କ୍ୟାପିଟାଲ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଫେବ୍ରୁଆରି ୭ରେ ଖୋଲିବ

ଭୁବନେଶ୍ୱର: କ୍ୟାପିଟାଲ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଫେବ୍ରୁଆରି ୭, ବୁଧବାର ଖୋଲିବ । ଆଙ୍‌କର ନିବେଶକମାନେ ୨୦୨୪ ଫେବ୍ରୁଆରି ୬, ମଙ୍ଗଳବାର ବିଡ୍ ଦାଖଲ କରିପାରିବେ । ଏହି ବିଡ୍ ୨୦୨୪ ଫେବ୍ରୁଆରି ୯, ଶୁକ୍ରବାର ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୪୪୫ ଟଙ୍କାରୁ ୪୬୮ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୩୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୩୨ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ାଯାଇପାରିବ ।
ଏହି ଅଫରରେ ୪୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧,୫୬୧,୩୨୯ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ ବ୍ୟାଙ୍କ ନିଜର ଭବିଷ୍ୟତ ପୁଂଜି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କର ଟାୟାର-୧ ପୁଂଜିରେ ଉନ୍ନତି ଆଣିବା ଲାଗି ବ୍ୟବହାର କରିବ । ବ୍ୟାଙ୍କ ଏହାର ଋଣ ଓ ସଂପତି ବୃଦ୍ଧି ଜାରି ରଖିବା ଦ୍ୱାରା ପୁଂଜି ସ୍ୱଚ୍ଛଳତା ହାରକୁ ପୂରଣ କରିବା ଲାଗି ଅତିରିକ୍ତ ପାଣ୍ଠି ଆବଶ୍ୟକ ହେବ । ବ୍ୟାଙ୍କ ଏହାର ଋଣ ଅଗ୍ରୀମ ବଢ଼ାଇବାକୁ ଚାହୁଛି ଯେିଁଥିୀପାଇଁ ପୁଞ୍ଜି ସ୍ୱଚ୍ଛଳତା ଆବଶ୍ୟକତାକୁ ପୂରଣ କରିବା ଲାଗି ଟାୟାର-୧ ପାଣ୍ଠି ଦରକାର । ଏହି ପାଣ୍ଠିରୁ କିଛି ରାଶିକୁ ଅଫରରେ ହେବାକୁ ଥିବା ବ୍ୟୟ ଭାର ବହନ କରିବା ଲାଗି ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ଓମାନ ଇଣ୍ଡିଆ ଜଏଂଟ୍ ଇନଭେଷ୍ଟମେଂଟ ଫଣ୍ଡ ୨ ପକ୍ଷରୁ ୮୩୬,୭୨୮, ଏମିକସ କ୍ୟାପିଟାଲ ପ୍ରାଇଭେଟ ଇକ୍ୱିଟି ୧ ଏଲଏଲପି ପକ୍ଷରୁ ୧୫୧,୧୫୩ ଇକ୍ୱିଟି ସେୟାର, ଆମିକସ କ୍ୟାପିଟାଲ ପାଟନର୍ସ ଇଣ୍ଡିଆ ଫଣ୍ଡ ୧ ୧୭,୫୪୪ ଇକ୍ୱିଟି ସେୟାର ଏବଂ ଅନ୍ୟ କିଛି ବ୍ୟକ୍ତି ୫୫୫,୯୦୪ ଇକ୍ୱିଟି ସେୟାର ବିକ୍ରି କରିବେ ।
କମ୍ପାନିର ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ବଜାର ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ୟୁନିଷ୍ଟୋନ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ, ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଓ ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।

Share

Leave a Reply

Your email address will not be published. Required fields are marked *

10 + nineteen =