ପୁଣି ଥରେ ଆଲୋଚନା ପାଇଁ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ

ମହାନଦୀ ଜଳବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆଉ ଥରେ ଆଲୋଚନା ପାଇଁ ଉଭୟ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ ଦିଆଯାଇଛି । ଆପୋସ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଏବଂ ମେ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

ଟ୍ରିବୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ । ତଦନୁସାରେ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବୃଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା । ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା ।

Share

Leave a Reply

Your email address will not be published. Required fields are marked *

4 + 2 =