ଗୋଦରେଜ୍ ଲକ୍ସ ପକ୍ଷରୁ “ଲାଇଭ୍ ସେ୍‌ଫ, ଲାଇଭ୍ ଫ୍ରି’ କାର୍ଯ୍ୟକ୍ରମର ଶୁଭାରମ୍ଭ

୫୨ ସପ୍ତାହରେ ୫୨ଟି ସ୍ଥାନକୁ ସୁରକ୍ଷା ପ୍ରଦାନ କରିବ

ଭୁବନେଶ୍ୱର: ଗୋଦରେଜ୍ ଲକ୍ସ ପକ୍ଷରୁ ଗୃହ ସୁରକ୍ଷା ଦିବସ ପାଳନ ଅବସରରେ ନୂଆ “ଲାଇଭ୍ ସେଫ୍‌, ଲାଇଭ୍ ଫ୍ରି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ କଂପାନି ୫୨ ସପ୍ତାହରେ ଦେଶର ସବୁଠୁ ଅସୁରକ୍ଷିତ ୧୦ ସହରର ୫୨ଟି ସ୍ଥାନରେ ସୁରକ୍ଷା ପ୍ରଦାନ କରିବା ଲାଗି ଗୃହ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରିବ । ଗୃହ ସୁରକ୍ଷା ଦିବସରେ ଗୋଦରେଜ୍ ଲକ୍ସର ଜାତୀୟ ସ୍ତରର ଜନ ସଚେତନତା ଅଭିଯାନ “ହର୍ ଘର୍ ସୁରକ୍ଷିତ’ର ଚତୁର୍ଥ ବାର୍ଷିକୀ ମଧ୍ୟ ପାଳିତ ହୋଇଛି ।
ମୁମ୍ବାଇର ଡେପୁଟି ପୁଲିସ କମିସନର୍ (ଜୋନ୍ ୭) ପ୍ରଶାନ୍ତ କଦମ୍ ଏବଂ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଚର୍ଚ୍ଚିତ ଚେହେରା ଦୟାନନ୍ଦ ସେଟ୍ଟିଙ୍କ ଉପସ୍ଥିତିରେ ଗୋଦରେଜ୍ ଲକ୍ସ ପକ୍ଷରୁ ଗୃହ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏକ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିବା ଅତିଥିମାନେ ଘରେ ତାଲା କିଭଳି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉପକରଣ ତାହା ବର୍ଣ୍ଣନା କରିଥିଲେ ଏବଂ ତାହାକୁ ଅଣଦେଖା ନକରିବାକୁ କହିଥିଲେ । ଡକାୟତି ଓ ଚୋରିରୁ ନିଜକୁ ସୁରକ୍ଷା ପ୍ରଦାନ କରିବା ଲାଗି ବାସିନ୍ଦାମାନେ କେଉଁଭଳି ଧରଣର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଦରକାର ତାହା ଜଣାଇଥିଲେ ।
ଗୋଦରେଜ୍ ଲକ୍‌ସର ବ୍ୟବସାୟ ମୁଖ୍ୟ ଶ୍ୟାମ୍ ମୋତୱାନି କହିଛନ୍ତି ଯେ, “ଏହି ଗୃହ ସୁରକ୍ଷା ଦିବସରେ “ଲାଇଭ୍ ସେଫ୍‌, ଲାଇଭ୍ ଫ୍ରି’ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ଯାହାର ଲକ୍ଷ୍ୟ ହେଉଛି ଅତ୍ୟଧିକ ଚୋରି ଭଳି ଘଟଣା ଘଟୁଥିବା ୫୨ଟି ସ୍ଥାନକୁ ଚିହ୍ନଟ କରି ସାରା ଦେଶରେ ସୁରକ୍ଷାକୁ ନେଇ ରହିଥିବା ଚିନ୍ତାର ମୁକାବିଲା କରିବା । ସୁରକ୍ଷାର ପରିପୂରକ ଭାବେ ପରିଚିତ ତଥା ସୁଦୀର୍ଘ ପରମ୍ପରା ଥିବା ଏକ ବ୍ରାଣ୍ଡ୍ ଭାବେ ଗୋଦରେଜ୍ ଲକ୍ସ ପକ୍ଷରୁ ଏହି ଅଂଚଳଗୁଡ଼ିକରେ ବାସିନ୍ଦାମାନଙ୍କୁ ବିନା ମୂଲ୍ୟରେ ଗୃହ ସୁରକ୍ଷା ଅନୁଶୀଳନ ସୁବିଧା ପ୍ରଦାନ କରି ସେମାନଙ୍କ ଘରର ସୁରକ୍ଷା କେତେ ଦୃଢ଼ ତାହା ଜଣାଯିବ । ଏହା ଦ୍ୱାରା ନାଗରିକମାନେ ସେମାନଙ୍କ ସୁରକ୍ଷାର ମାନ ବିଷୟରେ ଜାଣିପାରିବେ ଏବଂ ଘର ସୁରକ୍ଷାରେ ରହିଥିବା ଅଭାବର ମୁକାବିଲା କରିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ଅଭିଯାନ ଆରମ୍ଭ କରିବା ପଛର ମୂଳ ଚିନ୍ତାଧାରା ହେଉଛି ସେହି ପ୍ରମୁଖ ଅଂଚଳଗୁଡ଼ିକରେ ପହଂଚିବା ଯେଉଁଠାରେ ସୁରକ୍ଷା ପ୍ରକୃତରେ ଏକ ସମସ୍ୟା ହୋଇ ରହିଛି ଏବଂ ସେଥିରେ ଉନ୍ନତି ଦରକାର ଓ ଏହି ଅଭିଯାନରେ ଗୃହ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯବ । ତେଣୁ, ନିର୍ଧାରିତ ୫୨ ସପ୍ତାହ ଭିତରେ ଏହି ଅଂଚଳଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’
ଲୋକପ୍ରିୟ ଟିଭି ସୋ’ ସିଆଇଡିର କଳାକାର ଦୟାନନ୍ଦ ସେଟ୍ଟି କହିଛନ୍ତି ଯେ, ‘ଟିଭି ପରଦାରେ ଜଣେ ଆଇନ ପ୍ରବର୍ତନକାରୀ ଅଧିକାରୀଙ୍କ ଭୂମିକା ନିର୍ବାହ କରି ମୁଁ ନିଜର ଏବଂ ନିଜ ପରିବାରର ସୁରକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଭଲ ଭାବେ ବୁଝିଛି । ଗୋଦରେଜ୍ ଲକ୍ସର ଅଭିଯାନକୁ ମୁଁ ପ୍ରଶଂସା କରୁଛି ଏବଂ ହର୍ ଘର୍ ସୁରକ୍ଷିତର ଅଂଶ ହୋଇଥିବାରୁ ଉତ୍ସାହିତ ଅଛି । ସୁରକ୍ଷା ଜନିତ ବିପଦ ଏବଂ ଭାରତକୁ ସୁରକ୍ଷିତ ରଖିବା ଲାଗି ବ୍ୟକ୍ତିଗତ ସୁରକ୍ଷାରେ କିଭଳି ଉନ୍ନତି ଅଣାଯାଇପାରିବ ତାହାକୁୁ ନେଇ ଲୋକମାନଙ୍କୁ ଅଧିକ ସଚେତନ କରିବା ଦରକାର ।’’

Share

Leave a Reply

Your email address will not be published. Required fields are marked *

3 × one =