ଆଜାଦ ଇଞ୍ଜିନିୟରିଂ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୨୦ରେ ଖୋଲିବ

ଭୁବନେଶ୍ୱର: ଆଜାଦ ଇଞ୍ଜିନିୟରିଂ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୨୦ ବୁଧବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ଡିସେମ୍ବର ୧୯ ମଙ୍ଗଳବାର ଦିନ ବିଡ୍ ଦାଖଲ କରିପାରିବେ । ବିଡ୍ ୨୦୨୩ ଡିସେମ୍ବର ୨୨ ଶୁକ୍ରବାର ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୪୯୯ ଟଙ୍କାରୁ ୫୨୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୨୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୨୮ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ ।
ଏହି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୨୪୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୫୦୦ କୋଟି ଟଙ୍କା ହାସଲ କରାଯିବ । ଅଫର ଫର୍ ସେଲ୍‌ରେ ରାକେଶ ଚୋପ୍‌ଦାର ୨୦୪.୯୬ କୋଟି ଟଙ୍କା, ପିରାମଲ ଷ୍ଟ୍ରକଚରଡ୍ କ୍ରେଡିଟ୍ ଅପର୍ଚୁନିଟିଜ୍ ଫଣ୍ଡ୍ ୨୬୦.୮୫ କୋଟି ଟଙ୍କା, ଡିଏମ୍‌ଆଇ ଫାଇନାନ୍ସ ଲିମିଟେଡ୍ ୩୪.୧୮ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫରରୁ ମିଳିବାକୁ ଥିବା ରାଶିକୁ କଂପାନିର ପୁଞ୍ଜି ଆବଶ୍ୟକତା ପୂରଣ କରିବା, ସୁଧକୁ ଆଗୁଆ ପରିଶୋଧ କିମ୍ବା ପରିଶୋଧ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।

Share

Leave a Reply

Your email address will not be published. Required fields are marked *

20 + 7 =