌ପିପିଏଲ୍‌, ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଏବଂ ସିଙ୍ଗଲାର ସଂସ୍କୃତ କଲେଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରକାଶ ସିଂହ କହିଛନ୍ତି ଯେ, “ବାଲିଆପାଳ ଓ ବସ୍ତାର ପାରିପାଶ୍ୱିର୍କ ଅଂଚଳର ବାସିନ୍ଦାଙ୍କୁ ସେବା ପ୍ରଦାନ କରିବା ଏବଂ ସେମାନଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବାକୁ ନିଶ୍ଚିତ କରିବା ଆମ ପାଇଁ ସୌଭାଗ୍ୟର ବିଷୟ । ଏହା ହେଉଛି ଆମେ ଆୟୋଜନ କରିଥିବା ଚତୁର୍ଥର୍ ସ୍ୱାସ୍ଥ୍ୟ ଶିବିର ଏବଂ ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ଶିବିର ଆୟୋଜନ କରିବୁ ।’’
ମୋଟ ୮୬୦ ରୋଗୀଙ୍କ ମଧ୍ୟରୁ ୧୯୦ ଜଣ ରୋଗୀଙ୍କ ଚକ୍ଷୁ ଚିକିତ୍ସା, ୧୪୪ ଜଣଙ୍କ ଚର୍ମରୋଗ, ୬୯ ଜଣଙ୍କ ସ୍ତ୍ରୀ ଓ ପ୍ରସୂତୀ, ୧୦୫ ଜଣଙ୍କ ଶିଶୁ ରୋଗ ଏବଂ ୩୫୨ ଜଣଙ୍କ ଭେଷଜ ଚିକିତ୍ସା କରାଯାଇଥିଲା । ଏହି ବିଶେଷଜ୍ଞ ଡାକ୍ତରମାନଙ୍କ ବ୍ୟତୀତ ଶିବିରରେ ରକ୍ତ ଚାପ, ରକ୍ତ ଶର୍କରା ସ୍ତର ଏବଂ ଓଜନ ମାପ ଭଳି ମୌଳିକ ସ୍ୱାସ୍ଥ୍ୟ ଯାଂଚ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା ।
ସ୍ଥାନୀୟ ବାସିନ୍ଦାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ ପ୍ରତିବଦ୍ଧ ରହିଛି ଏବଂ ଏହି ଅଂଚଳର ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଜାରି ରହିଥିବା ଉଦ୍ୟମର ଏହି ଶିବିର ହେଉଛି ଏକ ଅଂଶ ।

Share

Leave a Reply

Your email address will not be published. Required fields are marked *

1 × 2 =