ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପକ୍ଷରୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ହାଇଡ୍ରୋଜେନ ଚାଳିତ ଇଲେକ୍ଟ୍ରିକ ଦୁଇଚକିଆ ଓ ହାଇ ସ୍ପିଡ ଇଲେକ୍ଟ୍ରିକ ସ୍କୁଟର ପ୍ରଦର୍ଶିତ

ଭୁବନେଶ୍ୱର: ଭାରତରେ ଗମନାଗମନକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ସହିତ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପକ୍ଷରୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ପ୍ରଥମ ହାଇଡ୍ରୋଜେନ ଚାଳିତ ଇଲେକ୍ଟ୍ରିକ ଦୁଇଚକିଆ ଯାନର ପରିକଳ୍ପନାତ୍ମକ ମଡେଲକୁ ଉନ୍ମୋଚନ କରାଯାଇଛି ।
ଉନ୍ନତ ପ୍ରଯୁକ୍ତି ଓ ନବସୃଜନ ସହିତ ନିଜର ଇଭି ଉତ୍ପାଦ ବର୍ଗମାଳାର ଲକ୍ଷ୍ୟକୁ ଉପସ୍ଥାପନ କରି କମ୍ପାନି ପକ୍ଷରୁ ହାଇ ସ୍ପିଡ ଇଲେକ୍ଟ୍ରିକ ସ୍କୁଟରର ପରିକଳ୍ପନାତ୍ମକ ମଡେଲକୁ ପ୍ରଦର୍ଶିତ କରାଯାଇଛି ।
ନୂଆ ପରିକଳ୍ପନାତ୍ମକ ମଡେଲ୍ ବ୍ୟତୀତ କମ୍ପାନି ପକ୍ଷରୁ ଏହାର ବର୍ତମାନର ହାଇ ଓ ଲୋ ସ୍ପିଡ୍ ମଡେଲ୍ ଏବଂ ଜୟ ଇ-ରିକ୍ ନାମରେ ନୂତନ ଭାବେ ଉପସ୍ଥାପିତ ହୋଇଥିବା ଇଲେକ୍ଟ୍ରିକ୍ ଦୁଇଚକିଆ ଯାନକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ ଗୁପ୍ତେ କହିଛନ୍ତି ଯେ, “ଭାରତ ମୋବିଲିଟି ଗ୍ଲୋବାଲଏକ୍ସପୋ ଭଳି ଅଭିଯାନ ପାଇଁ ଆମେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛି । ଭାରତର ସ୍ଥାୟୀ ଗମନାଗମନ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ଏବଂ ଭବିଷ୍ୟତ ଅଟୋମୋଟିଭ ମୂଲ୍ୟ ଶୃଙ୍ଖଳାକୁ ମିଳିତ ଭାବେ ସୃଷ୍ଟି କରିବାରେ ସରକାରଙ୍କ ଅଗ୍ରଦୂତ ଭୂମିକା ଉପରେ ଏହା ଆଲୋକପାତ କରୁଛି । ଜୟ ଇ-ବାଇକ୍‌ରେ ଆମେ ସୁରକ୍ଷିତ ଓ ସୁବିଧାଜନକ ଇଲେକ୍ଟିକ ଗମନାଗମନ ସମାଧାନ ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଖରେ ଇଭି ପହଂଚାଇବାକୁ ପ୍ରତିବଦ୍ଧ ରହିଛୁ । ଇଭି ଏବେ ଏକ ବିକଳ୍ପରୁ ଆବଶ୍ୟକତାରେ ପରିଣତ ହୋଇଛି । ନବସୃଜନକୁ ମୁଳଦୁଆ ଭାବେ ଗ୍ରହଣ କରି ଆମେ ଏହି ପରିକଳ୍ପନାତ୍ମକ ଇଭି ଜରିଆରେ ଭବିଷ୍ୟତ ପାଇଁ ଆମ ପ୍ରସ୍ତୁତ କରୁଛୁ । ହାଇଡ୍ରୋଜେନ ଭିତିକ ଫୁଏଲ ସେଲ ପ୍ରଯୁକ୍ତି ଶିଳ୍ପରେ ବିପ୍ଳବ ଆଣିବାକୁ ଯାଉଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତିକୁ ଉପସ୍ଥାପନ କରି ଆମେ ଅତ୍ୟନ୍ତ ଗର୍ବିତ ମନେ କରୁଛୁ ଯାହା ଆମର ଆରଆଣ୍ଡଡି ଦକ୍ଷତା ଏବଂ ଏକ ନିରନ୍ତର ଭବିଷ୍ୟତ ପ୍ରତି ଆମ ସମର୍ପଣକୁ ପ୍ରଦର୍ଶିତ କରୁଛି ।”
ଏହି ଏକ୍ସପୋରେ ୱାର୍ଡୱିଜାର୍ଡ ପକ୍ଷରୁ ହାଇଡ୍ରୋଜେନ ଫୁଏଲ ସେଲ ଓ ଇଲେକ୍ଟ୍ରୋଲାଇଜର ପ୍ରଯୁକ୍ତିକୁ ପ୍ରଦର୍ଶିତ କରାଯାଇଛି । ହାଇଡ୍ରୋଜେନଭିତିକ ଫୁଏଲ ସେଲର ଶକ୍ତି ଥିବା ସ୍କୁଟରକୁ ମଧ୍ୟ ଉପସ୍ଥାପନ କରାଯାଇଛି । ଗାଜା ସେଲ୍ ଓ ପରବର୍ତୀ ପିଢ଼ିର ଲାଇ-ଆୟନ ସେଲ୍ ପ୍ରଯୁକ୍ତି ପାଇଁ କମ୍ପାନି ଏଆଣ୍ଡଏସ ପାୱାର ସହ ସହଯୋଗିତା କରିଛି ।

Share

Leave a Reply

Your email address will not be published. Required fields are marked *

twelve + nine =