ଆରପାରିରେ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପ୍ରିୟବ୍ରତ ପଟ୍ଟନାୟକ ଅସୁସ୍ଥ ଥିଲେ। ଆଜି ସକାଳ ସାଢେ ୭ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।

୧୯୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ସେ ଓଡ଼ିଶା ଜୁଡୋ ଆସୋସିଏସନର ସେ ସଭାପତି ମଧ୍ୟ ଥିଲେ। ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି। ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ମରଶରୀରରକୁ ମୁମ୍ବଇରୁ ଓଡ଼ିଶା ଆଣିବାକୁ ପ୍ରୟାସ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

7 + 5 =