କିମ୍ବର୍ଲି-କ୍ଲାର୍କ ପକ୍ଷରୁ ଭାରତରେ ପ୍ରିମିୟମ୍ ହଗିସ୍ ନେଚର କେୟାର ଡାଏପର୍ ବର୍ଗମାଳାର ପୁନଃ ଶୁଭାରମ୍ଭ

ଭୁବନେଶ୍ୱର: କିମ୍ବର୍ଲି-କ୍ଲାର୍କ ପକ୍ଷରୁ ଭାରତରେ ଏହାର ପ୍ରିମିୟମ୍ ହଗିସ୍ ନେଚର କେୟାର ଡାଏପର୍ ବର୍ଗମାଳାକୁ ଗ୍ରାହକମାନଙ୍କ ପାଇଁ ପୁନଃ ଉନ୍ମୋଚନ କରାଯାଇଛି । ଆଖିଦୃଶିଆ ନୂଆ ପ୍ୟାକେଟ୍‌ରେ ତାହା ଆସିଛି ଯାହାକୁ ମା’ମାନେ ସହଜରେ ଚିହ୍ନଟ କରିପାରିବେ ଏବଂ ନିଜ ଶିଶୁ ପାଇଁ ହଗିସ୍ ନେଚର କେୟାରର ଚୟନ କରିପାରିବେ । ଅଭିଭାବକମାନେ ପିଲାମାନଙ୍କ ଲାଗି ଅର୍ଗାନିକ୍ ବିକଳ୍ପ ଆଡ଼କୁ ଅଗ୍ରସର ହୋଇଛନ୍ତି । ନୂଆ ହଗିସ୍ ନେଚର କେୟାର ସହ ଗ୍ରାହକମାନଙ୍କ ବିଶ୍ୱାସକୁ ବଢ଼ାଇବା ଲାଗି ହଗିସ୍ ଚାହୁଁଛି ।
ଏହି ଅବସରରେ କଂପାନି ପକ୍ଷରୁ ଏକ ନୂଆ ଡିଜିଟାଲ୍ ସିନେମାର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଶିଶୁ ଚର୍ମର ସ୍ୱାସ୍ଥ୍ୟ ପ୍ରତି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି । ନୂଆ ହଗିସ୍ ନେଚର କେୟାରର ବାର୍ତାକୁ ଅତି ପ୍ରଭାବଶାଳୀ ଢଙ୍ଗରେ ଏହି ସିନେମା ଉପସ୍ଥାପନ କରୁଛି ।
ଏକ ଗ୍ରାହକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପିଲାମାନଙ୍କ ଡାଏପର ଜନିତ ଚର୍ମ ସମସ୍ୟାକୁ ରୋକିବା ଲାଗି ୧୦ରୁ ୮ ଜଣ ମା’ ହଗିସ ନେଚର କେୟାରକୁ ଚୟନ କରିଛନ୍ତି ଯେଉଁଥିରେ ରହିଛି ଅର୍ଗାନିକ୍ କଟନ ଏବଂ ନୋ ନାଷ୍ଟିଜ୍ ସୁରକ୍ଷା ଏବଂ ଏହା ପାରାବେନ୍‌, କ୍ଲୋରିନ୍ ଏବଂ ଲାଟେକ୍ସ ମୁକ୍ତ ମଧ୍ୟ । ଶିଶୁମାନଙ୍କ ଚର୍ମ ବୟସ୍କଙ୍କ ତୁଳନାରେ ୩୦% ପତଳା ହୋଇଥିବାରୁ ଡାଏପରରୁ ରାସେସ୍ ଓ ଚର୍ମ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସେହି ସମସ୍ୟାର ମୁକାବିଲା କରିବା ଲାଗି ହଗିସ୍ ନେଚର କେୟାରରେ ୧୦୦% ଅର୍ଗାନିକ କଟନ ଲାଇନରକୁ ବ୍ୟବହାର କରାଯାଇଛି ।
ଏହି ଡାଏପରରେ ରହିଛି ୧୨ ଘଂଟା ଶୋଷିବା ଶକ୍ତି ଯାହା ଡାଏପର ରାସେସ୍‌କୁ ରୋକିବା ଲାଗି କ୍ଲିନିକାଲ୍ ଭାବେ ପ୍ରମାଣିତ ଏବଂ ଏହା ଶିଶୁକୁ ଶୁଖିଲା ରଖିବ ଓ ଆରାମ ପ୍ରଦାନ କରିବ ।
କିମ୍ବର୍ଲି-କ୍ଲାର୍କ ଇଣ୍ଡିଆର ମାର୍କେଟିଂ ନିର୍ଦେଶକ ସାକ୍‌ଶି ବର୍ମା ମେନନ କହିଛନ୍ତି ଯେ, “ହଗିସ୍‌ରେ ଆମେ ଶିଶୁଙ୍କ ପାଇଁ ଶ୍ରେଷ୍ଠ ପ୍ରଦାନ କରିବାକୁ ଅଭିଳାଷ ରଖିଛୁ । ଆମର ଗ୍ରାହକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଶିଶୁମାନଙ୍କ ଲାଗି ମା’ମାନଙ୍କର ଅର୍ଗାନିକ୍ କଟନ ପ୍ରତି ଚାହିଦା ବଢ଼ିଛି । ସେଥିପାଇଁ ଆମେ ହଗିସ୍ ନେଚର କେୟାରକୁ ସୃଷ୍ଟି ଓ ବିକାଶ କରିଛୁ ଯାହା ହେଉଛି ଅର୍ଗାନିକ୍ କଟନରେ ପ୍ରସ୍ତୁତ ଏକ ପ୍ରିମିୟମ ଡାଏପର । ଆମର ନୂଆ ଅଭିଯାନରେ ସାମିଲ ରହିଛି ଏକ ଡିଜିଟାଲ୍ ସିନେମା ଯାହା କଳ୍ପନା ସ୍ୱରୂପରେ ନୂଆ ବର୍ଗମାଳାର ଲାଭକୁ ଉପସ୍ଥାପିତ କରିଛି । ‘ୱି ଗଟ୍ ୟୁ, ବେବି’ ନାମକ ଆମର ବିଶ୍ୱ ବାର୍ତା ଅନୁସାରେ ଏହି ଅଭିଯାନ ପ୍ରସ୍ତୁତ ହୋଇଛି ଏବଂ ଶିଶୁମାନଙ୍କ କୋମଳ ଚର୍ମର ସୁରକ୍ଷା ଲାଗି ମା’ମାନଙ୍କ ରହିଥିବା ଆଶା ଓ ଆବଶ୍ୟକତାକୁ ପୂରଣ କରିବାର ସମର୍ପଣ ଭାବକୁ ସେଥିରେ ପ୍ରଦର୍ଶନ କରାଯାଇଛି ।’’
ଓଗିଲ୍‌ଭି ଇଣ୍ଡିଆର ଚିଫ୍ କ୍ରିଏଟିଭ୍ ଅଫିସର ସୁକେଶ କୁମାର ନାୟକ କହିଛନ୍ତି ଯେ, “ମା’ କିମ୍ବା ଶିଶୁମାନେ ମୌଳିକରେ ସନ୍ତୁଷ୍ଟ ହେବାକୁ ଚାହୁଁନାହାନ୍ତି । ସେଥିପାଇଁ ହଗିସ୍ ନେଚର କେୟାର ଉନ୍ମୋଚନ ଲାଗି ଆମେ ଭିନ୍ନ ଭାବନାକୁ ଗ୍ରହଣ କରିଛୁ । ଅଧିକ ଚାହୁଁଥିବା ମା’ ଓ ଶିଶୁମାନଙ୍କ ଲାଗି ‘ୱି ଗଟ୍ ୟୁ, ବେବି’ ଅଭିଯାନ ହେଉଛି ହଗିସ୍‌ର ପ୍ରତିଶ୍ରୁତି ଯାହା ଶିଶୁର କୋମଳ ଚର୍ମ ପାଇଁ ଡାଏପର ପ୍ରଦାନ କରୁଛି ।’’
ଅଫ୍‌ଲାଇନ୍ ଷ୍ଟୋର ଓ ଇ-କମର୍ସ ପ୍ଲାଟ୍‌ଫର୍ମରେ ହଗିସ୍ ନେଚର କେୟାର ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

five + seventeen =